Uttarakhand: ନିଜ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଉତ୍ତରାଖଣ୍ଡର ମନ୍ତ୍ରୀ ରେଖା ଆର୍ଯ୍ୟ

51 minutes ago 1
ARTICLE AD BOX

ଡେରାଡୁନ: ନିଜ ସ୍ୱାମୀଙ୍କ ବିରୋଧରେ ମାଡ଼ ମାରିବା, ଠକେଇ, ଦସ୍ତଖତ ଜାଲିଆତି ଓ ହତ୍ୟା ଷଡ଼ଯନ୍ତ୍ର ରଚିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଉତ୍ତରାଖଣ୍ଡର ମନ୍ତ୍ରୀ ରେଖା ଆର୍ଯ୍ୟ। ଏ ନେଇ ସେ ଗୁରୁବାର ସନ୍ଧ୍ୟାରେ ଡେରାଡୁନର ଗଢ଼ି କ୍ୟାଣ୍ଟ ଥାନାରେ ସ୍ୱାମୀ ଗିରିଧାରୀ ଲାଲ ସାହୁ ଓରଫ ପପ୍ପୁ ଗିରିଧାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ନିଜର ନାବାଳକ ସନ୍ତାନଙ୍କୁ ମଧ୍ୟ ସ୍ୱାମୀ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣା ଉତ୍ତରାଖଣ୍ଡ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି।

ମହିଳା ସଶକ୍ତୀକରଣ ଓ ଶିଶୁ ବିକାଶ ମନ୍ତ୍ରୀ ରେଖାଙ୍କ ଅଭିଯୋଗ ଅନୁଯାୟୀ, ୨୦୦୪ ଜୁଲାଇ ୬ ତାରିଖରେ ଉତ୍ତରପ୍ରଦେଶର ବରେଲିଠାରେ ଗିରିଧାରୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ବିବାହ ପୂର୍ବରୁ ସ୍ୱାମୀ ନିଜକୁ ଅବିବାହିତ ବୋଲି କହିଥିଲେ। କିନ୍ତୁ ପରେ ତାଙ୍କର ପୂର୍ବରୁ ବିବାହ ହୋଇଥିବା ଓ ସେହି ବିବାହରୁ ସନ୍ତାନ ଥିବା କଥା ଜାଣିବାକୁ ପାଇଥିଲେ ବୋଲି ରେଖା ଅଭିଯୋଗ କରିଛନ୍ତି। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେ ଏହି କଥାକୁ ନେଇ ନିରବ ରହିଥିଲେ ବୋଲି କହିଛନ୍ତି।

ଜାତିକୁ ନେଇ ଅପମାନଜନକ ଶବ୍ଦ

ଏତଲାରେ ରେଖା ଦର୍ଶାଇଛନ୍ତି ଯେ, ପରବର୍ତ୍ତୀ ସମୟରେ ଗିରିଧାରୀଙ୍କ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା କଥା ସେ ଜାଣିବାକୁ ପାଇଥିଲେ। ଏହାକୁ ବିରୋଧ କରିବାରୁ ସ୍ୱାମୀ ତାଙ୍କୁ ମାଡ଼ ମାରିବା, ଗାଳିଗୁଲଜ କରିବା ଓ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ସରକାରୀ ବାସଭବନର କର୍ମଚାରୀଙ୍କ ସାମ୍ନାରେ ଜାତିକୁ ନେଇ ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଥିବା ମଧ୍ୟ ଏତଲାରେ ଉଲ୍ଲେଖ ରହିଛି।

ଜାଲ୍‌ କାଗଜପତ୍ର ପ୍ରସ୍ତୁତ

ନିଜ ସହ ସମ୍ପୃକ୍ତ କେତେକ କମ୍ପାନିର ନିର୍ଦ୍ଦେଶକ ପଦରୁ ତାଙ୍କୁ ହଟାଇବା ପାଇଁ ସ୍ୱାମୀ ତାଙ୍କ ଦସ୍ତଖତ ଜାଲିଆତି କରିଥିବା ରେଖା ଅଭିଯୋଗ କରିଛନ୍ତି। ଏଥିପାଇଁ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରାଯାଇଥିବା ମଧ୍ୟ ସେ ଦାବି କରିଛନ୍ତି। ନିଜେ କୌଣସି କାଗଜପତ୍ରରେ ଦସ୍ତଖତ କରିନାହାନ୍ତି କିମ୍ବା ପଦରୁ ଇସ୍ତଫା ଦେଇନାହାନ୍ତି ବୋଲି ମନ୍ତ୍ରୀ ଏତଲାରେ ଦର୍ଶାଇଛନ୍ତି। ଏହି ମାମଲାରେ ଏକ ଅଡିଓ ରେକର୍ଡିଂକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। ଜଣେ ମହିଳାଙ୍କ ସହ କଥାବାର୍ତ୍ତା ବେଳେ ଗିରିଧାରୀ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ସମ୍ପର୍କରେ କଥା ହେଉଥିବା ଏକ ଅଡିଓ ରେକର୍ଡିଂ ତାଙ୍କ ପାଖରେ ଥିବା ରେଖା ଦାବି କରିଛନ୍ତି। ଏହା ଶୁଣିବା ପରେ ନିଜ ଓ ପିଲାମାନଙ୍କ ସୁରକ୍ଷାକୁ ନେଇ ସେ ଚିନ୍ତିତ ହୋଇପଡ଼ିଥିବା କହିଛନ୍ତି।

Manipur Violence: ମଣିପୁରରେ ନାଗା-କୁକି ସଂଘର୍ଷ: କାମଜୋଙ୍ଗରେ କୁକି ମହିଳାଙ୍କୁ ହତ୍ୟା

ପୁଲିସ ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ୨୫ ମିନିଟ୍‌ରେ ଏତଲା ଆଧାରରେ ମାମଲା ରୁଜୁ ହୋଇଛି। ଏଥିରେ ଆଇପିସିର ବିଭିନ୍ନ ଧାରା ସହ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନର ତିନିଟି ଧାରା ଲାଗୁ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.