Uttar Pradesh’s Meerut: ମିରଟରେ ଦୁଇ ଗୋଷ୍ଠୀ କାଉଡ଼ିଆଙ୍କ ମଧ୍ୟରେ ମାରପିଟ: କନଷ୍ଟେବଳ ଆହତ

1 hour ago 1
ARTICLE AD BOX

ମିରଟରେ କାଉଡ଼ି ଯାତ୍ରାରେ ଅଂଶଗ୍ରହଣ କରିଥିବା ଦୁଇ ଗୋଷ୍ଠୀ ଶ୍ରଦ୍ଧାଳୁଙ୍କ ମଧ୍ୟରେ ମାରପିଟକୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି। କାଉଡ଼ିଆଙ୍କ ଏକ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଦୁଇପକ୍ଷଙ୍କ ମଧ୍ୟରେ ହୋଇଥିବା ମାରପିଟରେ କିଛି କାଉଡ଼ିଆ ଆହତ ହୋଇଛନ୍ତି।

 କନଷ୍ଟେବଳ ଆହତ

ଲକ୍ଷ୍ନୌ: ମିରଟରେ କାଉଡ଼ି ଯାତ୍ରାରେ ଅଂଶଗ୍ରହଣ କରିଥିବା ଦୁଇ ଗୋଷ୍ଠୀ ଶ୍ରଦ୍ଧାଳୁଙ୍କ ମଧ୍ୟରେ ମାରପିଟକୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି। କାଉଡ଼ିଆଙ୍କ ଏକ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଦୁଇପକ୍ଷଙ୍କ ମଧ୍ୟରେ ହୋଇଥିବା ମାରପିଟରେ କିଛି କାଉଡ଼ିଆ ଆହତ ହୋଇଛନ୍ତି। ହରିଦ୍ୱାରରୁ ଗଙ୍ଗା ଜଳ ନେଇ ଫେରୁଥିବା ଶ୍ରଦ୍ଧାଳୁଙ୍କ ଏକ ଦଳ ସହିତ ଦୁଇ ଜଣ କାଉଡ଼ିଆ ଯାଉଥିବା ଏକ ମୋଟରସାଇକେଲ ଧକ୍କା ଦେବା ପରେ ଭୋର ପ୍ରାୟ ୩ଟା ସମୟରେ ମାରପିଟ ଆରମ୍ଭ ହୋଇଥିଲା।

କାଉଡ଼ିଆଙ୍କ ଉପରେ ଅକାଶରୁ ପୁଷ୍ପବର୍ଷା କରିବେ ଉତ୍ତରପ୍ରଦେଶ ସରକାର

 ଧକ୍କା ପରେ ଦୁଇପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ମାରପିଟରେ ପରିଣତ ହୋଇଥିଲା। କନଷ୍ଟେବଳ ଦିନେଶ କୁମାର ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ପୁଲିସ କହିଛି ଯେ କାଉଡ଼ିଆମାନେ ତାଙ୍କୁ ଠେଲାପେଲା କରି ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବାଡ଼ିରେ ଦିନେଶଙ୍କ ମୁଣ୍ଡକୁ ଆଘାତ କରିଥିବା ଅଭିଯୋଗ ହୋଇଛି। ଅତିରିକ୍ତ ପୁଲିସ ଫୋର୍ସ ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। ଇନ୍ସପେକ୍ଟର ସୁମନ ସିଂହ ଉଭୟ ଗୋଷ୍ଠୀଙ୍କୁ ବୁଝାଶୁଝା କରିଥିଲେ ଏବଂ ସେମାନଙ୍କୁ ଯାତ୍ରା ଜାରି ରଖିବାକୁ ଅନୁମତି ଦେବା ପୂର୍ବରୁ ଏପରି ଆଚରଣ ପୁନରାବୃତ୍ତି ନକରିବାକୁ ଚେତାବନୀ ଦେଇଥିଲେ। ଘଟଣାସ୍ଥଳରୁ ପରିତ୍ୟକ୍ତ ଅବସ୍ଥାରେ ମିଳିଥିବା ଦୁଇଟି ସ୍କୁଟର ଏବଂ ଗୋଟିଏ ମୋଟରସାଇକେଲକୁ ପୁଲିସ ଜବତ କରିଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.