ARTICLE AD BOX
ୱାସିଂଟନ: ଆମେରିକା ଓ ଇରାନ ମଧ୍ୟରେ ଗତ ୧୩ ଦିନ ଧରି ଚାଲିଥିବା ସାମରିକ ସଂଘର୍ଷ ପରେ ଗତ ତିନି ଦିନ ହେଲା ଉଭୟ ପକ୍ଷରୁ କୌଣସି ନୂଆ ଆକ୍ରମଣର ଖବର ନାହିଁ। ତେବେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇ ନ ଥିବାବେଳେ ଉଭୟ ଦେଶ ନିଜ ନିଜ ଆଭିମୁଖ୍ୟରେ ଅଟଳ ରହିଛନ୍ତି। ଏହି ପରିସ୍ଥିତିରେ ମଙ୍ଗଳବାର ୱାସିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ବୈଠକ ହେବ।
ଆହୁରି ପଢନ୍ତୁ : attempted rape case ବାପାଙ୍କ ବନ୍ଧୁ ଝିଅକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫ
ସୋମବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଆମେରିକା ସହ ଯୁଦ୍ଧବିରତି କିମ୍ବା ଅନ୍ୟ କୌଣସି ପ୍ରକାରର ଆଲୋଚନା ଚାଲିଥିବା ଖବର ଠିକ୍ ନୁହେଁ। ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଇସମାଇଲ ବଘେଇ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏଭଳି କୌଣସି ଆଲୋଚନା ଚାଲିନାହିଁ। ଇରାନ ପୂର୍ବରୁ କହିଥିଲା ଯେ, ଆମେରିକା ଆକ୍ରମଣ ବନ୍ଦ ରଖିଥିବା ପର୍ଯ୍ୟନ୍ତ ସେମାନେ ମଧ୍ୟ ପାଲଟା ଆକ୍ରମଣ କରିବେ ନାହିଁ। ଇରାନ ବୈଦେଶିକ ମନ୍ତ୍ରଣାଳୟ ଆହୁରି କହିଛି ଯେ, ହର୍ମୁଜ ପ୍ରଣାଳୀ ଉପରେ ଇରାନର ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ଏହି ସାମୁଦ୍ରିକ ପଥ ବିଶ୍ୱ ତୈଳ ବାଣିଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ନଜର ରହିଛି।
ଆହୁରି ପଢନ୍ତୁ : POK: ପିଓକେରେ ବଡ଼ଧରଣର ପ୍ରତିବାଦ: ଆଲୋଚନା ବିଫଳ ପରେ ମୁଜାଫରାବାଦକୁ ପ୍ରତିବାଦକାରୀଙ୍କ ପଦଯାତ୍ରା
ଅନ୍ୟପକ୍ଷରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମଙ୍ଗଳବାର ୱାସିଂଟନରେ ଟ୍ରମ୍ପଙ୍କୁ ଭେଟିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଫକ୍ସ ନ୍ୟୁଜ୍କୁ ଦେଇଥିବା ସାକ୍ଷାତ୍କାରରେ ନେତାନ୍ୟାହୁ କହିଛନ୍ତି, ଇରାନର ପରମାଣୁ କାର୍ଯ୍ୟକ୍ରମକୁ ରୋକିବା ପାଇଁ ଟ୍ରମ୍ପ ଯେଉଁ ପଦକ୍ଷେପ ନେଉଛନ୍ତି, ଇସ୍ରାଏଲ ସେଥିପାଇଁ ସମ୍ପୂର୍ଣ୍ଣ ସମର୍ଥନ ଜଣାଉଛି। ବୈଠକରେ ଇରାନର ସୁରକ୍ଷା ପରିସ୍ଥିତି, ଆଞ୍ଚଳିକ ସୁରକ୍ଷା ଓ ପରମାଣୁ ପ୍ରସଙ୍ଗ ପ୍ରମୁଖ ଆଲୋଚ୍ୟ ବିଷୟ ହୋଇପାରେ। ଏପଟେ ଇରାନ ସେନା କହିଛି, ଦେଶ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଥିବା ଇରାନ ସେନା ପ୍ରବକ୍ତା ମହମ୍ମଦ ଅକ୍ରାମିନିଆ କହିଛନ୍ତି। ତାଙ୍କ ଦାବି ଅନୁଯାୟୀ, ଇରାନ ବିରୋଧୀ ସାମରିକ ଅଭିଯାନରେ ଆମେରିକା ନିଜର ଘୋଷିତ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି।

1 hour ago
1


