ARTICLE AD BOX
ନ୍ୟୁୟର୍କ: ୟୁଏସ୍ ଓପନ୍ରେ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଖେଳାଳି ଜେସିକା ପେଗୁଲା ମଧ୍ୟ ସହଜ ବିଜୟ ସହ ମହିଳା ଏକକର ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ପେଗୁଲା ରୋମାନିଆର ଏଲେନା-ଗାବ୍ରିଏଲା ରୁସେଙ୍କୁ ୬-୩, ୬-୨ରେ ପରାସ୍ତ କରିଛନ୍ତି। ସେହିପରି ୟୁକ୍ରେନର ଦୁଇ ଟେନିସ୍ ତାରକା ମାର୍ତା କୋସ୍ତ୍ୟୁକ ଓ ଏଲିନା ସ୍ବିତୋଲିନା ରବିବାର ଦମଦାର ବିଜୟ ସହ ନିଜ ଅଭିଯାନ ଆରମ୍ଭ କରିଛନ୍ତି। କୋସ୍ତ୍ୟୁକ ଅଷ୍ଟ୍ରେଲିଆର ଷ୍ଟର୍ମ ହଣ୍ଟରଙ୍କୁ ସହଜରେ ପରାସ୍ତ କରିଥିବା ବେଳେ ନବମ ସିଡ୍ ସ୍ବିତୋଲିନା ଆର୍ଜେଣ୍ଟିନାର ସୋଲାନା ସିଏରାଙ୍କ ବିପକ୍ଷରେ ମ୍ୟାଚ୍ରେ ନିଜ ନିୟନ୍ତ୍ରଣ ସ୍ଥାପନ କରିଛନ୍ତି।
ଟୁର୍ଣ୍ଣାମେଣ୍ଟରେ ନିଜ ଦାବିକୁ ମଜବୁତ କରିଛନ୍ତି ସ୍ବିତୋଲିନା
ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ ଲକ୍ଷ୍ୟରେ ଥିବା କୋସ୍ତ୍ୟୁକ ପ୍ରଥମ ରାଉଣ୍ଡରେ ହଣ୍ଟରଙ୍କୁ ୬-୪, ୬-୧ ସେଟ୍ରେ ପରାସ୍ତ କରିଛନ୍ତି। ହଣ୍ଟର ମ୍ୟାଚ୍ର ଆରମ୍ଭରେ କିଛିଟା ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇଥିଲେ ମଧ୍ୟ ଦ୍ୱିତୀୟ ସେଟ୍ରେ କୋସ୍ତ୍ୟୁକ ସମ୍ପୂର୍ଣ୍ଣ ଭାବେ ନିଜ ଦବଦବା ଜାହିର କରିଥିଲେ। ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ରେ ନିରାଶାଜନକ ପ୍ରଦର୍ଶନ ପରେ କୋସ୍ତ୍ୟୁକ ଗ୍ରାଣ୍ଡସ୍ଲାମ୍ରେ ଚମତ୍କାର ଫର୍ମକୁ ଫେରିଛନ୍ତି। ସେ ଫ୍ରେଞ୍ଚ ଓପନ୍ ଏବଂ ୱିମ୍ବଲଡନ୍ରେ ସେମିଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ଏହି ପ୍ରଦର୍ଶନ ଯୋଗୁଁ ଚଳିତ ୟୁଏସ୍ ଓପନ୍ର ମହିଳା ସିଙ୍ଗଲ୍ସରେ କୋସ୍ତ୍ୟୁକଙ୍କୁ ଜଣେ ଗୁରୁତ୍ୱପୂର୍ଣ୍ଣ ଟାଇଟଲ୍ ଦାବିଦାର ଭାବେ ଦେଖାଯାଉଛି। ଅନ୍ୟପଟେ ସ୍ବିତୋଲିନା ମଧ୍ୟ ଦୃଢ଼ ଆରମ୍ଭ କରି ଟୁର୍ଣ୍ଣାମେଣ୍ଟରେ ନିଜ ଦାବିକୁ ମଜବୁତ କରିଛନ୍ତି। ସେ ବିଶ୍ବର ୯୧ ନମ୍ବର ମାନ୍ୟତାପ୍ରାପ୍ତ ସାଲୋନାଙ୍କୁ ୬-୧, ୬-୨ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

1 hour ago
1


