US-Iran War: ପୁଣି ଭୀଷଣ ହେବ ଆମେରିକା-ଇରାନ ଯୁଦ୍ଧ! ଜୋରଦାର ଆକ୍ରମଣ ପାଇଁ ଟ୍ରମ୍ପଙ୍କ ସଙ୍କେତ

4 days ago 5
ARTICLE AD BOX

ନ୍ୟୁୟର୍କ: ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ଭୀଷଣ ଯୁଦ୍ଧ ନେଇ ୱାସିଂଟନ ଓ ତେହେରାନ ପରସ୍ପରକୁ ଧମକ ଦେଇଛନ୍ତି। ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ୱାସିଂଟନ ତେହେରାନ ଉପରେ ବଡ଼ଧରଣର ଆକ୍ରମଣ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ଯୁଦ୍ଧ ଖୁବ୍‌ଶୀଘ୍ର ଜିତିବେ ବୋଲି କହିଛନ୍ତି। ଜବାବରେ ଇରାନ ବିଦେଶ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି, ଇରାନ ସମସ୍ତ ପ୍ରକାଶ ବିନାଶର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି।

ସୂଚନା‌ଯୋଗ୍ୟ, ରବିବାର ଏକ କାର୍ଯ୍ୟକ୍ରମ ଅବସରରେ ଟ୍ରମ୍ପ ଗଣମାଧ୍ୟମ ସହିତ କଥାବାର୍ତ୍ତାବେଳେ କହିଛନ୍ତି ଯେ, ଇରାନ ସହିତ ଯୁଦ୍ଧରେ ସେ ଖୁବ୍‌ଶୀଘ୍ର ବିଜୟୀ ହେବେ। ଯୁଦ୍ଧ ଜିତିବା ପରେ ବିଶ୍ବବଜାରରେ ତୈଳ ଦର ହ୍ରାସ ପାଇବ। ଟ୍ରମ୍ପ କହିଛନ୍ତି, ଇରାନ ପରମାଣୁ ଅସ୍ତ୍ର ଯେପରି ନ ରଖି ତାହା ଏବେବି ମୁଖ୍ୟ ପ୍ରସଙ୍ଗ ରହିଛି।

ମହାବିନାଶ ଆସିଲେ ବି ଦୃଢ଼ ମୁକାବିଲା କରିବୁ: କହିଲା ଇରାନ

ଆମେରିକା ଆର୍ଥିକ ଓ ସାମରିକ ଚାପ ପକାଉଛି କି ବୋଲି ପ୍ରଶ୍ନରେ ଟ୍ରମ୍ପ କହିଥିଲେ, ଉଭୟ ଆର୍ଥିକ ଓ ସାମରିକ ଦୃଷ୍ଟିରୁ ଇରାନ ସମ୍ପୂର୍ଣ୍ଣ ଧ୍ବଂସ ହୋଇସାରିଛି। ଇରାନରେ ମୁଦ୍ରାସ୍ଫିତି ୩୦୦% ବୃଦ୍ଧି ପାଇଛି। ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଇରାନ ଉପରେ ଆମେରିକାର ସାମରିକ ଆକ୍ରମଣକୁ ଟ୍ରମ୍ପ ଅସ୍ୱୀକାର କରିନାହାନ୍ତି। ତେବେ କହିଛନ୍ତି, ଟ୍ରମ୍ପ କହିଛନ୍ତି, ସାମରିକ ଦୃଷ୍ଟିକୋଣରୁ ଆମେ ଯୁଦ୍ଧ ଜିତିସାରିଛୁ। ଯୁଦ୍ଧ ଶେଷ କରିବା, ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଓ ପରମାଣୁ ଆଲୋଚନା ପୁନଃ ଆରମ୍ଭ କରିବା ପାଇଁ ଇରାନର ସାତ ଦିନିଆ ରୋଡମ୍ୟାପ୍ ପ୍ରସ୍ତାବକୁ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିଛନ୍ତି।

ଟ୍ରମ୍ପ କହିଛନ୍ତି, ତେହେରାନ ଆର୍ଥିକ ଚାପ ଓ ଟଙ୍କା ପ୍ରବାହ ବାଧାପ୍ରାପ୍ତ ହେତୁ ଚୁକ୍ତି ପାଇଁ ଭିକ୍ଷା ମାଗୁଛି। ତେବେ ଇରାନର ବିଦେଶ ମନ୍ତ୍ରୀ ସୟେଦ ଆବାସ ଆରାଘଚି ଏହାର ଦୃଢ଼ ଜବାବ ଦେଇ କହିଛନ୍ତି ଯେ, ଇରାନ ଯୁଦ୍ଧର ପୁନଃରମ୍ଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଆରାଘଚି ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ କହିଛନ୍ତି ଯେ, ଇରାନ ଆମେରିକା ସହିତ ସମ୍ଭାବ୍ୟ ଯୁଦ୍ଧ ପୁନଃଆରମ୍ଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ ଚେତାବନୀ ଦେଇଛନ୍ତି ଯେ, ଯଦି ସଂଘର୍ଷ ମହାବିନାଶ ବି ଆଣେ ତେବେ ବି ସେମାନେ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ଦୃଢ଼ ସଂକଳ୍ପବଦ୍ଧ। ତଥାପି ସେମାନେ କୂଟନୀତି ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ଏଥିରୁ ଯାହା ବାଛିପାରିବେ ବୋଲି ଆରାଘଚି କହିଛନ୍ତି।

Gen Z: ଜବ୍‌ ଇଣ୍ଟରଭ୍ୟୁରେ ଜେନ୍ ଜିର ନୂଆ ଷ୍ଟାଇଲ୍‌, ରିକ୍ରୁଟରଙ୍କୁ ଚକିତ କରୁଛି ଏହି ଟ୍ରେଣ୍ଡ

ଅନ୍ୟପକ୍ଷରେ ଜାତିସଂଘରେ ଆମେରିକା ରାଷ୍ଟ୍ରଦୂତ ମାଇକେଲ ୱାଲ୍ଜ କହିଛନ୍ତି ଯେ, ହର୍ମୁଜ ପ୍ରଣାଳୀ ପୁନଃ ଖୋଲିବାକୁ ଇରାନର ପ୍ରସ୍ତାବକୁ ଆମେରିକା ପ୍ରତ୍ୟାଖ୍ୟାନ କରିଛି। ତେହେରାନ ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ ପ୍ରତିବନ୍ଧକରୁ ମୁକ୍ତି ଓ କୋଟି କୋଟି ଡଲାରର ଫ୍ରିଜ୍‌ ହୋଇଥିବା ସମ୍ପତ୍ତି ପାଇବା ଚାହୁଁଥିଲା। ଆମେରିକା କହିଛି ଯେ, ରାଷ୍ଟ୍ରପତି ଟ୍ରମ୍ପ ଇରାନ ସହିତ ଯେକୌଣସି ପ୍ରକାରର ଚୁକ୍ତି ଚାହାନ୍ତି, କିନ୍ତୁ ସେପର୍ଯ୍ୟନ୍ତ ସମସ୍ତ ବିକଳ୍ପ ଖୋଲା ଅଛି।

ସେ ଆହୁରି କହିଛନ୍ତି ଯେ, ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ଇରାନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ସୁରକ୍ଷା ପରିଷଦକୁ ପଠାଇଛି, ଯେଉଁଥିରେ ତେହେରାନ ଦେଶ ଭିତରେ ଏଜେନ୍ସିର ନିରୀକ୍ଷକମାନଙ୍କୁ ଅନୁମତି ଦେବାକୁ ଓ ସେମାନଙ୍କର ସମୃଦ୍ଧିର ଉପଯୁକ୍ତ ତଦାରଖ ପ୍ରଦାନ କରିବାକୁ ମନା କରିବା ଅନ୍ତର୍ଭୁକ୍ତ। ଇରାନ ବିଦେଶ ମନ୍ତ୍ରୀ ଆରାଘଚି ପରେ ଆମେରିକା ରାଷ୍ଟ୍ରଦୂତଙ୍କ କଥାକୁ ବିରୋଧ କରିଥିଲେ ଓ କହିଥିଲେ ଆମେ ଶାନ୍ତି ପାଇଁ କୌଣସି ସୁଯୋଗ ହାତଛଡ଼ା କରିବା ଉଚିତ୍ ନୁହେଁ।

Char Dham Yatra: ଚାରିଧାମ ଯାତ୍ରା ପୁଣି ଆରମ୍ଭ: ଭୂସ୍ଖଳନ ପରେ ଚିରବାସାରୁ ୧,୫୦୦ ତୀର୍ଥଯାତ୍ରୀ ଉଦ୍ଧାର

Read Entire Article
LEFT SIDEBAR AD

Hidden in mobile, Best for skyscrapers.