ARTICLE AD BOX
ନୂଆଦିଲ୍ଲୀ: ୟୁରିକ୍ ଏସିଡି ବଢିଲେ କ୍ଷୀର ପଇବା ଉଚିତ୍ କି ? ନା ଓଲଟା ଏହା କମାଇବ ଗାଉଟ୍ର ଯନ୍ତ୍ରଣା! ୟୁରିକ୍ ଏସିଡ୍ ବଢ଼ିଲେ ଖାଦ୍ୟପାନୀୟକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଥାଏ। ବିଶେଷକରି କ୍ଷୀର ପିଇବା ଠିକ୍ କି ନୁହେଁ, ଏହାକୁ ନେଇ ରହିଛି ଅନେକ ପ୍ରଶ୍ନ। ତେବେ ଜାଣନ୍ତୁ, ୟୁରିକ୍ ଏସିଡ୍ ଥିଲେ କ୍ଷୀର ପିଇବା ନେଇ ବିଶେଷଜ୍ଞଙ୍କ ପରାମର୍ଶ କ’ଣ। ୟୁରିକ୍ ଏସିଡ୍... ନାଁ ଶୁଣିଲେ ହିଁ ଅନେକଙ୍କ ଚିନ୍ତା ବଢ଼ିଯାଏ। ବିଶେଷକରି ଗାଉଟ୍ରେ ଅର୍ଥାତ୍ ଗଣ୍ଠିପାତ ଯନ୍ତ୍ରଣାରେ ପୀଡ଼ିତ ଲୋକଙ୍କ ପାଇଁ ଖାଦ୍ୟ ଚୟନ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଶରୀରରେ ୟୁରିକ୍ ଏସିଡ୍ର ମାତ୍ରା ବଢ଼ିଗଲେ ଏହା ଜୋଡ଼ରେ ଜମା ହୋଇ ଛୋଟ ଛୋଟ କ୍ରିଷ୍ଟାଲ୍ ତିଆରି କରିପାରେ। ଫଳରେ ଜୋଡ଼ରେ ପ୍ରବଳ ଯନ୍ତ୍ରଣା, ଫୁଲା ଏବଂ ଲାଲିମା ଭଳି ସମସ୍ୟା ଦେଖାଦେଇପାରେ। ତେଣୁ ୟୁରିକ୍ ଏସିଡ୍ ବଢ଼ିଥିଲେ ପ୍ୟୁରିନ୍ ଅଧିକ ଥିବା ଖାଦ୍ୟ କମ୍ ଖାଇବାକୁ ପରାମର୍ଶ ଦିଆଯାଏ। କିନ୍ତୁ ଏଠି ପ୍ରଶ୍ନ ହେଉଛି ଦୁଧ ପିଇବା ଠିକ୍ କି?
Landslides: କୁମାୟୁଁ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ: ଆଖି ଆଗରେ ଧସିଲା ପାହାଡ଼, ଭିଡିଓ ଭାଇରାଲ୍
ଆର୍ଥରାଇଟିସ୍ ଫାଉଣ୍ଡେସନ୍ର ସୂଚନା ଅନୁସାରେ, ଗାଉଟ୍ କିମ୍ବା ଅଧିକ ୟୁରିକ୍ ଏସିଡ୍ ସମସ୍ୟା ଥିଲେ ଲୋ-ଫ୍ୟାଟ୍ ଡେୟରୀ ପ୍ରଡକ୍ଟ ଖାଇବା ଉପକାରୀ ହୋଇପାରେ। ଅର୍ଥାତ୍ ଲୋ-ଫ୍ୟାଟ୍ କ୍ଷୀର, ଦହି ଭଳି ଖାଦ୍ୟକୁ ଡାଏଟ୍ରେ ସାମିଲ କରାଯାଇପାରେ। କିଛି ଅଧ୍ୟୟନରେ ମଧ୍ୟ ଦେଖାଯାଇଛି ଯେ, କମ୍ ଫ୍ୟାଟ୍ ଥିବା ଦୁଧରେ ରହୁଥିବା କିଛି ପ୍ରୋଟିନ୍ ଶରୀରରୁ ୟୁରିକ୍ ଏସିଡ୍କୁ ପରିସ୍ରା ମାଧ୍ୟମରେ ବାହାର କରିବାରେ ସହାୟକ ହୋଇପାରେ। ଏହା ରକ୍ତରେ ୟୁରିକ୍ ଏସିଡ୍ର ସ୍ତର କମାଇବା ସହ ଗାଉଟ୍ ଆଟାକ୍ର ଆଶଙ୍କା କମାଇପାରେ। ତେବେ ଏହାର ଅର୍ଥ ନୁହେଁ ଯେ, ୟୁରିକ୍ ଏସିଡ୍ ଥିଲେ ଯେତେ ଇଚ୍ଛା କ୍ଷୀର ପିଇବେ। ବିଶେଷକରି ଫୁଲ୍-କ୍ରିମ୍ କ୍ଷୀର ଅଧିକ ପରିମାଣରେ ନେବା ଠାରୁ ଦୂରେଇବା ଭଲ। ଏହା ବଦଳରେ ଲୋ-ଫ୍ୟାଟ୍ କ୍ଷୀର ବାଛିପାରିବେ। କିଛି ଷ୍ଟଡି ଅନୁସାରେ, ସୀମିତ ପରିମାଣରେ ଲୋ-ଫ୍ୟାଟ୍ ଡେୟରୀ ନିଆଯାଇପାରେ। ଉଦାହରଣ ସ୍ୱରୂପ, ଦିନକୁ ପ୍ରାୟ ଗୋଟିଏ ସର୍ଭିଂ ଗୋଟିଏ ଗ୍ଲାସ୍ କ୍ଷୀର କିମ୍ବା ଗୋଟିଏ ବାଟି ଦହି ନେବା ନେଇ ଅଧ୍ୟୟନରେ ଉଲ୍ଲେଖ ରହିଛି। ତେବେ ୟୁରିକ୍ ଏସିଡ୍ ବଢ଼ିଲେ କ୍ଷୀର ସମ୍ପୂର୍ଣ୍ଣ ବନ୍ଦ କରିବା ଜରୁରୀ ନୁହେଁ। ଲୋ-ଫ୍ୟାଟ୍ କ୍ଷୀର ଓ ଦହି ଭଳି ଡେୟରୀ ପ୍ରଡକ୍ଟ ସୀମିତ ପରିମାଣରେ ନିଆଯାଇପାରେ। ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀର ଓ ୟୁରିକ୍ ଏସିଡ୍ର ସ୍ଥିତି ଅଲଗା ହୋଇଥିବାରୁ, ନିଜ ଡାକ୍ତର କିମ୍ବା ଡାଏଟିସିଆନ୍ଙ୍କ ପରାମର୍ଶ ନେଇ ଡାଏଟ୍ ନିର୍ଦ୍ଧାରଣ କରିବା ସବୁଠାରୁ ଭଲ।

4 hours ago
2


