UPPSC Recruitment 2026: ଖାଲିଥିବା କମ୍ପ୍ୟୁଟର ଅପରେଟର ପଦବି ପାଇଁ ଆରମ୍ଭ ହୋଇଯାଇଛି ଆବେଦନ ପ୍ରକ୍ରିୟା

1 week ago 5
ARTICLE AD BOX

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ସରକାରୀ ଚାକିରି ପାଇବାକୁ ଚାହୁଁଥିବା ଯୁବକ ଯୁବତୀମାନଙ୍କ ପାଇଁ ଏକ ବଡ଼ ଖବର। ୟୁପିପିଏସସି କମ୍ପ୍ୟୁଟର ଅପରେଟର ପଦବି ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପଦବି ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ଆବେଦନ ଦାଖଲ କରିବାର ଶେଷ ତାରିଖ ୨୦୨୬ ସେପ୍ଟେମ୍ବର ୩ ରହିଛି।

ଆଇଆଇଟିରେ ପାଠ ପଢିଲେ, ଦାମୀ ଚାକିରି ଛାଡି ଦୁଗ୍ଧ ଚାଷୀଙ୍କ ପାଇଁ ଗଢ଼ିଲେ ୫୬୫ କୋଟି ଟଙ୍କାର ଷ୍ଟାର୍ଟଅପ୍

ସାଧାରଣ, ଇଡବ୍ଲୁଏସ ଏବଂ ଓବିସି ବର୍ଗଙ୍କ ପାଇଁ ୨୨୫, ଏସସି, ଏସଟି ବର୍ଗଙ୍କ ପାଇଁ ୧୦୫ ଏବଂ  ପିଡବ୍ଲୁଡି ବର୍ଗଙ୍କ ପାଇଁ ୨୫ଟଙ୍କା ଧାର୍ଯ୍ୟ କରାଯାଇଛି। ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କର ଭାରତର ଏକ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରୁ ସ୍ନାତକ ଡିଗ୍ରି, ଡିପ୍ଲୋମା କିମ୍ବା ଅନ୍ୟାନ୍ୟ ନିର୍ଦ୍ଧାରିତ ଯୋଗ୍ୟତା ଥିବା ଆବଶ୍ୟକ।ପ୍ରାର୍ଥୀମାନଙ୍କ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୪୦ ବର୍ଷ ଧାର୍ଯ୍ୟ କରାଯାଇଛି। ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ଛାଡ଼ର ସୁବିଧା ପ୍ରଦାନ କରାଯାଇଛି।

କମ୍ପ୍ୟୁଟର ଅପରେଟର ପଦବି ପାଇଁ କିପରି କରିବେ ଆବେଦନ

କମ୍ପ୍ୟୁଟର ଅପରେଟର ପଦବି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆବେଦନ କରିବାକୁ ପ୍ରଥମେ ସରକାରୀ ୱେବସାଇଟ https://sarkariresult.com.cm/uppsc-computer-operator-2026/ କୁ ଯାଆନ୍ତୁ।  ୱେବସାଇଟରେ ହୋମପେଜ୍‌ରେ ଥିବା ଅନଲାଇନ୍ ପଞ୍ଜୀକରଣ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ସମସ୍ତ ଆବଶ୍ୟକୀୟ ବିବରଣୀ ସତର୍କତାର ସହ ପ୍ରବେଶ କରନ୍ତୁ। ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକର ସ୍କାନ କପି ସହିତ ପଞ୍ଜୀକରଣ ଫି ଅପଲୋଡ୍ କରନ୍ତୁ। ଶେଷରେ, ଏହାର ଏକ ପ୍ରିଣ୍ଟଆଉଟ୍ ବାହାର କରି ନିଜ ପାଖରେ ସାଇତି ରଖନ୍ତୁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.