ARTICLE AD BOX
ନୂଆଦିଲ୍ଲୀ: ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ କାରବାର ଉପରେ ୦.୪% ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମଡିଆର) ଲାଗୁ କରିବା ନିଷ୍ପତ୍ତି ଆଉ କିଛି ମାସ ଘୁଞ୍ଚିବା ସମ୍ଭାବନା ରହିଛି। ଏହି ନୂଆ ନିୟମ ଚଳିତ ମାସ ୧୫ରୁ ଲାଗୁ ହେବାର ଥିଲା। ଏବେ ତାହାକୁ କିଛି ମାସ ଘୁଞ୍ଚାଇ ୨୦୨୭ ଜାନୁଆରିରୁ ଲାଗୁ କରିବା ନେଇ ବିଚାର ଚାଲିଛି। ପାର୍ବଣ ସମୟରେ ୟୁପିଆଇ ମାଧ୍ୟମରେ ଅଧିକ କାରବାର ହୋଇଥାଏ। ତେଣୁ ଏହି ସମୟରେ ନୂଆ ଶୁଳ୍କ ବ୍ୟବସ୍ଥା ଲାଗୁ ନକରି ପୂଜା ପରେ ତାହାକୁ ଲାଗୁ କରିବାକୁ ବିଚାର କରାଯାଉଛି। ତେବେ ଏନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।
ସିଧାସଳଖ ଗ୍ରାହକଙ୍କଠାରୁ ନିଆଯିବ ନାହିଁ
ନୂଆ ବ୍ୟବସ୍ଥା ଅନୁସାରେ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କେତେକ ବାଣିଜ୍ୟିକ ୟୁପିଆଇ କାରବାରରେ ୦.୪% ଏମ୍ଡିଆର ଲାଗିବ। ୭୫,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର କାରବାର ପାଇଁ ଏହି ଶୁଳ୍କ ସର୍ବାଧିକ ୩୦୦ ଟଙ୍କା ରହିବ। ତେବେ ଏହି ଶୁଳ୍କ ସିଧାସଳଖ ଗ୍ରାହକଙ୍କଠାରୁ ନିଆଯିବ ନାହିଁ। ବ୍ୟବସାୟୀଙ୍କୁ ପେମେଣ୍ଟ୍ କରାଯାଉଥିବା ୨,୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ ଉପରେ ମଧ୍ୟ ଏହି ଶୁଳ୍କ ଲାଗିବ ନାହିଁ। ସେହିପରି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ କରୁଥିବା ୟୁପିଆଇ ପେମେଣ୍ଟ ପୂର୍ବଭଳି ମାଗଣା ରହିବ। ଅର୍ଥାତ୍ ସାଧାରଣ ଲୋକଙ୍କ ମଧ୍ୟରେ ହେଉଥିବା ୟୁପିଆଇ ନେଣଦେଣ ଉପରେ ଏହି ଶୁଳ୍କ ଲାଗିବ ନାହିଁ। ଏହି ନୂଆ ଶୁଳ୍କ ବ୍ୟବସ୍ଥା ମୁଖ୍ୟତଃ ବଡ଼ ମୂଲ୍ୟର ବାଣିଜ୍ୟିକ ୟୁପିଆଇ କାରବାର ପାଇଁ ଉଦ୍ଦିଷ୍ଟ। କେବେଠାରୁ ଏହି ଶୁଳ୍କ ଲାଗୁ କରାଯିବ, ସେନେଇ ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ।
Elon Musk: ମସ୍କଙ୍କ ଅଭିଯୋଗକୁ ସରକାରଙ୍କ ଖଣ୍ଡନ: ଷ୍ଟାର୍ଲିଙ୍କକୁ ଅଟକାଯାଉନାହିଁ

49 minutes ago
1


