UPI: ପର୍ସନ-ଟୁ-ପର୍ସନ ୟୁପିଆଇ କାରବାର ଶୁଳ୍କମୁକ୍ତ ରହିବ: ସ୍ପଷ୍ଟ କଲା ଅର୍ଥ ମନ୍ତ୍ରାଳୟ

58 minutes ago 3
ARTICLE AD BOX

ନୂଆଦିଲ୍ଲୀ: ଲୋକସଭାରେ ଗତ ଗୁରୁବାର ପେମେଣ୍ଟ ଓ ସେ‌ଟେଲମେଣ୍ଟ୍‌ ସିଷ୍ଟମ୍‌ସ ଆଇନ-୨୦୦୭ ଗୃହୀତ ହେବା ପରେ ୟୁପିଆଇ ପେମେଣ୍ଟରେ ଶୁଳ୍କ ଲାଗିବା ଆଶଙ୍କା ବଢ଼ିଯାଇଛି। ଏଭଳି ସ୍ଥିତିରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି ଯେ ପର୍ସନ-ଟୁ-ପର୍ସନ ୟୁପିଆଇ କାରବାରରେ କୌଣସି ଶୁଳ୍କ ଲାଗିବ ନାହିଁ। ୟୁପିଆଇ ପେମେଣ୍ଟ ପାଇଁ କୌଣସି ଚାର୍ଜ ନିଆଯିବ ନାହିଁ।

ପର୍ସନ-ଟୁ-ପର୍ସନ ୟୁପିଆଇ କାରବାର ବର୍ତ୍ତମାନ ଭଳି ଶୁଳ୍କମୁକ୍ତ ରହିବ। ତେବେ ଭବିଷ୍ୟତରେ ଯଦି ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌) ଲାଗୁ ହୁଏ ତାହେଲେ କେତେକ ସୀମିତ ବର୍ଗର ମର୍ଚ୍ଚାଣ୍ଟ ଟ୍ରାଞ୍ଜାକସନରେ ଏହା ଲାଗୁହେବ। ଏକ ନିର୍ଦ୍ଦିଷ୍ଟ ସୀମାର କାରବାରଠାରୁ ଅଧିକ ରାଶି ଉପରେ ଏହା ଲାଗିବ ଏବଂ ସ୍ବାଭାବିକ ହାରରେ ଏହା ଆଦାୟ ହେବ। ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ପାଇଁ ପ୍ରଯୁଜ୍ୟ ଏମ୍‌ଡିଆର୍‌ ତୁଳନାରେ ଏହା ଯଥେଷ୍ଟ କମ୍‌ ରହିବ।

ଆହୁରି ପଢନ୍ତୁ: Loot: କବାଟ ତାଲା ଭାଙ୍ଗି ନଗଦ ୫.୫ ଲକ୍ଷ ସହ ୭ ଭରି ସୁନା ଓ ରୂପା ସାମଗ୍ରୀ ଚୋରି ଅଭିଯୋଗ

ଏକ ରିପୋର୍ଟରୁ ଜଣାଯାଇଛି ଯେ ବ୍ୟାଙ୍କ ଓ ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ କାରବାର‌ରେ ୦.୨୫ ପ୍ରତିଶତରୁ ୦.୪୦ ପ୍ରତିଶତ ପର୍ଯ୍ୟନ୍ତ ଏମ୍‌ଡିଆର୍‌ ଆଦାୟ କରିବା ପାଇଁ ସରକାର ଅନୁମତି ଦେଇପାରନ୍ତି। ଫଳରେ କ୍ଷୀର, ପନିପରିବା, ଗ୍ରୋସରି, ଅଟୋ ରିକ୍ସା ଓ ଟ୍ୟାକ୍ସି ଭଡ଼ା ଆଦିକୁ ୟୁପିଆଇ ଜରିଆରେ ପ୍ରଦାନ କରିବା ସମୟରେ ଶୁଳ୍କ ପଡ଼ି ନପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.