UPI କାରବାର ଚାର୍ଜ ଲଗାଇବା ସଂକ୍ରାନ୍ତ ବିଲ୍‌ ଲୋକସଭାରେ ଗୃହୀତ

1 hour ago 3
ARTICLE AD BOX

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ମଙ୍ଗଳବାର ଆଗତ କରିଥିବା ଟିକସ ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌ ଆଜି ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିନା ଆଲୋଚନାରେ ଗୃହୀତ ହୋଇଛି। ଏହି ବିଲ୍‌ରେ ପେମେଣ୍ଟ ଓ ସେ‌ଟେଲମେଣ୍ଟ୍‌ ସିଷ୍ଟମ୍‌ସ ଆଇନ-୨୦୦୭ ମଧ୍ୟ ରହିଛି।

ୟୁପିଆଇ ଓ ରୁପେ କାର୍ଡ ପେମେଣ୍ଟରେ ବର୍ତ୍ତମାନ ରହିଥିବା ଜିରୋ ମର୍ଚ୍ଚାଣ୍ଟ ଡିସକାଉଣ୍ଟ(ଏମ୍‌ଡିଆର୍‌)କୁ ନୂଆ ବିଲ୍‌ରେ ବଦଳାଇବା ବ୍ୟବସ୍ଥା ରହିଛି। ସମ୍ପ୍ରତ୍ତି ବ୍ୟାଙ୍କ ଓ ପେମେଣ୍ଟ୍‌ ସିଷ୍ଟମ୍‌ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୟୁପିଆଇ ଓ ରୁପେ ଡେବିଟ୍‌ କାର୍ଡରେ ପେମେଣ୍ଟ ପାଇଁ କୌଣସି ଚାର୍ଜ ଆଦାୟ କରୁନାହାନ୍ତି। ନୂଆ ବିଲ୍‌ ଆଇନରେ ପରିଣତ ହେଲେ କେଉଁସବୁ ଇ‌ଲେକ୍ଟ୍ରୋନିକ୍‌ ପେମେଣ୍ଟ୍ ବା କାରବାର ଚାର୍ଜମୁକ୍ତ ରହିବ ସରକାର ବିଜ୍ଞପ୍ତି ଜରିଆରେ ତାହା ସ୍ପଷ୍ଟ କରିବେ।

UPI Fraud Alleged ଜମାଖାତାରୁ ୯୫ହଜାର ଟଙ୍କା ଗାଏବ, ୟୁପିଆଇ ଜାଲିଆତି ଅଭିଯୋଗ

ଟିକସ ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌ ପ୍ରସଙ୍ଗରେ କଂଗ୍ରେସ ଆଜି ସରକାରଙ୍କୁ ସମାଲୋଚନା କରିଛି। ୟୁପିଆଇକୁ ଦୁର୍ବଳ କରିବା ସହ ପ୍ରଧାନମନ୍ତ୍ରୀ ତାଙ୍କ ଭଲ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ଆମେରିକାର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପାଇଁ ଡିଜିଟାଲ ପେମେଣ୍ଟ୍‌ସ କ୍ଷେତ୍ରକୁ ଉନ୍ମୁକ୍ତ କରିବାକୁ ଚାହୁଛନ୍ତି ‌କି ବୋଲି ସେ ମତ ଦେଇଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ମୋଦୀ ସରକାରଙ୍କ ନୂଆ ବିଲ୍‌ ୟୁପିଆଇ କାରବାରକୁ ଚାର୍ଜମୁକ୍ତ ରଖିବା ଗ୍ୟାରେଣ୍ଟିକୁ ହଟାଇ ଦେଇଛି। ଏମ୍‌ଡିଆର୍‌ ଚାର୍ଜ ଦ୍ବାରକୁ ଏହି ବିଲ୍‌ ଉନ୍ମୁକ୍ତ କରିଛି ଏବଂ ଆଗାମୀ ଦିନରେ ସବୁ ପ୍ରକାର ପେମେଣ୍ଟକୁ ଏହା ପରିବ୍ୟାପ୍ତ ହେବ। ୟୁପିଆଇ କାରବାର କରୁଥିବା ସାଧାରଣ ଲୋକଙ୍କୁ ଏଥିପାଇଁ ବୋଝ ବହନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.