UPI Transaction Fee ୟୁପିଆଇ କାରବାର ଉପରେ ପ୍ରସ୍ତାବିତ ଫି’କୁ ବିରୋଧ: ଘୁମୁସର ଉଦୟଗିରି ବ୍ୟବସାୟୀ ସଂଘର ଦାବିପତ୍ର

4 days ago 5
ARTICLE AD BOX

ଘୁ.ଉଦୟଗିରି(ସମୀର ପାଢ଼ୀ): ସରକାରଙ୍କ ପକ୍ଷରୁ ୟୁପିଆଇ କାରବାର ଉପରେ ପ୍ରସ୍ତାବିତ ୦.୪ ପ୍ରତିଶତ ଏମ୍.ଡି.ଆର୍ (ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍) ସହ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିବା ନିଷ୍ପତ୍ତିକୁ ନେଇ ସ୍ଥାନୀୟ ବ୍ୟବସାୟୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପ୍ରସ୍ତାବିତ ନିୟମକୁ ଘୁମୁସର ଉଦୟଗିରି ବ୍ୟବସାୟୀ ସଂଘ ପକ୍ଷରୁ ବିରୋଧ କରିବା ସହ ଏହି ମର୍ମରେ ଏକ ଦାବିପତ୍ର କେନ୍ଦ୍ରସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି। 

ବ୍ୟବସାୟୀ ସଂଘର ସଭାପତି ସମିର କୁମାର ପାଢୀଙ୍କ ନେତୃତ୍ୱରେ ବ୍ୟବସାୟୀ ସଂଘ ସଭାଗୃହ ରୁ ଏକ ପଦଯାତ୍ରା ବାହାରିଥିଲା। ସହର ପରିକ୍ରମା କରିବା ସହ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।  

Supreme Court: ଏହା ଶୁଳ୍କ, ଟିକସ, ନା ଅନ୍ୟ କିଛି: ୨ ହଜାରରୁ ଅଧିକ ୟୁପିଆଇ ପେମେଣ୍ଟ ପାଇଁ କାହିଁକି ଲାଗିବ ଚାର୍ଜ

ବ୍ୟବସାୟୀମାନଙ୍କ ମତରେ, ଆଜିକାଲି ଅନ୍‌ଲାଇନ୍ ବ୍ୟବସାୟ ଏବଂ ବଡ଼ ବଡ଼ ଖୁଚୁରା ଦୋକାନଗୁଡ଼ିକର ରିହାତି ନୀତି ଯୋଗୁଁ ହୋଲସେଲ୍ ଓ ସାଧାରଣ ଛୋଟ ଦୋକାନୀମାନେ ପୂର୍ବରୁ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ସେମାନେ ନିଜର ଲାଭାଂଶ କମାଇ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛନ୍ତି। ଛୋଟ ଦୋକାନୀମାନେ କେବଳ ବ୍ୟବସାୟ କରନ୍ତି ନାହିଁ, ବରଂ ଏହା ଉପରେ ସେମାନଙ୍କ ପରିବାର ଓ ସ୍ୱପ୍ନ ନିର୍ଭର କରେ। ଏଭଳି ପରିସ୍ଥିତିରେ ଟିକସ, ଲାଇସେନ୍ସ ଭଡ଼ା ବୃଦ୍ଧି ଏବଂ ୟୁପିଆଇ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦିଦେଲେ, ତାହା ସାଧାରଣ ବ୍ୟବସାୟୀଙ୍କୁ ସମ୍ପୂର୍ଣ୍ଣ ଭାଙ୍ଗିଦେବ ଏବଂ ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ମଧ୍ୟ ଗମ୍ଭୀର ଭାବେ ପ୍ରଭାବିତ କରିବ।

UPI raw: ଏମ୍‌ଡିଆର୍‌କୁ ମୋବାଇଲ ରିଟେଲରଙ୍କ ବିରୋଧ; ଗାନ୍ଧୀ ଜୟନ୍ତୀରେ ୟୁପିଆଇରେ ନେବେନି ପେମେଣ୍ଟ

ଆସନ୍ତା ଅକ୍ଟୋବର ୧୫ରୁ ୟୁପିଆଇରେ ଏମ୍‌ଡିଆର୍ ଉପରେ ଟିକସ ଲାଗୁ କରିବାକୁ ସରକାର ପ୍ରସ୍ତାବ ରଖିଛନ୍ତି। ତେଣୁ ସାଧାରଣ ଓ ଛୋଟ ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବିତ ଟିକସକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରି ଘୁ.ଉଦୟଗିରି ତହାସିଲଦାର ସମୁଦ୍ର ମିଶ୍ରଙ୍କ ଦ୍ବାରା କନ୍ଧମାଳ ଜିଲ୍ଲାପାଳ ଭେଦ ଭୂଷଣଙ୍କ ଜରିଆରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି।

Supreme Court: ୟୁପିଆଇରେ ଶୁଳ୍କ ଉପରେ ରହିତାଦେଶ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ
ଏହି କାର୍ଯ୍ୟକ୍ରମରେ ବ୍ୟବସାୟୀ ସଂଘ ସମ୍ପାଦକ  ଷଡଙ୍ଗୀ, ଉପସଭାପତି କାଳୁ ଚରଣ ପଣ୍ଡା, କୋଷାଧ୍ୟକ୍ଷ ମାନସ ରଞ୍ଜନ ଦାଶ, ଟି ଓମ ନାରାୟଣ ପାତ୍ର, ସନ୍ତୋଷ ଆଚାର୍ଯ୍ୟ, ଦିଲୀପ ମହାପାତ୍ର, ସଞ୍ଜୟ ସୁବୁଦ୍ଧି, ଦେବୀପ୍ରସାଦ ଦାସ, ବରିଷ୍ଠ ବ୍ୟବସାୟୀ କେ ସୂର୍ଯ୍ୟନାରାୟଣ ପାତ୍ର, ଏସ ଅଶୋକ ପାତ୍ର, ଟି ଅଶ୍ବିନୀ ପାତ୍ରଙ୍କ ସମେତ ସହରର ସମସ୍ତ ବ୍ୟବସାୟୀ ଉପସ୍ଥିତ ଥିଲେ। ଅକ୍ଟୋବର୨ତାରିଖ ଦିନ ସ୍ଥାନୀୟ ବ୍ୟବସାୟୀ ନୋ ୟୁପିଆ ଡେ ପାଳନ କରିବାକୁ ନିଷ୍ପତି  ସଂଘ ସଭାପତି ସମୀର କୁମାର ପାଢୀ ସୂଚନା ପ୍ରଦାନ କରିଥିବା ବେଳେ ସେ କହିଛନ୍ତି ସେଇ ଦିନ କୌଣସି ବ୍ୟବସାୟୀ ନିଜ ବ୍ୟବସାୟ ଅନୁଷ୍ଠାନ ରେ ୟୁପିଆଇ ଜରିଆରେ କୌଣସି ଅର୍ଥ ନେଣ ଦେଣ କରିବେ ନାହିଁ ନିଜ ନିଜ ବ୍ୟବସାୟ ଅନୁଷ୍ଠାନରେ ଥିବା ସ୍କାନର ଏବଂ ସାଉଣ୍ଡ ବକ୍ସରେ କଳା କନା ଘୋଡେଇ ଏକ ପ୍ରତିବାଦ କରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.