ARTICLE AD BOX
ଲଇକେରା (ଭରତ ପାତ୍ର): ଅନଲାଇନ୍ ଜାଲିଆତିରେ ଝାରସୁଗୁଡ଼ାଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ସାହସପୁର ପଞ୍ଚାୟତର ଚାନ୍ଦିନୀମାଲ ଗ୍ରାମର ବାସିନ୍ଦା ଅମିତାଭ ପଟେଲଙ୍କ ଜମାଖାତାରୁ ୯୫ହଜାର ଟଙ୍କା କଟିଥିବା ଅଭିଯୋଗ ହୋଇଛି। ଏନେଇ କ୍ଷତିଗ୍ରସ୍ତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେଶାଇବାହାଲ ଶାଖାରେ ଲିଖିତ ଅଭିଯୋଗ କରିଛନ୍ତି।
UPI Transactions: ରେକର୍ଡ ୨୩୬୬ କୋଟି ଟଙ୍କା ୟୁପିଆଇ କାରବାର
ଅଭିଯୋଗ ଅନୁଯାୟୀ, ୪ ଅଗଷ୍ଟରେ ଅମିତାଭଙ୍କ ଅଜାଣତରେ ଓ ବିନା ଅନୁମତିରେ ତାଙ୍କ ଆକାଉଣ୍ଟରୁ ୟୁପିଆଈ ମାଧ୍ୟମରେ ୯୫ ହଜାର ଡେବିଟ୍ ହୋଇଥିଲା। ସେ ଏହି ନେଣଦେଣ କରିନଥିବା ବେଳେ କୌଣସି ଓଟିପି କିମ୍ବା ୟୁପିଆଇ ପିନ ମଧ୍ୟ କାହାକୁ ଦେଇନଥିବା ସ୍ପଷ୍ଟ କରିଛନ୍ତି। ଘଟଣା ଜଣାପଡ଼ିବା ପରେ ସେ ଏସ୍ବିଆଇ କେଶାଇବାହାଲ ଶାଖା ପ୍ରବନ୍ଧକଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ସାଇବର୍ ଥାନାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅଭିଯୋଗପତ୍ରରେ ସେ ତାଙ୍କ ଆକାଉଣ୍ଟର ୟୂପିଆଇ ସେବାକୁ ତୁରନ୍ତ ବ୍ଲକ୍ କରିବା, ଜାଲିଆତି ନେଣଦେଣ ସମ୍ପର୍କରେ ବିବାଦ ପଞ୍ଜୀକୃତ କରିବା ଏବଂ ଅର୍ଥ ଫେରସ୍ତ ପାଇଁ ପ୍ରାପକଙ୍କ ଆକାଉଣ୍ଟକୁ ଚିହ୍ନଟ କରି ଫ୍ରିଜ୍ କରିବାକୁ ଦାବି କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛି।

1 week ago
6


