UP's Pratapgarh: ଉତ୍ତର ପ୍ରଦେଶରେ ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

1 week ago 4
ARTICLE AD BOX

ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଦୁଇଟି ପୃଥକ୍ ଦୁର୍ଘଟଣାରେ ଦୁଇଜଣ ଶିଶୁଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି।

 ଉତ୍ତର ପ୍ରଦେଶରେ ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

ପ୍ରତାପଗଡ: ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଦୁଇଟି ପୃଥକ୍ ଦୁର୍ଘଟଣାରେ ଦୁଇଜଣ ଶିଶୁଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ ମଧ୍ୟ ସାମିଲ ଅଛନ୍ତି। ପରିବାରର ୭ ଜଣ ସଦସ୍ୟ ଶୋଇଥିବା ବେଳେ ଆକସ୍ମିକ ଭାବେ ଘରଟି ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଅମନ (୨୮) ନାମକ ଜଣେ ଯୁବକ ଭଗ୍ନାବଶେଷ ତଳୁ କୌଣସି ପ୍ରକାରେ ବାହାରି ପଡ଼ୋଶୀଙ୍କୁ ଖବର ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସମସ୍ତଙ୍କୁ ମେଡିକାଲ ନେଇଥିଲେ ହେଁ ସେଠାରେ ୬ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.