ARTICLE AD BOX
ଆମେଠି:ଉତ୍ତର ପ୍ରଦେଶର ଆମେଠିରେ ମଇଁଷିକୁ ବଞ୍ଚେଇବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କର ୧୯ ବର୍ଷୀୟ ପୁଅଙ୍କର ମୃତ୍ୟୁ ହୋଇଛି। ଆମେଠି ପୁଲିସ ଷ୍ଟେସନ ସୀମା ଅନ୍ତର୍ଗତ ନୁଭାୱା ଗାଁର ଖେମ ପୋଖରୀରେ ବୁଧବାର ଏହି ଦୁଃଖଦ ଘଟଣା ଘଟିଛି। ପୁଲିସ ଅନୁସାରେ, ଗୀତା ବିଶ୍ୱକର୍ମା (୪୦)ଙ୍କ ପୁଅ ଦୀପକ ମଇଁଷିକୁ ଚରାଇବାକୁ ନେଇ ଯାଇଥିବା ବେଳେ ପଶୁଟି ଗଭୀର ପାଣିରେ ଭର୍ତ୍ତି ପୋଖରୀରେ ପଶି ଯାଇଥିଲା।
ଗଭୀର ପାଣିରେ ବୁଡ଼ି ମୃତ୍ୟୁ
ପୁଲିସ କହିଛି ଯେ, ଦୀପକ ମଇଁଷିକୁ ବାହାର କରିବା ପାଇଁ ପୋଖରୀ ଭିତରକୁ ପଶିଯାଇଥିଲେ କିନ୍ତୁ ଗଭୀର ପାଣି ଭିତରକୁ ଯିବା ପରେ ବୁଡ଼ିବାକୁ ଲାଗିଥିଲେ। ପୁଅକୁ ବୁଡ଼ି ଯାଉଥିବା ଦେଖି ଗୀତା ତାଙ୍କୁ ଉଦ୍ଧାର କରିବା ପାଇଁ ପୋଖରୀ ଭିତରକୁ ଯାଇଥିଲେ କିନ୍ତୁ ସେ ମଧ୍ୟ ବୁଡ଼ି ଯାଇଥିଲେ। ସାନ ପୁଅ ଆଦର୍ଶ (୧୪) ମଧ୍ୟ ସେମାନଙ୍କୁ ବଞ୍ଚାଇବା ପାଇଁ ପୋଖରୀରେ ପଶି ଯାଇଥିଲେ। କିନ୍ତୁ ସେ ବୁଡ଼ି ଯିବା ପୂର୍ବରୁ ଉପସ୍ଥିତ ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଗୀତା ଓ ଦୀପକଙ୍କୁ ପୋଖରୀରୁ ବାହାର କରି ଆମେଠିର କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି)କୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।
Midday Meal: ତାମିଲନାଡ଼ୁ ସ୍କୁଲରେ ବଦଳିବ ମଧ୍ୟାହ୍ନ ଭୋଜନ ମେନୁ: ସାମିଲ ହେବ ଚିକେନ ବିରିୟାନୀ

58 minutes ago
1


