ARTICLE AD BOX
ନୂଆଦିଲ୍ଲୀ: ୟୁନାଇଟେଡ୍ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ ଆଡମିନିଷ୍ଟ୍ରେଟିଭ୍ ଅଫିସର ଜେନେରାଲିଷ୍ଟ ଏବଂ ଆଡମିନିଷ୍ଟ୍ରେଟିଭ୍ ଅଫିସର (ହିନ୍ଦୀ ଅଫିସର) ପଦ ପାଇଁ ଆବେଦନର ଶେଷ ତାରିଖ ବଢ଼ାଇ ଦିଆଯାଇଛି। ଏହି ପଦରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ୟୁଆଇଆଇସିଏଲର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ।
ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୨୨୫ଟି ପଦ ପୂରଣ କରାଯିବ। ଏଥିରେ ଆଡମିନିଷ୍ଟ୍ରେଟିଭ୍ ଅଫିସର ପାଇଁ ୨୦୦ଟି ପଦ ଏବଂ ଆଡମିନିଷ୍ଟ୍ରେଟିଭ୍ ଅଫିସର (ହିନ୍ଦୀ ଅଫିସର) ପାଇଁ ୨୫ଟି ପଦ ରହିଛି। ଆବେଦନର ଶେଷ ତାରିଖ ୨୦୨୬ ଅକ୍ଟୋବର ୧ ଧାର୍ଯ୍ୟ କରାଯାଇଛି।
ଆବେଦନ ପାଇଁ ଯୋଗ୍ୟତା
ଆଡମିନିଷ୍ଟ୍ରେଟିଭ୍ ଅଫିସର ଜେନେରାଲିଷ୍ଟ ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ପାଖରେ ଭାରତର କୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ସ୍ନାତକ ଡିଗ୍ରି ଥିବା ଆବଶ୍ୟକ। ଆଡମିନିଷ୍ଟ୍ରେଟିଭ୍ ଅଫିସର ପଦ ପାଇଁ ପ୍ରାର୍ଥୀ ହିନ୍ଦୀ କିମ୍ବା ଇଂରାଜୀ ବିଷୟରେ ସ୍ନାତକ ହୋଇଥିବା ଆବଶ୍ୟକ। ଏହା ସହିତ ଅନ୍ୟାନ୍ୟ ନିର୍ଦ୍ଧାରିତ ଯୋଗ୍ୟତା ମଧ୍ୟ ପୂରଣ କରିବାକୁ ପଡ଼ିବ।
ବୟସ ସୀମା
ଆବେଦନ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୦ ବର୍ଷ ହେବା ଆବଶ୍ୟକ। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ଼ ମିଳିବ। ଏସ୍ସି/ଏସ୍ଟି ପ୍ରାର୍ଥୀଙ୍କୁ ୫ ବର୍ଷ, ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ୧୦ ବର୍ଷ ଛାଡ଼ ଦିଆଯିବ।
କେବେ ହେବ ପରୀକ୍ଷା?
ୟୁଆଇଆଇସିଏଲ୍ର ପ୍ରାରମ୍ଭିକ ପରୀକ୍ଷା ୨୨ ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ହେବ। ପ୍ରାରମ୍ଭିକ ପରୀକ୍ଷାରେ ସଫଳ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟ ପରୀକ୍ଷା ୨୦୨୬ ନଭେମ୍ବର ୩୦ରେ ହେବ । ପ୍ରାରମ୍ଭିକ ପରୀକ୍ଷାରେ ଇଂରାଜୀ, ରିଜନିଂ ଏବଂ କ୍ୱାଣ୍ଟିଟେଟିଭ୍ ଆପ୍ଟିଟ୍ୟୁଡ୍ ବିଷୟରୁ ମୋଟ ୧୦୦ଟି ପ୍ରଶ୍ନ ପଚରାଯିବ। ପରୀକ୍ଷାର ମୋଟ ମାର୍କ ୧୦୦ ରହିବ ଏବଂ ସମୟସୀମା ୬୦ ମିନିଟ୍ ରହିବ।

41 minutes ago
1


