ARTICLE AD BOX
କିବ୍: ରୁଷ୍ ରବିବାର ୟୁକ୍ରେନ ଉପରେ ଡ୍ରୋନ୍ ଓକ୍ଷେପଣାସ୍ତ୍ରରେ ଜୋରଦାର ଆକ୍ରମଣ କରିଥିବାବେଳେ ଭାରତୀୟ କୋଟିପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ ଥିବା କିବ୍ର ସର୍ବବୃହତ୍ ଇସ୍ପାତ ଉତ୍ପାଦକ ଆର୍ସେଲର ମିତ୍ତଲ କ୍ରିଭି ରିହ କ୍ଷତିଗ୍ରସ୍ତ ହୋଇଛି। ରୁଷ୍ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୦ରୁ ଅଧିକ ଶ୍ରମିକ ଓ ଠିକାଦାର ଆହତ ହୋଇଛନ୍ତି ବୋଲି କମ୍ପାନି କିବ୍ ପୋଷ୍ଟକୁ କହିଛି।
ଆହୁରି ପଢନ୍ତୁ :Jai Kisan Navratna Fertilizers ଜୟ କିସାନ ନବରତ୍ନ ଫର୍ଟିଲାଇଜର ପକ୍ଷରୁ ବୃକ୍ଷରୋପଣ ଓ ପୂର୍ବ ସୈନିକ-କୃଷକଙ୍କୁ ସମ୍ବର୍ଦ୍ଧନା
ଅଗଷ୍ଟ ୧୬ ତାରିଖରେ ଆର୍ସେଲର ମିତ୍ତଲ କ୍ରିଭି ରିହ ମାଇନିଂ ଓ ମେଟାଲର୍ଜିକାଲ ପ୍ଲାଣ୍ଟ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା, ଫଳରେ କମ୍ପାନି ଆଂଶିକ ଭାବେ ଏହାର କାର୍ଯ୍ୟ ବନ୍ଦ ରଖିଛି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର୍ ଜେଲେନସ୍କି କହିଛନ୍ତି, କ୍ରିଭି ରିହରେ ରୁଷ୍ର ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ ହୋଇଥିଲେ। ଉତ୍ତରପୂର୍ବ ସହର ସୁମିରେ ଜଣଙ୍କର ମୃତ୍ୟୁ ହୋଇଥିବା ଜେଲେନସ୍କି କହିଛନ୍ତି। ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଇସ୍ପାତ ନିର୍ମାତାଙ୍କ ୟୁକ୍ରେନୀୟ ୟୁନିଟ୍ ଆର୍ସେଲର ମିତ୍ତଲ କ୍ରିଭି ରିହରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିବା କମ୍ପାନି ସ୍ପଷ୍ଟ କରିଛି।

56 minutes ago
2

