UGC-NET: ୟୁଜିସି-ନେଟ୍‌ ଜୁନ୍ ୨୦୨୬: ଏହି ସପ୍ତାହରେ ଆସିବ ଫଳାଫଳ ଓ ଚୂଡ଼ାନ୍ତ ଆନ୍‌ସର୍‌ କି’...

1 hour ago 1
ARTICLE AD BOX

ୟୁଜିସି-ନେଟ୍‌ ଜୁନ୍ ୨୦୨୬ ପରୀକ୍ଷାର ଫଳାଫଳକୁ ନେଇ ବଡ଼ ଅପ୍‌ଡେଟ୍ ଆସିଛି। ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ କୁହାଯାଇଛି ଯେ ୮୪ଟି ବିଷୟର ଚୂଡ଼ାନ୍ତ ଆନ୍‌ସର୍‌ କି’ ଓ ଫଳାଫଳ ଏହି ସପ୍ତାହରେ ପ୍ରକାଶ ପାଇବ। ପ୍ରାର୍ଥୀମାନେ କେବଳ ସରକାରୀ ୱେବ୍‌ସାଇଟ୍‌ରେ ନିଜ ଫଳାଫଳ ଓ ଆନ୍‌ସର୍‌ କି’ ଯାଞ୍ଚ କରିବାକୁ ଏନ୍‌ଟିଏ ପରାମର୍ଶ ଦେଇଛି।

ଆହୁରି ପଢ଼ନ୍ତୁ- IndiGo Lucknow-Bengaluru flight: ଲକ୍ଷ୍ନୌ-ବେଙ୍ଗାଲୁରୁ ଇଣ୍ଡିଗୋ ବିମାନକୁ ବୋମା ଧମକ

୮୪ଟି ବିଷୟର ଫଳାଫଳ ଆସିବ

ୟୁଜିସି-ନେଟ୍‌ ଜୁନ୍ ୨୦୨୬ ପରୀକ୍ଷା ଜୁନ୍ ୨୨ରୁ ଜୁନ୍ ୩୦, ୨୦୨୬ ମଧ୍ୟରେ ଦେଶର ବିଭିନ୍ନ କେନ୍ଦ୍ରରେ ୮୭ଟି ବିଷୟ ପାଇଁ ହୋଇଥିଲା। ଏହି ପରୀକ୍ଷା ଜୁନିଅର୍‌ ରିସର୍ଚ୍ଚ ଫେଲୋସିପ୍ (ଜେଆର୍‌ଏଫ୍‌), ଆସିଷ୍ଟାଣ୍ଟ ପ୍ରଫେସର୍‌ ପାଇଁ ଯୋଗ୍ୟତା ଓ ପିଏଚ୍‌ଡିରେ ନାମଲେଖା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏନ୍‌ଟିଏ ଅଗଷ୍ଟ ୧୬ରେ ୮୪ଟି ବିଷୟର ପ୍ରୋଭିଜନାଲ୍ ଆନ୍ସର କି’ ଜାରି କରିଥିଲା। ପ୍ରାର୍ଥୀମାନଙ୍କୁ ଅଗଷ୍ଟ ୧୬ରୁ ୧୮ ମଧ୍ୟରେ ଆନ୍‌ସର୍‌ କି’ ଉପରେ ଆପତ୍ତି ଜଣାଇବାର ସୁଯୋଗ ମିଳିଥିଲା। ଏହି ଆପତ୍ତିଗୁଡ଼ିକର ସମୀକ୍ଷା ପରେ ଚୂଡ଼ାନ୍ତ ଆନ୍‌ସର୍‌ କି’ ପ୍ରକାଶ କରାଯିବ।

୩ଟି ବିଷୟର ଫଳାଫଳ ପରେ ଆସିବ

ସମସ୍ତ ୮୭ଟି ବିଷୟର ଫଳାଫଳ ଏକାସାଙ୍ଗରେ ପ୍ରକାଶ ପାଇବନାହିଁ। ଇଂରାଜି, ବାଣିଜ୍ୟ ଓ ସମାଜବିଜ୍ଞାନ ବିଷୟର ପରୀକ୍ଷା ପୁଣିଥରେ ହେବ। ପ୍ରଶ୍ନପତ୍ରରେ ତଥ୍ୟଗତ, ଟାଇପିଂ, ଅନୁବାଦ ଓ ଅନ୍ୟାନ୍ୟ ତ୍ରୁଟି ମିଳିବା ପରେ ଏହି ତିନିଟି ବିଷୟର ପରୀକ୍ଷା ପୁନଃ ଆୟୋଜନ କରିବାକୁ ଏନ୍‌ଟିଏ ନିଷ୍ପତ୍ତି ନେଇଛି।
ଇଂରାଜୀ ଓ ବାଣିଜ୍ୟ ପରୀକ୍ଷା: ସେପ୍ଟେମ୍ବର ୯, ୨୦୨୬
ସମାଜବିଜ୍ଞାନ ପରୀକ୍ଷା: ସେପ୍ଟେମ୍ବର ୧୦, ୨୦୨୬
ଏହି ତିନୋଟି ବିଷୟର ଚୂଡ଼ାନ୍ତ ଆନ୍ସର କି’ ଓ ଫଳାଫଳ ପରେ ପ୍ରକାଶ କରାଯିବ।

ଆହୁରି ପଢ଼ନ୍ତୁ- Salty Curry: ତରକାରୀ ଲୁଣିଆ ହୋଇଯାଇଛି କି? କେମିତି ଠିକ କରିବେ ଜାଣନ୍ତୁ

ୟୁଜିସି-ନେଟ୍‌ ଫଳାଫଳ କିପରି ଯାଞ୍ଚ କରିବେ?

ଫଳାଫଳ ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ଏନ୍‌ଟିଏର ୟୁଜିସି-ନେଟ୍‌ ସରକାରୀ ୱେବ୍‌ସାଇଟ୍‌କୁ ଯାଇ ଫଳାଫଳ ଦେଖିପାରିବେ।

ୟୁଜିସି-ନେଟ୍‌ର ସରକାରୀ ୱେବ୍‌ସାଇଟ୍‌ https://ugcnet.nta.nic.in/ କୁ ଯାଆନ୍ତୁ।
ହୋମ୍ ପେଜ୍‌ରେ ‘UGC-NET June 2026 Result’ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ।
ନିଜର ଆବଶ୍ୟକ ଲଗ୍‌ଇନ୍ ବିବରଣୀ ଦିଅନ୍ତୁ।
‘Submit’ ଉପରେ କ୍ଲିକ୍ କରନ୍ତୁ।
ସ୍କ୍ରିନ୍‌ରେ ଆପଣଙ୍କ ଫଳାଫଳ ଦେଖାଯିବ।
ଫଳାଫଳ ଡାଉନ୍‌ଲୋଡ୍ କରି ରଖନ୍ତୁ।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.