Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_8h3gddo1f7ivovdl320083o8jb, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Okra: ଭେଣ୍ଡି ଖାଇବା ଦ୍ୱାରା ଶରୀରକୁ କଣ ଲାଭ ମିଳେ, ଜାଣିଛନ୍ତି କି? - CGPT.IN

Okra: ଭେଣ୍ଡି ଖାଇବା ଦ୍ୱାରା ଶରୀରକୁ କଣ ଲାଭ ମିଳେ, ଜାଣିଛନ୍ତି କି?

1 hour ago 1
ARTICLE AD BOX

ଭୁବନେଶ୍ୱର: ଭାରତୀୟଙ୍କ ରୋଷେଇ ଘରେ ଭେଣ୍ଡି ଏକ ଅତି ପରିଚିତ ପରିବା। କେବଳ ନିଜର ସ୍ୱାଦ ପାଇଁ ନୁହେଁ, ବରଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଭେଣ୍ଡି ଖୁବ୍ ଲାଭଦାୟକ ବୋଲି ବିଶେଷଜ୍ଞ କୁହନ୍ତି । ବିଶେଷକରି ପେଟ ଏବଂ ହଜମ ପ୍ରକ୍ରିୟା ପାଇଁ ଏହାକୁ ଏକ 'ସୁପରଫୁଡ୍' ଭାବରେ ବିବେଚନା କରାଯାଏ। ଭେଣ୍ଡିରେ ଭିଟାମିନ୍ ସି, ଏ, କେ, ବି-କମ୍ପ୍ଲେକ୍ସ, ମ୍ୟାଗ୍ନେସିୟମ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ପ୍ରଚୁର ପରିମାଣରେ ଫାଇବର୍ ଭରି ରହିଥାଏ। ନିୟମିତ ଭେଣ୍ଡି ଖାଇଲେ ଏହା ଅନେକ ଗମ୍ଭୀର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।

ଆହୁରି ପଢନ୍ତୁ :IndiGo Lucknow-Bengaluru flight: ଲକ୍ଷ୍ନୌ-ବେଙ୍ଗାଲୁରୁ ଇଣ୍ଡିଗୋ ବିମାନକୁ ବୋମା ଧମକ

ଭେଣ୍ଡି ଖାଇବାର ମୁଖ୍ୟ ଫାଇଦାଗୁଡ଼ିକ ଜାଣନ୍ତୁ
ଭେଣ୍ଡିରେ ଉଭୟ ଦ୍ରବୀଭୂତ ଏବଂ ଅଦ୍ରବୀଭୂତ ଫାଇବର୍ ପ୍ରଚୁର ପରିମାଣରେ ଥାଏ। ଏଥିରେ ଥିବା 'ମ୍ୟୁସିଲେଜ୍'  ପାଚନ ନଳୀକୁ ସଫା କରେ ଏବଂ ଅନ୍ତନଳୀ ସଫା ରଖିବାରେ ସାହାଯ୍ୟ କରେ। ଏହାଦ୍ୱାରା କୋଷ୍ଠକାଠିନ୍ୟ, ଗ୍ୟାସ୍ ଏବଂ ଏସିଡିଟି ସମସ୍ୟାରୁ ତୁରନ୍ତ ଆରାମ ମିଳିଥାଏ।

ଆହୁରି ପଢନ୍ତୁ :Modi Govt: ଘରୋଇ କ୍ଷେତ୍ର ପାଇଁ କ୍ଷେପଣାସ୍ତ୍ର ନିର୍ମାଣ ପରେ ୧,୫୦୦ କିଲୋମିଟର ଷ୍ଟ୍ରାଇକ୍ ରେଞ୍ଜ ରଖିଲେ ଲକ୍ଷ୍ୟ

ଠିକ୍ ଭାବରେ ହଜମ ନହେବା କାରଣରୁ ପେଟରେ ଗ୍ୟାସ୍ ଏବଂ ପେଟ ଭାରି ଲାଗିବା ସମସ୍ୟା ଦେଖାଯାଏ। ଭେଣ୍ଡିର ଫାଇବର୍ ଅନ୍ତନଳୀକୁ ଉନ୍ନତ କରେ, ଯାହାଫଳରେ ଖାଦ୍ୟ ସହଜରେ ହଜମ ହୁଏ ଏବଂ ଗ୍ୟାସ୍ ବା ପେଟ ଫୁଲିବା ସମସ୍ୟା କମ୍ ହୁଏ।

ଆହୁରି ପଢନ୍ତୁ :Nepal flood: ନେପାଳରେ ୪୦୦ ଶ୍ରଦ୍ଧାଳୁ ବନ୍ୟାରେ ନିଖୋଜ, ୧୦୫ ଜଣ ଭାରତୀୟ ସାମିଲ

ଭେଣ୍ଡି ଏକ 'ପ୍ରି-ବାୟୋଟିକ୍' ଭାବରେ କାମ କରେ। ଏହା ଅନ୍ତନଳୀରେ ଥିବା ଉପକାରୀ ବ୍ୟାକ୍ଟେରିଆକୁ ପୋଷଣ ଯୋଗାଏ। ପେଟ ଭିତରେ ବ୍ୟାକ୍ଟେରିଆରସନ୍ତୁଳନଠିକ୍ ରହିଲେ ଅନେକ ପେଟ ସମ୍ବନ୍ଧୀୟ ରୋଗ ଆପେ ଆପେ ଭଲ ହୋଇଯାଏ।

ଆହୁରି ପଢନ୍ତୁ :Nepal-Tibet border: ପ୍ରଳୟଙ୍କରୀ ବନ୍ୟା ନେପାଳ ମୁହାଁ ହୋଇ ରଚିଲା ତାଣ୍ଡବ:  ୧୬ଜଣଙ୍କ ନେଲା ଜୀବନ, ୩୦ ସୁରକ୍ଷା କର୍ମୀ ନିଖୋଜ

ଭେଣ୍ଡିରେ 'ପେକ୍ଟିନ୍' (Pectin) ନାମକ ଏକଉପାଦାନ ରହିଥାଏ, ଯାହା ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ (Bad Cholesterol) କୁ କମ୍ କରିବାରେ ସାହାଯ୍ୟ କରେ। ନିୟମିତ ଭାବେ ଏହାକୁ ଖାଇବା ଦ୍ୱାରା ଧମନୀରେ ବ୍ଲକେଜ୍ ଆଶଙ୍କା କମ୍ ହୁଏ, ରକ୍ତଚାପ ନିୟନ୍ତ୍ରଣରେ ରୁହେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.