Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_nc56jdc5s20ie516khmn3k75c9, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Cricket: ବୁମ୍‌ରାଙ୍କ ରାଜୁତି ଶେଷ, ଷ୍ଟାର୍କ ନୂଆ ୧ ନଂ ଟେଷ୍ଟ ବୋଲର - CGPT.IN

Cricket: ବୁମ୍‌ରାଙ୍କ ରାଜୁତି ଶେଷ, ଷ୍ଟାର୍କ ନୂଆ ୧ ନଂ ଟେଷ୍ଟ ବୋଲର

1 hour ago 1
ARTICLE AD BOX

ଦୁବାଇ: ଆଇସିସି ଟେଷ୍ଟ ବୋଲର ମାନ୍ୟତାରେ ଭାରତୀୟ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ରାଜୁତି ଶେଷ ହୋଇଛି। ବୁଧବାର ତାଙ୍କୁ ହଟାଇ ଅଷ୍ଟ୍ରେଲିଆର ବାମହାତୀ ବୋଲର ମିଚେଲ ଷ୍ଟାର୍କ ବିଶ୍ବର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଟେଷ୍ଟ ବୋଲର ହେବାର ଗୌରବ ଅର୍ଜନ କରିଛନ୍ତି। ବୁମରା ଦୀର୍ଘ ୬୯୭ ଦିନ ଧରି ଆଇସିସି ମାନ୍ୟତାର ପ୍ରଥମ ସ୍ଥାନରେ ଥିଲେ। ଏବେ କିନ୍ତୁ ସେ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ଆହତ ହେବା ପରେ ଶ୍ରୀଲଙ୍କା ଶୃଙ୍ଖଳା ନ ଖେଳିବାରୁ ତାଙ୍କର ଏଭଳି ଅବନତି ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଲଗାତାର ଭଲ ପ୍ରଦର୍ଶନ ଦେଇ ଆସୁଥିବା ଷ୍ଟାର୍କ ପ୍ରଥମ ଥର ପାଇଁ ଟେଷ୍ଟ୍‌ ମାନ୍ୟତାର ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ଏହା ପୂର୍ବରୁ ତାଙ୍କର ସର୍ବଶ୍ରେଷ୍ଠ ର‍୍ୟାଙ୍କିଙ୍ଗ୍‌ ଥିଲା ଦ୍ବିତୀୟ।

ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ୧୦ ୱିକେଟ୍‌ ସଫଳତା ପାଇବା ପରେ ଷ୍ଟାର୍କ ଏହି ଐତିହାସିକ ସଫଳତା ଲାଭ କରି ନିଜ ଟେଷ୍ଟ ଜୀବନ‌ରେ ସଫଳତାର ନୂଆ ଶିଖର ଛୁଇଁଛନ୍ତି। ସଂପ୍ରତି ଷ୍ଟାର୍କ ଦ୍ୱିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡର ମ୍ୟାଟ୍‌ ହେନରି ଏବଂ ତୃତୀୟ ସ୍ଥାନରେ ଥିବା ବୁମ୍‌ରାଙ୍କଠାରୁ ପୂରା ୧୦ ପଏଣ୍ଟ ଆଗରେ ଅଛନ୍ତି। ଶ୍ରୀଲଙ୍କା ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତର ନବାଗତ ସ୍ପିନର ମାନବ ସୂଥାରଙ୍କ ମାନ୍ୟତାରେ ମଧ୍ୟ ବଡ଼ ଉନ୍ନତି ପରିଲକ୍ଷିତ ହୋଇଛି। ସେ ୨୮ସ୍ଥାନ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୪୮ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଶ୍ରୀଲଙ୍କାର ଆସିଥା ଫର୍ନାଣ୍ଡୋ ଓ ପ୍ରବଥ ଜୟସୂରିୟା ଯଥାକ୍ରମେ ୧୫ ଓ ୧୬ତମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ନାଥନ୍‌ ଲାୟନ୍‌ ୧୦ମ ସ୍ଥାନକୁ ଉଠିଥିବା ବେଳେ ଭାରତର ପ୍ରସିଦ୍ଧ କୃଷ୍ଣ ୫୩ତମ ଏବଂ ବାଂଲାଦେଶର ଶରିଫୁଲ ଇସଲାମ ୫୭ତମ ସ୍ଥାନରେ ରହିଛନ୍ତି।

ଆଇପିଏଲରେ ଋଷବ ପନ୍ତ ଭାଙ୍ଗିବେ ମିଚେଲ ଷ୍ଟାର୍କଙ୍କ ରେକର୍ଡ: ଇରଫାନ

ଶୀର୍ଷ ୧୦କୁ ଫେରିଲେ ଫେରିଲେ ପନ୍ତ

ଆଇସିସି ଟେଷ୍ଟ ବ୍ୟାଟର୍‌ ମାନ୍ୟତାରେ ଇଂଲଣ୍ଡର ହ୍ୟାରି ବ୍ରୁକ୍‌ ନିଜ ସ୍ଥାନରେ ଦୃଢ଼ ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ଥିବା ଜୋ ରୁଟ୍‌ଙ୍କଠାରୁ ଏବେ ବ୍ରୁକ୍‌ ୨୪ ରେଟିଂ ପଏଣ୍ଟ୍‌ ଆଗରେ ଅଛନ୍ତି। ଅନ୍ୟପକ୍ଷରେ ଭାରତୀୟ ୱିକେଟ୍‌ରକ୍ଷକ ବ୍ୟାଟର ଋଷଭ ପନ୍ତ ଗୋଟିଏ ବର୍ଷ ପରେ ପୁଣି ଶୀର୍ଷ ୧୦କୁ ଫେରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଭଲ ବ୍ୟାଟିଂ କରି ସେ ୬ଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନ ହାସଲ କରିଛନ୍ତି। ଭାରତର କେଏଲ୍‌ ରାହୁଲ ୫ଟି ସ୍ଥାନ ଉପରକୁ ଉଠି ୩୦ତମ ଏବଂ ଶ୍ରୀଲଙ୍କାର ଶୃଙ୍ଖଳାର ଉଭୟ ମ୍ୟାଚ୍‌ରେ ଶତକୀୟ ପାଳି ଖେଳିଥିବା ଦେବଦତ୍ତ ପାଡିକଲ୍‌ ୫୯ତମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର କ୍ୟାମେରନ୍‌ ଗ୍ରୀନ୍‌, ଶ୍ରୀଲଙ୍କାର ଧନଞ୍ଜୟ ଡି ସିଲ୍‌ଭା ଓ ସୋନାଲ ଦିନୁଷାଙ୍କ ର‍୍ୟାଙ୍କିଙ୍ଗ୍‌ରେ ମଧ୍ୟ ଉନ୍ନତି ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.