UAE: ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବୈଠକ

41 minutes ago 1
ARTICLE AD BOX

ଦୁବାଇ/ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୟୁଏଇର କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥନୀତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଏବଂ ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ମହାମହିମ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ବୈଠକ କରିଛନ୍ତି। ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ଅର୍ଥନୈତିକ ଏବଂ ପୁଞ୍ଜିନିବେଶ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରାଯାଇଛି। ଏଥିରେ ଓଡ଼ିଶାରେ ନୂତନ ପୁଞ୍ଜିନିବେଶ ସୁଯୋଗ ଅନ୍ୱେଷଣ କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଓଡ଼ିଶାର ଅନୁକୂଳ ବାଣିଜ୍ୟ ପରିବେଶ, ଦୃଢ଼ ଶିଳ୍ପ ପରିବେଶ ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପୁଞ୍ଜିନିବେଶ ସମ୍ଭାବନାକୁ ଉପସ୍ଥାପନ କରିବା ସହ ୟୁଏଇର ନିବେଶକମାନଙ୍କୁ ଓଡ଼ିଶାରେ ସୁଯୋଗ ଅନ୍ୱେଷଣ ଏବଂ ପୁଞ୍ଜିନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି।

ଆହୁରି ପଢନ୍ତୁ: Auto Industry: ଅଟୋ ଇଣ୍ଡଷ୍ଟ୍ରିରେ ସବୁଠାରୁ ବଡ଼ ଛଟେଇ: ୧ ଲକ୍ଷ କର୍ମଚାରୀଙ୍କୁ ବାହାର କରିବ ଭୋଲ୍କସୱାଗନ୍

ଉଲ୍ଲେଖ ଥାଉ କି, ଏହା ବାଦ ମୁଖ୍ୟମନ୍ତ୍ରୀ ଆଜି ଓଡ଼ିଶାରେ ନିବେଶ ସୁଯୋଗ ଓ ଶିଳ୍ପ ସହଭାଗିତା ନେଇ ବିଭିନ୍ନ ଶିଳ୍ପ ସଂସ୍ଥା ସହ ଏକକ ଆଲୋଚନା ମଧ୍ୟ କରିବେ | ଏହା ସହ ଓଡ଼ିଶାର ସମୃଦ୍ଧ ଆଲୁମିନିୟମ୍ ଶିଳ୍ପ ପରିବେଶ ଓ ଡାଉନ୍‌ଷ୍ଟ୍ରିମ୍ କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ଆଲୋଚନା ଓ ଭାରତ-ୟୁଏଇ ବ୍ୟବସାୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ଓଡ଼ିଶାରେ ନିବେଶ ସୁଯୋଗ ନେଇ ଆଲୋଚନା କରିବେ |

Read Entire Article
LEFT SIDEBAR AD

Hidden in mobile, Best for skyscrapers.