ARTICLE AD BOX
ଲଣ୍ଡନ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଅନ୍ୟାୟ ବୋଲି କହିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ମାଲ୍ୟା ଲେଖିଛନ୍ତି, ମୁଁ ବହୁତ ଅନ୍ୟାୟ ସହିଛି ଏବଂ ଏବେ ବି ଭୋଗୁଛି। ଏପରି ପରିସ୍ଥିତିରେ, ମୁଁ ଏକ କକ୍ରୋଚ୍ ହେବା ଭଳି ଅନୁଭବ କରୁଛି। ଅତି କମ୍ରେ ସେହି ଦୁନିଆରେ ଜୀବନ ଭଲ ହୋଇଥାନ୍ତା। ସେଥିପାଇଁ ମୁଁ ଏକ କକ୍ରୋଚ୍ ହେବାକୁ ପସନ୍ଦ କରିବି।
୧୪ ହଜାରକୋଟିରୁ ଅଧିକ ପରିଶୋଧ କରିଥିଲି
ବର୍ତ୍ତମାନ ଲଣ୍ଡନରେ ରହୁଥିବା ମାଲ୍ୟା ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ନେଇ ଏହି ପୋଷ୍ଟ କରିଛନ୍ତି। ଅକ୍ଟୋବର ୨୦୨୫ରେ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ କହିଥିଲେ ଯେ ମାଲ୍ୟା ପଳାତକ ଆର୍ଥିକ ଅପରାଧୀ ଆଇନ ୨୦୧୮ ଅନୁଯାୟୀ ପଳାତକ ଆର୍ଥିକ ଅପରାଧୀ ଘୋଷିତ ୧୫ ଜଣଙ୍କ ମଧ୍ୟରେ ଥିଲେ।ଅନ୍ୟ ଏକ ପୋଷ୍ଟରେ ମାଲ୍ୟା ଲେଖିଛନ୍ତି, ମୁଁ ପୁନର୍ବାର କହୁଛି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରୁ ଏହା ନିଶ୍ଚିତ ହୋଇଛି ଯେ ମୁଁ ୨୦୨୧ ମସିହାରେ ବ୍ୟାଙ୍କଗୁଡ଼ିକୁ ୧୪ ହଜାରକୋଟିରୁ ଅଧିକ ପରିଶୋଧ କରିଥିଲି। ଯଦି ମୋ କଥାରେ ବିଶ୍ୱାସ କରୁନାହଁ, ତେବେ ସେସବୁ ଛାଡ। କିନ୍ତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କ’ଣ କହିଛି ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ।
BRICS Summit: ବ୍ରିକ୍ସ ସମ୍ମିଳନୀ ପାଇଁ ଦିଲ୍ଳୀରେ ସୁରକ୍ଷା ଛାଉଣୀ, ଜଗିବେ ୭ ହଜାର ସୁରକ୍ଷାକର୍ମୀ

23 minutes ago
1


