ARTICLE AD BOX
ୟୁଗେନ: ଚଳିତ ୨୦ ବର୍ଷରୁ କମ୍ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ଜାଭ୍ଲିନ୍ ଫାଇନାଲ୍ରେ ୨ ଭାରତୀୟ ଖେଳାଳି ଆଶିଷ ଯାଦବ ଓ ଟି ଧରଣୀଧରନ୍ ପ୍ରବେଶ କରିଛନ୍ତି। ଏହି ଦୁଇ ଭାରତୀୟ ଫାଇନାଲ୍ ପାଇଁ ଥିବା ସିଧାସଳଖ ମାନଦଣ୍ଡ ୭୨.୫୦ ମିଟର ଛୁଇଁବାରେ ବିଫଳ ହୋଇଥିଲେ ମଧ୍ୟ ଶୀର୍ଷ ୧୨ରେ ରହି ଏହି ସ୍ଥାନ ସୁରକ୍ଷିତ କରିଥିଲେ। ଦୁଇ ଗ୍ରୁପ୍ର ୨୬ ଆଥ୍ଲେଟ୍ଙ୍କ ମଧ୍ୟରେ ଆଶିଷ (୬୯.୮୭ ମିଟର) ଓ ଧରଣୀଧରନ୍ (୬୮.୦୭ ମିଟର) ଯଥାକ୍ରମେ ଦ୍ବିତୀୟ ଓ ଦ୍ବାଦଶ ସ୍ଥାନରେ ରହିଥିଲେ।
ଫାଇନାଲ୍ ଶୁକ୍ରବାର ଖେଳାଯିବ। ଦକ୍ଷିଣ ଆଫ୍ରିକାର ଜାନ୍-ହେଣ୍ଡ୍ରିକ୍ସ ହେମାନ୍ସ (୭୬.୦୨ ମିଟର) ଏକ ମାତ୍ର ଆଥ୍ଲେଟ୍ ଭାବେ ସିଧାସଳଖ ମାନଦଣ୍ଡ ଛୁଇଁଥିଲା ବେଳେ ଟେବୁଲର ଶୀର୍ଷରେ ରହିଥିଲେ। ପୁରୁଷ ୮୦୦ ମିଟରରେ ୱିନ୍ ଆନନ୍ଦ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା ବେଳେ ମୋଗାଲି ଭେଙ୍କଟରାମ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ମହିଳା ଡିସ୍କସ୍ ଫିଙ୍ଗାଳି ଅମାନତ କମ୍ବୋଜ (୫୨.୫୮ ମିଟର) ଋତୁ ଶ୍ରେଷ୍ଠ ପ୍ରଦର୍ଶନ ସହ ୧୨ ଜଣିଆ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ପୀୟୂଷ ରାଜ, ତହୁରା ଖାତୁନ, ସୟେଦ ସବିର ଓ ଥିୟା ଅରୁମୁଗାମଙ୍କୁ ନେଇ ଗଠିତ ୪ଗୁଣା୪୦୦ ମିଟର ମିଶ୍ରିତ ରିଲେ ଦଳ (୩:୨୨.୮୫) ଋତୁ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ମଧ୍ୟ ଫାଇନାଲ୍ରେ ପ୍ରବେଶ କରିବାରେ ବିଫଳ ହୋଇଥିଲେ।

1 week ago
4


