ARTICLE AD BOX
କାଶୀପୁର (ରତ୍ନାକର ନାୟକ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସୋରିଷପଦର ଛକରେ ଆଜି(ଗୁରୁବାର) ଅପରାହ୍ଣରେ ଦୁଇ ମୋଟରସାଇକଲ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି।
Three Separate Bike Accidents ମୟୂରଭଞ୍ଜରେ ତିନି ପୃଥକ ବାଇକ ଦୁର୍ଘଟଣା, ବୃଦ୍ଧା ମୃତ, ପୁଲିସ କର୍ମଚାରୀଙ୍କ ସମେତ ୬ ଗୁରୁତର
ମୃତକ ଜଣକ ସ୍ଥାନୀୟ ଦାବୁଗୁଡ଼ା ଗ୍ରାମର ମହେନ୍ଦ୍ର ମାଝୀ ବୋଲି ଜଣା ଯାଇଛି । ସେ କୁଚେଇପଦର ସର୍କଲ ଏଆର୍ଆଇ ଭାବେ କାର୍ଯ୍ୟ କରୁଥିଲେ।
bike accident ଗଛକୁ ପିଟିଲା ବାଇକ୍, ଦୁର୍ଘଟଣାରେ ୨ ମୃତ
ସୂଚନାନୁସାରେ, ମହେନ୍ଦ୍ର ନିଜର ଜଣେ ସମ୍ପର୍କୀୟାଙ୍କ ସହିତ କୁଚେଇପଦରରୁ ଦାବୁଗୁଡ଼ା ଫେରୁ ଥିଲେ । ଏହିସମୟରେ ସୋରିଷପଦର ଛକରେ ଟିକିରି ଆଡୁ ଆସୁଥିବା ଏକ ମୋଟରସାଇକଲ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ଥିବା ମହେନ୍ଦ୍ରଙ୍କୁ ତୁରନ୍ତ ନିକଟସ୍ଥ ଉତ୍କଳ ହସ୍ପିଟାଲକୁ ନିଆ ଯାଇ ଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆହତ ଅବସ୍ଥାରେ ଥିବା ଅନ୍ୟ ତିନି ଜଣଙ୍କ ଚିକିତ୍ସା କରାଯାଉଛି। ଘଟଣା ସ୍ଥଳରେ ଟିକିରି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

3 hours ago
2


