TVK, DMK: ସିଇସିଙ୍କ ଇସ୍ତଫା ଦାବିରେ ତାମିଲନାଡ଼ୁରେ ଇସିଆଇ ବୈଠକ ବର୍ଜନ କଲେ ଡିଏମ୍‌କେ, ଟିଭିକେ ଓ ମେଣ୍ଟ ଦଳ

59 minutes ago 2
ARTICLE AD BOX

ଚେନ୍ନାଇ: ତାମିଲନାଡ଼ୁର ମୁଖ୍ୟ ନିର୍ବାଚନ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକଙ୍କ ସହିତ ଭୋଟର ତାଲିକାର ସ୍ୱତନ୍ତ୍ର ସାରାଂଶ ସଂଶୋଧନ (ଏସ୍‌ଏସ୍‌ଆର୍‌) ଉପରେ ଏକ ସର୍ବଦଳୀୟ ବୈଠକରୁ ତାମିଲନାଡୁର ଶାସକ ଦଳ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭି‌କେ) ନେତୃତ୍ୱାଧୀନ ମେଣ୍ଟ ଓ ବିରୋଧୀ ଦ୍ରାବିଡ ମୁନେତ୍ର କାଝାଗମ (ଡିଏମ୍‌କେ)ର ପ୍ରତିନିଧିମାନେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଓହରି ଯାଇଛନ୍ତି। ତାମିଲନାଡ଼ୁ ମନ୍ତ୍ରୀ ସିଟିଆର୍‌ ନିର୍ମଳ କୁମାର କହିଛନ୍ତି, ଟିଭିକେ ଏସ୍‌ଆଇଆର୍‌କୁ ଆରମ୍ଭରୁ ବିରୋଧ କରୁଛି। ଯଦି ଏସ୍‌ଆଇଆର୍‌ ହୋଇନଥାନ୍ତା ତେବେ ଏପ୍ରିଲରେ ହୋଇଥିବା ବିଧାନସଭା ନିର୍ବାଚନରେ ଟିଭିକେ ୨୩୪ ଆସନରୁ ୧୬୦ ଆସନ ଜିତିଥାନ୍ତା। ଏସ୍‌ଆଇଆର୍‌ରେ ବ୍ୟାପକ ତ୍ରୁଟି ରହିଛି ବୋଲି ସେ କହିବା ସହିତ ଏଥିପାଇଁ ସିଇସି ଜ୍ଞାନେଶ କୁମାର ନିଜକୁ ଦାୟୀ କରି ଇସ୍ତଫା ଦେବା ଉଚିତ ‌ବୋଲି ମନ୍ତ୍ରୀ ଦାବି କରିଛନ୍ତି।

ବିରୋଧୀ ଡିଏମକେର ଆଇନଗତ ଶାଖା ସଚିବ ଆଇ ପରନ୍ଥମନ୍ କହିଛନ୍ତି ଯେ, ତାମିଲନାଡୁରେ ୭.୪ ନିୟୁତରୁ ଅଧିକ ଲୋକଙ୍କୁ ଭୋଟର ତାଲିକାରୁ ହଟାଇ ଦିଆଯାଇଥିବାରୁ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ସେମାନଙ୍କ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି। ଏ ସମ୍ପର୍କରେ ପଟ୍ଟନାୟକଙ୍କ ନିକଟରେ ଦଳର ଦାବି ଉପସ୍ଥାପନ କରିବା ପରେ ଡିଏମ୍‌କେ ବୈଠକ ବର୍ଜନ କରିଥିଲା ବୋଲି ପରନ୍ଥମନ୍ କହିଛନ୍ତି। ସୂଚନାଯୋଗ୍ୟ, ଇସିଆଇ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ଏସ୍‌ଏସ୍‌ଆର୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ; ପ୍ରସ୍ତୁତି ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.