ARTICLE AD BOX
ଆଣ୍ଟାଲ୍ୟା: ବିଶ୍ବ ଜଳବାୟୁ ପରିବର୍ତ୍ତନ ଏବେ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ବଢ଼ୁଥିବା ତାପମାତ୍ରା, ହିମବାହ ତରଳିବା, ଭୟଙ୍କର ବନ୍ୟା, ଦୀର୍ଘକାଳୀନ ମରୁଡ଼ି ଓ ଅତ୍ୟଧିକ ପାଣିପାଗ ପରିବର୍ତ୍ତନ ଯୋଗୁଁ ପରିବେଶ ସହ ମଣିଷର ଜୀବନଜୀବିକା ମଧ୍ୟ ପ୍ରଭାବିତ ହେଉଛି। ଏଭଳି ସ୍ଥିତିରେ ଜଳବାୟୁ ସଙ୍କଟର ମୁକାବିଲା ଓ ବିଶ୍ବ ତାପମାତ୍ରା ନିୟନ୍ତ୍ରଣ ଲାଗି ସୋମବାରଠାରୁ ତୁର୍କୀର ଆଣ୍ଟାଲ୍ୟାରେ ଜାତିସଂଘର ୩୧ତମ ଜଳବାୟୁ ସମ୍ମିଳନୀ କୋପ୍-୩୧ ଆଜି ଆରମ୍ଭ ହୋଇଛି। ନଭେମ୍ବର ୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ବିଶ୍ବର ବିଭିନ୍ନ ଦେଶର ନେତା, ବୈଜ୍ଞାନିକ, ନୀତି ନିର୍ଦ୍ଧାରକ ଓ ପରିବେଶ କର୍ମୀ ଯୋଗଦେବେ। ନଭେମ୍ବର ୧୧ ଓ ୧୨ରେ ବିଶ୍ବ ନେତାଙ୍କ ସମ୍ମିଳନୀ ହେବ। ୧୯୯୨ରେ ଗ୍ରହଣ କରାଯାଇଥିବା ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଚୁକ୍ତି (ୟୁଏନ୍ଏଫ୍ସିସିସି)ରେ ସ୍ବାକ୍ଷର କରିଥିବା ଦେଶଗୁଡ଼ିକ ପ୍ରତିବର୍ଷ ଏହି ସମ୍ମିଳନୀରେ ଏକାଠି ହୋଇଥାନ୍ତି। ଜଳବାୟୁ ପରିବର୍ତ୍ତନ ରୋକିବା, ଗ୍ରିନ୍ହାଉସ୍ ଗ୍ୟାସ୍ ନିର୍ଗମନ କମାଇବା ଓ ପ୍ରଭାବିତ ଦେଶଗୁଡ଼ିକୁ ସହାୟତା ଯୋଗାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ମଞ୍ଚରୁ ୧୯୯୭ର କ୍ୟୋଟୋ ପ୍ରୋଟୋକଲ୍ ଓ ୨୦୧୫ର ପ୍ୟାରିସ୍ ଚୁକ୍ତି ଭଳି ଗୁରୁତ୍ବପୂର୍ଣ୍ଣ ରାଜିନାମା ହୋଇଥିଲା। ପ୍ୟାରିସ୍ ଚୁକ୍ତିରେ ବିଶ୍ବ ତାପମାତ୍ରା ବୃଦ୍ଧିକୁ ଶିଳ୍ପ ବିପ୍ଳବ ପୂର୍ବ ସ୍ତର ତୁଳନାରେ ୨ ଡିଗ୍ରି ସେଲ୍ସିୟସ୍ଠାରୁ ଯଥେଷ୍ଟ କମ୍ ରଖିବା ଏବଂ ୧.୫ ଡିଗ୍ରି ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ରହିଛି।
Crime: ଜଗା ଦର୍ଶନ ପାଇଁ ଯାଇଥିଲେ ପରିବାର, ସର୍ବସ୍ୱ ଲୁଟିନେଲେ ଦୁର୍ବୃତ୍ତ!
ଚଳିତ ସମ୍ମିଳନୀରେ ଜଳବାୟୁ ପାଣ୍ଠି ଯୋଗାଣ ସବୁଠାରୁ ବଡ଼ ପ୍ରସଙ୍ଗ ହେବ। ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନ୍ଇପି)ର ଆକଳନ ଅନୁସାରେ, ବିକାଶଶୀଳ ଦେଶଗୁଡ଼ିକୁ ୨୦୩୫ ସୁଦ୍ଧା ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହ ଖାପ ଖୁଆଇବା ପାଇଁ ବାର୍ଷିକ ପ୍ରାୟ ୩୦୫ ବିଲିୟନ ଡଲାର ଆବଶ୍ୟକ। ମୁଦ୍ରାସ୍ଫୀତିକୁ ହିସାବକୁ ନେଲେ ଏହି ଆବଶ୍ୟକତା ୪୨୦ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ। କିନ୍ତୁ ବିକଶିତ ଦେଶଗୁଡ଼ିକ ପ୍ରସ୍ତାବିତ ସହାୟତାର ମାତ୍ର ୨୦ରୁ ୨୯ ପ୍ରତିଶତ ପୂରଣ କରିପାରିବ। ୨୦୨୪ରେ ବିକଶିତ ଦେଶଗୁଡ଼ିକ ମାତ୍ର ୨୮.୨ରୁ ୩୧.୭ ବିଲିୟନ ଡଲାର ଜଳବାୟୁ ଅନୁକୂଳ ପାଣ୍ଠି ଯୋଗାଇଥିଲେ। ଅର୍ଥାତ୍ ବିକାଶଶୀଳ ଦେଶଗୁଡ଼ିକ ଆବଶ୍ୟକ କରୁଥିବା ପ୍ରତି ୧ ଡଲାର ବଦଳରେ ମାତ୍ର ୧୦ ସେଣ୍ଟ୍ ପାଉଛନ୍ତି।
ଜଳବାୟୁ ପରିବର୍ତ୍ତନର ବିପଜ୍ଜନକ ସୀମା ଅତିକ୍ରମ ଆଶଙ୍କା
ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ ନେଇ ମଧ୍ୟ ଦେଶଗୁଡ଼ିକ ମଧ୍ୟରେ ମତଭେଦ ରହିଛି। କୋଇଲା, ତୈଳ ଓ ଗ୍ୟାସ୍ ବିଶ୍ବ ତାପମାତ୍ରା ବୃଦ୍ଧିର ପ୍ରମୁଖ କାରଣ ହୋଇଥିଲେ ମଧ୍ୟ ଏଗୁଡ଼ିକର ବ୍ୟବହାର କେତେ ଶୀଘ୍ର ବନ୍ଦ ହେବ, ତାହାକୁ ନେଇ ସହମତି ହୋଇପାରୁନାହିଁ। ପୂର୍ବ କୋପ୍-୩୦ ସମ୍ମିଳନୀରେ ଜୀବାଶ୍ମ ଇନ୍ଧନରୁ ଦୂରେଇବା ଓ ଜଙ୍ଗଲ ଧ୍ବଂସ ରୋକିବା ପାଇଁ ସର୍ବସମ୍ମତ ରାଜିନାମା ହୋଇପାରି ନଥିଲା। ଏଥର ଜର୍ମାନୀ ଓ ୟୁରୋପୀୟ ସଂଘ ଏହି ପ୍ରସଙ୍ଗରେ ଅଧିକ ଚାପ ପକାଇବାକୁ ଯୋଜନା କରୁଛନ୍ତି। କିନ୍ତୁ ସାଉଦି ଆରବ ଭଳି ତୈଳ ଉତ୍ପାଦନକାରୀ ଦେଶ ଏହାକୁ ବିରୋଧ କରୁଛନ୍ତି।
Judgement: ଦିଲ୍ଲୀ-ଏନ୍ସିଆର୍ରେ ଗାଡ଼ି-ପ୍ରଦୂଷଣ ନେଇ ସୁପ୍ରିମ୍କୋର୍ଟଙ୍କ କଡ଼ା ଆଭିମୁଖ୍ୟ
ଭାରତର ଆଭିମୁଖ୍ୟ ମଧ୍ୟ ଏହି ସମ୍ମିଳନୀରେ ଗୁରୁତ୍ବ ବହନ କରିବ। ନଭେମ୍ବର ୩ରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଥିଲେ ଯେ, ଭାରତ ନିଜର ଶକ୍ତି ଆବଶ୍ୟକତା ଓ ବିକାଶ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ କରିବାକୁ ସମର୍ଥନ କରିବ ନାହିଁ। ୟୁରୋପୀୟ ସଂଘର କାର୍ବନ ବର୍ଡର ଆଡଜଷ୍ଟମେଣ୍ଟ ମେକାନିଜମ୍ (ସିବିଏଏମ୍)କୁ ମଧ୍ୟ ଭାରତ ବିରୋଧ କରୁଛି। ଏହି ବ୍ୟବସ୍ଥା ଅନୁସାରେ, ୟୁରୋପୀୟ ସଂଘକୁ ଆମଦାନି ହେଉଥିବା ଲୁହା, ଇସ୍ପାତ, ଆଲୁମିନିୟମ୍ ଓ ସିମେଣ୍ଟ ଭଳି ଉତ୍ପାଦ ଉପରେ ସେଗୁଡ଼ିକର ଉତ୍ପାଦନ ସମୟରେ ନିର୍ଗତ କାର୍ବନ ଆଧାରରେ ଶୁଳ୍କ ଲାଗୁ ହେଉଛି। ଏହା ବିକାଶଶୀଳ ଦେଶର ଶିଳ୍ପ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଇବ ବୋଲି ଭାରତର ଯୁକ୍ତି। ଏହାବ୍ୟତୀତ ୨୦୩୫ ସୁଦ୍ଧା ଶକ୍ତି ବ୍ୟବହାରରେ ବିଦ୍ୟୁତ୍ର ଅଂଶକୁ ୨୦ ପ୍ରତିଶତରୁ ୩୫ ପ୍ରତିଶତକୁ ବଢ଼ାଇବା, ବିଶ୍ବରେ ବର୍ଜ୍ୟବସ୍ତୁ ବୃଦ୍ଧି ହାରକୁ ଅଧା କରିବା ଓ କୋଠାବାଡ଼ିରେ ଶକ୍ତି ବ୍ୟବହାର ୨୫ ପ୍ରତିଶତ କମାଇବା ଭଳି ଲକ୍ଷ୍ୟ ରହିଛି।

3 days ago
3


