Trump: ଇରାନ ସହ ଆମେରିକାର ଯୁଦ୍ଧ ସାମରିକ ଦୃଷ୍ଟିରୁ ପ୍ରାୟ ଶେଷ: ଟ୍ରମ୍ପ

2 days ago 3
ARTICLE AD BOX

ୱାସିଂଟନ: ଇରାନ ସହ ଆମେରିକାର ଯୁଦ୍ଧ ସାମରିକ ଦୃଷ୍ଟିରୁ ପ୍ରାୟ ଶେଷ ହୋଇଯାଇଛି। ଏବେ ଆମେରିକା ବର୍ତ୍ତମାନର ସ୍ଥିତାବସ୍ଥା ବଜାୟ ରଖିବାକୁ ଚାହୁଛି ଏବଂ ନୂଆ କରି ବଡ଼ଧରଣର ସାମରିକ ଆକ୍ରମଣ କରିବାର ସମ୍ଭାବନା କମ୍‌ ରହିଛି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସୋମବାର ହ୍ୱାଇଟ୍‌ ହାଉସ୍‌ରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସେ ଏହି ମନ୍ତବ୍ୟ ଦେଇଛନ୍ତି। ଏହା ପୂର୍ବରୁ ସେ କତରର ପ୍ରଧାନମନ୍ତ୍ରୀ ଶେଖ୍‌ ମହମ୍ମଦ ବିନ୍‌ ଅବଦୁଲ୍‌ରହମାନ ଅଲ୍‌ ଥାନିଙ୍କ ସହ ଆଲୋଚନା କରିଥିଲେ।

ଟ୍ରମ୍ପ କହିଥିଲେ, ଇରାନ ସାମରିକ ଦୃଷ୍ଟିରୁ ପ୍ରାୟ ଶେଷ ହୋଇଯାଇଛି। ଆମେ କେବଳ ବର୍ତ୍ତମାନର ସ୍ଥିତାବସ୍ଥା ବଜାୟ ରଖୁଛୁ। ଇରାନର ସାମରିକ ନେତୃତ୍ୱ ଓ କ୍ଷମତାକୁ ଆମେରିକାର ଆକ୍ରମଣ ଗୁରୁତର ଭାବେ ଦୁର୍ବଳ କରିଦେଇଛି ବୋଲି ସେ ଦାବି କରିଥିଲେ। ତେବେ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଦୀର୍ଘକାଳୀନ ସମାଧାନ ନ ହେବା ପର୍ଯ୍ୟନ୍ତ ଆମେରିକା ନିଜର ସାମରିକ ପ୍ରସ୍ତୁତି ଜାରି ରଖିବ। ପରିସ୍ଥିତି ବଦଳିଲେ ଆମେରିକା ସେନା ପୁଣି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢନ୍ତୁ: Jairam Ramesh: ସଂସଦର ୮୮ ଦିନର ରେକର୍ଡ ପଛରେ ସୀମା ପୁନଃନିର୍ଦ୍ଧାରଣ ଯୋଜନା!

କତର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ଟ୍ରମ୍ପ କହିଥିଲେ ଯେ କତର, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍‌ସ, ବାହାରିନ୍‌ ଓ କୁଏତ୍‌ ଭଳି ଉପସାଗରୀୟ ଦେଶଗୁଡ଼ିକ ଏବେକାର ସ୍ଥିତି ଜାରି ରହୁ ବୋଲି ଚାହୁଛନ୍ତି। ଏହାର ଅର୍ଥ ଇରାନ ଉପରେ ନୌସେନାର ଅବରୋଧ ଓ ଅନ୍ୟାନ୍ୟ ଚାପ ଜାରି ରହିବ। ଇରାନକୁ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ ବୋଲି ଟ୍ରମ୍ପ ଦୋହରାଇଛନ୍ତି।

ଆହୁରି ପଢନ୍ତୁ: China: ଚୀନ୍‌ର ଯୌନ ଜାଲ ଓ ଗୁପ୍ତଚରୀ ଖେଳ: ଜେନ୍‌ସେନ୍ ହୁଆଙ୍ଗ୍‌ଙ୍କ ଘଟଣା ହୁଏତ ଆରମ୍ଭ ମାତ୍ର

ଏହି ଆଲୋଚନାରେ କତର ଏକ ମଧ୍ୟସ୍ଥି ଭାବେ କାର୍ଯ୍ୟ କରୁଛି। ଗତ ସପ୍ତାହରେ ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପ୍ରସ୍ତାବ କତର ମାଧ୍ୟମରେ ଆମେରିକାକୁ ପଠାଇଥିଲା। ଆଲୋଚନା ପାଇଁ ତେହେରାନ୍‌ ସାତଟି ସର୍ତ୍ତ ରଖିଥିବା ରିପୋର୍ଟ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଆମେରିକାର ସାମରିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ଗତ ସପ୍ତାହରେ ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଉପରେ ଆକ୍ରମଣ ହୋଇଥିବାବେଳେ ଶନିବାର ଆମେରିକା ନୌସେନା ଅବରୋଧ ଉଲ୍ଲଂଘନ ଉଦ୍ୟମ କରୁଥିବା ଏକ ବାଣିଜ୍ୟିକ ଜାହାଜକୁ ଅଟକାଇଥିଲା। ତେଣୁ ଟ୍ରମ୍ପଙ୍କ ଘୋଷଣା ସତ୍ତ୍ୱେ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ସମ୍ପୂର୍ଣ୍ଣ ଶେଷ ହୋଇନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.