ARTICLE AD BOX
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୁତିଙ୍କ ବିରୋଧରେ ଯୁଦ୍ଧରେ ସାଉଦି ଆରବ ସହ ଯୋଗଦେବାକୁ ସଙ୍କେତ ଦେଇଛନ୍ତି। ସାଉଦି ଆରବର ରିୟାଦରେ ବିମାନବନ୍ଦର ଉପରେ ହୁତିଙ୍କ ଆକ୍ରମଣରେ ୧୮ ଜଣଙ୍କ ମୃତ୍ୟୁ ଏବଂ ପ୍ରାୟ ୫୦ ଜଣ ଆହତ ହେବା ପରେ ଆମେରିକୀୟ ସେନା ୟେମେନର ଇରାନ ସମର୍ଥିତ ହୁତି ଗୋଷ୍ଠୀ ଉପରେ ଆକ୍ରମଣରେ ଯୋଗ ଦେଇପାରେ ବୋଲି ଅନୁମାନ କରାଯାଉଛି। ହୁତିଙ୍କ ସଦ୍ୟତମ ଆକ୍ରମଣ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି କରିଛି। ଫଳରେ ରିୟାଦକୁ ଯିବା ଆସିବା କରୁଥିବା ବିମାନ ସେବା ବହୁ ପରିମାଣରେ ପ୍ରଭାବିତ ହୋଇଛି।
ଟେନେସିରେ ଏକ ରାଲି ପାଇଁ ଯିବା ପୂର୍ବରୁ ଶନିବାର ହ୍ୱାଇଟ୍ ହାଉସର ଦକ୍ଷିଣ ଲନ୍ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ କହିଛନ୍ତି, ଆମେ ପୁଣି ଥରେ ଏହା କରିପାରିବୁ। ଆମେ ଏହା ଉପରେ ବିଚାର କରିବୁ। ଆମେ ବର୍ତ୍ତମାନ ହୋଇଥିବା ଆକ୍ରମଣ ବିଷୟରେ ଜାଣିଛୁ। ତେଣୁ ଆମେ ଏହା ଉପରେ ନିଷ୍ପତ୍ତି ନେବୁ। ଆମେ ବହୁତ ଶୀଘ୍ର କାମ କରୁଛୁ।
ସୁରକ୍ଷା ସତର୍କତା ଜାରି
ଶନିବାର ଦିନ ସାଉଦି ଆରବର ଦ୍ୱିତୀୟ ବ୍ୟସ୍ତବହୁଳ ବିମାନବନ୍ଦର କିଙ୍ଗ୍ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର(କେକେଆଇଏ)ର ଟର୍ମିନାଲ ୩ ଏବଂ ୪ କୁ ଟାର୍ଗେଟ କରି ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣ ପରେ ଟ୍ରମ୍ପଙ୍କ ଏହି ବିବୃତି ଆସିଛି। ହୁତି ବିଦ୍ରୋହୀମାନେ ସଦ୍ୟତମ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି କିନ୍ତୁ ସାଉଦି ଆରବ ଏବଂ ଏହାର ସହଯୋଗୀମାନେ ହୁତିମାନଙ୍କୁ ଦାୟୀ କରୁଛନ୍ତି। ରିୟାଦରେ ଥିବା ଆମେରିକୀୟ ଦୂତାବାସ ମଧ୍ୟ ଏକ ସୁରକ୍ଷା ସତର୍କତା ଜାରି କରି ଆମେରିକୀୟ ନାଗରିକମାନଙ୍କୁ କିଙ୍ଗ୍ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଏହାର ଆଖପାଖ ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।
ୟେମେନ ଉପରେ ଆକ୍ରମଣ କରିପାରେ
ରିୟାଦ ଆକ୍ରମଣ ପରେ ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ, ଆମେରିକା ସେନା ସାଉଦି ସେନା ସହିତ ମିଶି ୟେମେନ ଉପରେ ଆକ୍ରମଣ କରିପାରେ। ଏଭଳି କହି ଟ୍ରମ୍ପ ଇରାନ ଉପରେ ପୁଣି ଆକ୍ରମଣ ଆରମ୍ଭ କରିବାକୁ ମଧ୍ୟ ଇଙ୍ଗିତ କରିଛନ୍ତି। ତେବେ ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନକୁ ଆଖି ଆଗରେ ରଖି ବର୍ତ୍ତମାନ ପାଇଁ ଟ୍ରମ୍ପ ଏହି ସଂଘର୍ଷରୁ ଦୂରେଇ ରହିବାକୁ ଚାହୁଁଥିବା ରାଜନୈତିକ ବିଶେଷଜ୍ଞ ମତପୋଷଣ କରିଛନ୍ତି।
PM Modi Chennai Visit: ଆଜି ଚେନ୍ନାଇବାସୀଙ୍କୁ ୧୩ ହଜାର କୋଟିର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦୀ

1 hour ago
1


