Trump's White House: ଟ୍ରମ୍ପଙ୍କ ୩ ଗଣମାଧ୍ୟମ ଉପରେ ହ୍ୱାଇଟ୍‌ ହାଉସ୍‌ ବ୍ୟାନ୍‌ ଉପରେ ଅଦାଲତଙ୍କ ରୋକ୍‌

3 days ago 4
ARTICLE AD BOX

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ତିନିଟି ପ୍ରମୁଖ ଗଣମାଧ୍ୟମ ସଂସ୍ଥାକୁ ହ୍ୱାଇଟ୍‌ ହାଉସ୍‌ରେ ପ୍ରବେଶ ଉପରେ ଲଗାଯାଇଥିବା କଟକଣାକୁ ଗୁରୁବାର ଆମେରିକାର ଏକ ସଂଘୀୟ ଅଦାଲତ ସାମୟିକ ଭାବେ ରୋକିଛନ୍ତି। ବିଚାରପତି ଟିମୋଥି କେଲି ସିଏନ୍‌ଏନ୍‌, ଏମ୍‌ଏସ୍‌ ନାଓ ଓ ପଲିଟିକୋର ସାମ୍ବାଦିକମାନଙ୍କୁ ହ୍ୱାଇଟ୍‌ ହାଉସ୍‌ରେ ପୁଣି ପ୍ରବେଶ ଅନୁମତି ଦେବା ସହ ସେମାନଙ୍କ ପ୍ରେସ୍‌ ପାସ୍‌ ତୁରନ୍ତ ଫେରାଇବାକୁ ଟ୍ରମ୍ପ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ୧୪ ଦିନ ପାଇଁ ବଳବତ୍ତର ରହିବ।

ସେପ୍ଟେମ୍ବର ୧୮ରେ ଟ୍ରମ୍ପ ଏହି ତିନି ଗଣମାଧ୍ୟମକୁ ହ୍ୱାଇଟ୍‌ ହାଉସ୍‌ରୁ ବ୍ୟାନ୍‌ କରିଥିଲେ। ତାଙ୍କ ଅଭିଯୋଗ ଥିଲା, ଏହି ସଂସ୍ଥାଗୁଡ଼ିକ ତାଙ୍କ ପ୍ରଶାସନ ସମ୍ପର୍କରେ ‘ମିଥ୍ୟା ଖବର’ ପ୍ରସାର କରୁଛନ୍ତି। ପରେ ଟ୍ରମ୍ପ ପ୍ରଶାସନ ଏହି ପଦକ୍ଷେପକୁ ଜାତୀୟ ସୁରକ୍ଷା ଓ ସାମ୍ବାଦିକତାରେ ଶୃଙ୍ଖଳା ରକ୍ଷା ସହ ଯୋଡ଼ିଥିଲା। ଏହାପରେ ସିଏନ୍‌ଏନ୍‌, ଏମ୍‌ଏସ୍‌ ନାଓ ଓ ପଲିଟିକୋ ଅଦାଲତର ଦ୍ୱାରସ୍ଥ ହୋଇ ଏହାକୁ ଚ୍ୟାଲେଞ୍ଜ କରିଥିଲେ।

ଅନ୍ତରୀଣ ନିର୍ଦ୍ଦେଶ

ଏହି ମାମଲାର ଶୁଣାଣି ବୁଧବାର ହୋଇଥିଲା। ଟ୍ରମ୍ପଙ୍କ ଦ୍ୱାରା ୨୦୧୭ରେ ନିଯୁକ୍ତ ବିଚାରପତି ଟିମୋଥି କେଲି ଗୁରୁବାର ତାଙ୍କ ଆଦେଶ ଜାରି କରିଥିଲେ। ସାମ୍ବାଦିକମାନଙ୍କୁ ପ୍ରେସ୍‌ ପାସ୍‌ ବାତିଲ୍‌ କରିବା ପୂର୍ବରୁ ନୋଟିସ୍‌ ଦିଆଯାଇ ନଥିଲା କିମ୍ବା ନିଜ ପକ୍ଷ ରଖିବାର ପର୍ଯ୍ୟାପ୍ତ ସୁଯୋଗ ମିଳିନଥିଲା ବୋଲି ଅଦାଲତ କହିଛନ୍ତି। ଜାତୀୟ ସୁରକ୍ଷା ଦୃଷ୍ଟିରୁ ବ୍ୟାନ୍‌ ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଯୁକ୍ତିକୁ ମଧ୍ୟ ବିଚାରପତି କେଲି ଗ୍ରହଣ କରିନାହାନ୍ତି। ହ୍ୱାଇଟ୍‌ ହାଉସ୍‌ର ପ୍ରେସ୍‌ ପାସ୍‌ ବାତିଲ୍‌ କରିବା ଦ୍ୱାରା ଜାତୀୟ ସୁରକ୍ଷା କିପରି ସୁରକ୍ଷିତ ହେବ, ସେ ସମ୍ପର୍କରେ ସରକାର ପର୍ଯ୍ୟାପ୍ତ ତଥ୍ୟ ଦେଇପାରି ନାହିଁ ବୋଲି ସେ ଦର୍ଶାଇଛନ୍ତି।

ତିନି ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଓକିଲ୍‌ ଥିଓଡୋର ବୁଟ୍ରସ୍‌ ଜୁନିଅର ଅଦାଲତରେ ଯୁକ୍ତି ରଖିଥିଲେ। ଅନ୍ୟପକ୍ଷରେ ଆମେରିକା ସରକାରଙ୍କ ପକ୍ଷରୁ ଜଷ୍ଟିସ୍‌ ଡିପାର୍ଟମେଣ୍ଟର ଓକିଲ୍‌ ମାଇକେଲ୍‌ ଭେଲ୍‌ଚିକ୍‌ ଯୁକ୍ତି ଦେଇଥିଲେ ଯେ, ହ୍ୱାଇଟ୍‌ ହାଉସ୍‌ରେ କାହାକୁ ପ୍ରବେଶ ଦିଆଯିବ, ତାହା ରାଷ୍ଟ୍ରପତିଙ୍କ ଅଧିକାର। ଅଦାଲତଙ୍କ ଆଦେଶ ପରେ ୧୪ ଦିନ ପାଇଁ ତିନି ସଂସ୍ଥାର ସାମ୍ବାଦିକମାନେ ହ୍ୱାଇଟ୍‌ ହାଉସ୍‌ରେ ପ୍ରବେଶ ସୁଯୋଗ ପାଇବେ। ତେବେ ମୁଖ୍ୟ ମାମଲାର ଶୁଣାଣି ଜାରି ରହିବ ଏବଂ ପରବର୍ତ୍ତୀ ଆଇନଗତ ନିଷ୍ପତ୍ତିରେ ଏହି ବ୍ୟାନ୍‌ର ଭବିଷ୍ୟତ ସ୍ପଷ୍ଟ ହେବ।

ଇମ୍ରାନ୍ ଖାନ୍‌ଙ୍କ ମୁକ୍ତି ଦାବି

Read Entire Article
LEFT SIDEBAR AD

Hidden in mobile, Best for skyscrapers.