Trump imposes: କାନାଡା ଉପରେ ୫୦% ଶୁଳ୍କ ଲଗାଇଲେ ଟ୍ରମ୍ପ

1 hour ago 1
ARTICLE AD BOX

ୱାସିଂଟନ/ଅଟାୱା: ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡା ମଧ୍ୟରେ ୩ ଦିନ ଧରି ଚାଲିଥିବା ବାଣିଜ୍ୟ ଆଲୋଚନା ବିଫଳ ହୋଇଛି। ଆଲୋଚନାକୁ ସ୍ଥଗିତ ରଖି ଫେରି ଆସିବା ଲାଗି କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାର ରପ୍ତାନି ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ବାଣିଜ୍ୟ ଆଲୋଚନାରେ କାନାଡା ସୁଯୋଗ ହାତଛଡ଼ା କଲା ବୋଲି ଆମେରିକା କହିଛି।

ଆମେରିକା ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରିର୍‌ କହିଛନ୍ତି, ତାଙ୍କ ଦେଶ ପକ୍ଷରୁ ସର୍ବୋତ୍କୃଷ୍ଟ ଅଫର ଦିଆଯିବା ପରେ ମଧ୍ୟ କାନାଡା ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ କରିବାକୁ ମନାକଲା। ପୂର୍ବରୁ କାନାଡା ଦେଇଥିବା ପ୍ରତିଶ୍ରୁତିକୁ ବଦଳାଇବା ସହ ନୂଆ ଦାବି ରଖିବା ଦ୍ବାରା ଆଲୋଚନା ସମୟରେ ବିବାଦ ଉପୁଜିଲା ବୋଲି ସେ କହିଛନ୍ତି। ଦଶନ୍ଧି ଦଶନ୍ଧି ଧରି ଆମେରିକା ବଜାରରେ କାନାଡା ସବୁଠାରୁ ଭଲ ସୁଯୋଗ ପାଇଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍ଯ୍ୟକାଳ ଆରମ୍ଭରୁ କାନାଡାକୁ ବିଶ୍ବରେ ସବୁଠୁ ଭଲ ବ୍ୟବହାର ଦେଖାଯାଇଛି। ଏହା ସତ୍ତ୍ବେ ଉକ୍ତ ଦେଶ ଚୀନ ଭଳି ଆମେରିକାର କ୍ଷତି କରିବା ପ୍ରୟାସରେ ରହିଛି। ଚଳିତ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକା କାନାଡାକୁ ଭଲ ସୁବିଧା ଦେବାକୁ ରାଜି ହୋଇଥିଲା। ଇସ୍ପାତ, ଆଲୁମିନିୟମ ଆଦି ସାମଗ୍ରୀ ଉପରେ ଉଲ୍ଲେଖନୀୟ ଭାବେ ଶୁଳ୍କ ହ୍ରାସ ପ୍ରସ୍ତାବ ଦେଇଥିଲା ବୋଲି ଗ୍ରିର୍‌ କହିଛନ୍ତି। ଜି-୭ ଗୋଷ୍ଠୀରେ ଦ୍ରୁତବେଗରେ ବଢ଼ୁଥିବା ଅର୍ଥନୀତି ଯୁକ୍ତରାଷ୍ଟ୍ର ଆମେରିକା ସହ ରହିବା ନେଇ ରହିଥିବା ସୁଯୋଗକୁ କାନାଡା ହାତଛଡ଼ା କଲା ବୋଲି ଗ୍ରିର ମତ ଦେଇଛନ୍ତି।

ଅନ୍ୟପକ୍ଷରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଛନ୍ତି ସେ ଆମେରିକା ସହିତ ବାଣିଜ୍ୟ ଆଲୋଚନା ସ୍ଥଗିତ ରଖି ଅଟାୱାକୁ ଫେରି ଆସିବା ପାଇଁ ତାଙ୍କ ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଶେଷ ମୁହୂର୍ତ୍ତରେ ପ୍ରସ୍ତାବରେ ପରିବର୍ତ୍ତନ ଆଣିବା ଭେଦଭାବପୂର୍ଣ୍ଣ ଏବଂ ଅଣଅର୍ଥନୈତିକ ବୋଲି ସେ କହିଛନ୍ତି। ଏହା ପରେ ଯୁକ୍ତରାଷ୍ଟ୍ର ଆମେରିକା କାନାଡାର ପ୍ରାୟ ୨୦ ବିଲିଅନ ଡଲାର ମୂଲ୍ୟର ରପ୍ତାନି ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛି। କାନାଡାର ଶ୍ରମିକ ଓ ବ୍ୟବସାୟକୁ ସୁରକ୍ଷା ଦେବା ପାଇଁ ତାଙ୍କ ଦେଶ ମଧ୍ୟ ସମାନ ମାତ୍ରାର ପାଲଟା ଶୁଳ୍କ ଲଗାଇବ ବୋଲି ସେ ଘୋଷଣା କରିଛନ୍ତି।

India Canada Relations: ଟ୍ରମ୍ପଙ୍କୁ ଝଟକା ଦେବାକୁ ପ୍ରସ୍ତୁତ ହେଉଛନ୍ତି କାନାଡିୟ ପ୍ରଧାନମନ୍ତ୍ରୀ ମାର୍କ କାର୍ନି!

ବାଣିଜ୍ୟ ଆଲୋଚନା ବିଫଳ ହେବା ଏବଂ ଆମେରିକା ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଆମେରିକାର ଏହି ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଅଧିକ ବିଗିଡ଼ି ଯାଇଛି। ଗତବର୍ଷ ଆମେରିକା ଓ କାନାଡା ମଧ୍ୟ‌ରେ ପ୍ରାୟ ୮୮୦ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ ଓ ସେବା ବ୍ୟବସାୟ ହୋଇଥିଲା। କାନାଡା କରିଥିବା ମୋଟ ସାମଗ୍ରୀ ରପ୍ତାନିର ପ୍ରାୟ ୭୨ ପ୍ରତିଶତ ଆମେରିକାକୁ ପଠାଯାଇଥିଲା। ପରିବର୍ତ୍ତିତ ପରିସ୍ଥିତିରେ କାନାଡା ଏହାର ଘରୋଇ ଅର୍ଥନୀତିକୁ ମଜଭୁତ କରିବା ସହ ରପ୍ତାନିକୁ ବ୍ୟାପକ କରିବା ଉପରେ ଧ୍ୟାନ ଦେବ ବୋଲି କାର୍ନି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.