Trump Approval Rating: ଟ୍ରମ୍ପଙ୍କୁ ବଡ଼ ଝଟ୍‌କା! ଲୋକପ୍ରିୟତା ଖସିଲା ୩୧%କୁ, ମଧ୍ୟାବଧି ନିର୍ବାଚନରେ ବଢ଼ିଲା ଟେନ୍‌ସନ୍‌

37 minutes ago 1
ARTICLE AD BOX

ନୂଆଦିଲ୍ଲୀ:: ନିଜ ଦେଶରେ ଟ୍ରମ୍ପଙ୍କ ପ୍ରତି କମୁଛି କି ଲୋକଙ୍କ ଭରସା?  ମିଡ୍‌ଟର୍ମ ନିର୍ବାଚନ ପୂର୍ବରୁ ଆମେରିକାର ରାଜନୀତିରେ ଏବେ ଏହି ପ୍ରଶ୍ନ ଜୋର ଧରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଆସିଛି ଏକ ଚିନ୍ତାଜନକ ସର୍ଭେ ରିପୋର୍ଟ। ରଏଟର୍ସ/ଇପ୍ସୋସ୍‌ ପୋଲ୍‌ ଅନୁସାରେ, ଟ୍ରମ୍ପଙ୍କ କାର୍ଯ୍ୟକଳାପକୁ ମାତ୍ର ୩୧ ପ୍ରତିଶତ ଆମେରିକୀୟ ସମର୍ଥନ କରୁଛନ୍ତି। ଏହା ତାଙ୍କର ଉଭୟ କାର୍ଯ୍ୟକାଳ ମଧ୍ୟରେ ସର୍ବନିମ୍ନ ଅନୁମୋଦନ ହାର ବୋଲି ରିପୋର୍ଟରେ କୁହାଯାଇଛି। ଆଗକୁ ନଭେମ୍ବର ୩ରେ ମଧ୍ୟାବଧି ନିର୍ବାଚନ ଥିବାବେଳେ ଏହି ରିପୋର୍ଟ ରିପବ୍ଲିକାନ୍‌ ପାର୍ଟିର ଚିନ୍ତା ବଢ଼ାଇଛି।

ଡେମୋକ୍ରାଟ୍‌ଙ୍କୁ ୪୭%, ରିପବ୍ଲିକାନ୍‌ଙ୍କୁ ୩୫%

ସର୍ଭେର ସବୁଠୁ ବଡ଼ ଦିଗ ହେଉଛି, ଯଦି ଏବେ କଂଗ୍ରେସ ନିର୍ବାଚନ ହୁଏ, ତେବେ କେଉଁ ଦଳକୁ ଭୋଟ୍‌ ଦେବେ ବୋଲି ପଚରାଯିବାରୁ ୪୭ ପ୍ରତିଶତ ଭୋଟର୍‌ ଡେମୋକ୍ରାଟ୍‌ ପାର୍ଟିକୁ ବାଛିଥିବାବେଳେ ମାତ୍ର ୩୫ ପ୍ରତିଶତ ରିପବ୍ଲିକାନ୍‌ ପାର୍ଟିକୁ ସମର୍ଥନ କରିଛନ୍ତି। ଅର୍ଥାତ୍‌, ଦୁଇ ଦଳ ମଧ୍ୟରେ ୧୨ ପ୍ରତିଶତ ପଏଣ୍ଟ୍‌ର ବ୍ୟବଧାନ ରହିଛି। ଏହି ଚିତ୍ର ଡେମୋକ୍ରାଟ୍‌ଙ୍କ ଆଶା ବଢ଼ାଇଥିବାବେଳେ ରିପବ୍ଲିକାନ୍‌ଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି।

France unrest: ’ପ୍ୟାରିସ୍ ଖୁବ୍ ଶୀଘ୍ର ଏକ ମୁସଲିମ୍ ସହର ହୋଇଯିବ’


ଆମେରିକାରେ ବଢ଼ୁଥିବା ପେଟ୍ରୋଲ୍‌ ଦରକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଛି। ଏହା ସହ ଇରାନ୍‌ ବିରୋଧରେ ଯୁଦ୍ଧକୁ ନେଇ ମଧ୍ୟ କିଛି ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏପରିକି ଟ୍ରମ୍ପଙ୍କ କିଛି କଠୋର ସମର୍ଥକ ମଧ୍ୟ ଏହି ପ୍ରସଙ୍ଗରେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏହି ସର୍ଭେରେ ୧,୬୭୯ ଜଣ ଆମେରିକୀୟ ବୟସ୍କଙ୍କ ମତାମତ ନିଆଯାଇଥିଲା। ତେବେ ସର୍ଭେ ଫଳାଫଳ ହିଁ ନିର୍ବାଚନର ଚୂଡ଼ାନ୍ତ ଚିତ୍ର ନୁହେଁ। ନଭେମ୍ବର ୩, ୨୦୨୬ରେ ଆମେରିକାରେ ମଧ୍ୟାବଧି ନିର୍ବାଚନ ହେବ। ପ୍ରତିନିଧି ସଭାର ସମସ୍ତ ୪୩୫ଟି ଆସନ ସହ ସିନେଟ୍‌ର ୩୫ଟି ଆସନ ପାଇଁ ମତଦାନ ହେବ। ଯଦି ରିପବ୍ଲିକାନ୍‌ ପାର୍ଟି କଂଗ୍ରେସର କୌଣସି ଗୃହରେ ନିୟନ୍ତ୍ରଣ ହରାଏ, ତେବେ ଟ୍ରମ୍ପଙ୍କ ପାଇଁ ନିଜ ଏଜେଣ୍ଡା କାର୍ଯ୍ୟକାରୀ କରିବା କଷ୍ଟକର ହୋଇପାରେ। ଏବେ ସମସ୍ତଙ୍କ ନଜର ନିର୍ବାଚନ ଉପରେ। ସର୍ଭେର ଏହି ସଙ୍କେତ ଭୋଟ୍‌ରେ ପରିଣତ ହେବ କି, ତାହା ହିଁ ଦେଖିବାର କଥା।


Read Entire Article
LEFT SIDEBAR AD

Hidden in mobile, Best for skyscrapers.