ARTICLE AD BOX
କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନରେ ଏକ ଦନ୍ତା ହାତୀଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଧୋବାକୋଚଡ଼ା ଗ୍ରାମର ନାରାୟଣ ନାଏକ।
Man Killed in Elephant Attack Photograph: (sambad.in)ଯୋଡ଼ା: କେନ୍ଦୁଝରଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନରେ ଏକ ଦନ୍ତା ହାତୀଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଧୋବାକୋଚଡ଼ା ଗ୍ରାମର ନାରାୟଣ ନାଏକ।
ଗୁରୁତର ଆହତ ହୋଇଥିଲେ
ରାତିରେ ନାରାୟଣ ଧୋବାକୋଚଡ଼ା ଘରକୁ ଫେରୁଥିଲେ। ଏହି ସମୟରେ ହଠାତ୍ ସେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାକୁ ଆକ୍ରମଣ କରିଥିଲା, ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ଚମ୍ପୁଆ ମେଡିକାଲକୁ ନେଇଥିଲେ, ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

55 minutes ago
1


