Crocodile: ପଟାଖମଣ ଗାଁ ରାସ୍ତାରେ ବଡ଼ କୁମ୍ଭୀର, ଭୟଭୀତ ଲୋକେ

59 minutes ago 2
ARTICLE AD BOX

ରେଢାଖୋଲ: ରେଢାଖୋଲ ବ୍ଲକ ପଟାଖମଣ ଗାଁ ନିକଟ ରାସ୍ତାରେ ଏକ ବଡ଼ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। କୁମ୍ଭୀରକୁ ଦେଖି ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ବନ ବିଭାଗ ପକ୍ଷରୁ କୁମ୍ଭୀରକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ତେବେ କେଉଁ ପରିସ୍ଥିତିରେ କୁମ୍ଭୀରଟି ଗାଁ ଆଡକୁ ଚାଲି ଆସିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ବନ ବିଭାଗକୁ ଖବର ଦେବାକୁ କୁହାଯାଇଛି

କୁମ୍ଭୀରଟି ଉଦ୍ଧାର ନହେବା ପର୍ଯ୍ୟନ୍ତ ଗାଁ ଲୋକଙ୍କୁ ରାସ୍ତା ନିକଟକୁ ନଯିବାକୁ ଏବଂ କୁମ୍ଭୀରକୁ ଘେରିବା କିମ୍ବା ତାକୁ ଧରିବାକୁ ଚେଷ୍ଟା ନକରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଶିଶୁ ଓ ବୃଦ୍ଧମାନଙ୍କୁ ଏହି ଅଞ୍ଚଳକୁ ନଯିବା ପାଇଁ ସଚେତନ କରାଯାଇଛି। କୁମ୍ଭୀର ଦେଖିଲେ ଭିଡ଼ ନକରି ତୁରନ୍ତ ବନ ବିଭାଗକୁ ଖବର ଦେବାକୁ କୁହାଯାଇଛି।

Elephant Attacks: ଦନ୍ତା ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.