Truck: କୋଇଲା ବୋଝେଇ ଟ୍ରକ୍ ଓଲଟି ଓଡ଼ିଶା-ଆନ୍ଧ୍ର ୬ଘଣ୍ଟା ରାସ୍ତା ଜାମ୍

1 hour ago 1
ARTICLE AD BOX

ରାୟଗଡ଼ା: କୋଇଲାବୋଝେଇ ଟ୍ରକ ଓଲଟିଯିବା ଫଳରେ ଓଡ଼ିଶା -ଆନ୍ଧ୍ର ରାସ୍ତା ଦୀର୍ଘ ୬ ଘଣ୍ଟାରୁ ଉର୍ଧ୍ବ ସମୟ ଧରି ଜାମ୍ ହୋଇଛି   I ସୂଚନାରୁ ଜଣାପଡିଛି ବିଳମ୍ବିତ ରାତ୍ରିରେ ପାର୍ତIପୁର ଗ୍ରାମ ନିକଟରେ ବିଶାଖାପାଟଣା ଠାରୁ କୋଇଲା ବେIଝେଇ ହୋଇ ରାୟପୁର ଯିବା ସମୟରେ ଟ୍ରକଟି ଓଲଟି ପଡିଥିଲା।  ଦୁର୍ଘଟଣା ଫଳରେ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଅପରପକ୍ଷରେ ଟ୍ରକଟି ଓଲଟି ଯିବା ଫଳରେ ୬ଘଣ୍ଟାରୁ ଉର୍ଧ୍ବ ସମୟ  ଧରି ଓଡ଼ିଶା- ଆନ୍ଧ୍ର ରାସ୍ତାରେ ଯାତାୟତ ଠପ ହୋଇଯାଇଛି I ଆଜି ଭୋରରୁ ଦୁର୍ଘଟଣା ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ହୋଇ ପାରିନଥିଲା I ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଥିଲା I ଆଜି ସକାଳୁ ଅଗ୍ନିଶମ ବିଭାଗ, ପୁଲିସ ଓ ଅନ୍ୟ ବିଭାଗ ଯାଇ ରାସ୍ତା ସଫା କାର୍ଯ୍ୟ ଜାରି ରଖିଛନ୍ତି ।  ରାସ୍ତାରେ ପଡିଥିବା କୋଇଲା ଏବଂ ଟ୍ରକକୁ ସଂପୂର୍ଣ ଭାବେ ରାସ୍ତାରୁ ହଟାଇବା ପରେ ଓଡିଶା ଆନ୍ଧ୍ର ରାସ୍ତାରେ ଯାତାୟତ ସୁଗମ ହୋଇପାରିବ ବୋଲି ପୁଲିସ ସୂଚନା ଦେଇଛି ।  ଏହି ରାସ୍ତା ଦେଇ ଯାତ୍ରା କରୁଥିବା ଯାତ୍ରୀ ଏବଂ ଅନ୍ୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I

Driver Death: ପୋଖରୀ ଭିତରକୁ ପଶିଗଲା ଟ୍ରାକ୍ଟର, ପାଣିରେ ଚାପି ହୋଇ ଚାଳକଙ୍କ ମୃତ୍ୟୁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.