Truck Collides With Tempo: ଟ୍ରକ୍ ସହ ଧକ୍କା ହେଲା ଦୁର୍ଗା ମୂର୍ତ୍ତି ନେଉଥିବା ପିକ୍ଅପ୍, ୭ ମୃତ, ୧୯ ଆହତ

5 hours ago 2
ARTICLE AD BOX

ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାସ୍ଥିତ ସମୃଦ୍ଧି ମହାମାର୍ଗ (ସମୃଦ୍ଧି ଏକ୍ସପ୍ରେସୱେ)ର ଧାମନଗାଁ ରେଳବାଇ ଷ୍ଟେସନ୍ ନିକଟରେ ଗୁରୁବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ଏବଂ ଟେମ୍ପୋ ପିକଅପ୍ ଭ୍ୟାନ୍ ମଧ୍ୟରେ ଜୋରରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବୁଲଡାଣା ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସେଗାଁରୁ ଏକ ଦୁର୍ଗା ମୂର୍ତ୍ତି ଧରି ୱାର୍ଦ୍ଧା ଅଭିମୁଖେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସଂଘର୍ଷ ଏତେ ପ୍ରବଳ ଥିଲା ଯେ ଟେମ୍ପୋଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ, ରେଳବାଇ ପୁଲିସ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ କିଛି ସାମ୍ବାଦିକ ମିଳିତ ଭାବେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ୧୯ ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସିନିୟର୍ ପୁଲିସ ଅଫିସର ନିକେତନ କଦମ୍ ଦେଇଥିବା ସୂଚନା ଅନୁଯାୟୀ, ଆହତମାନଙ୍କ ମଧ୍ୟରୁ ୪ ରୁ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିବା ବେଳେ ଅନ୍ୟମାନେ ବିପଦମୁକ୍ତ ଅଛନ୍ତି ଏବଂ ସମସ୍ତଙ୍କର ଚିକିତ୍ସା ଜାରି ରହିଛି। ପୁଲିସ ଅଧିକାରୀ କଦମ୍ ଏବଂ ଧାମନଗାଁ ପୌରପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ରୋଠେ ହସ୍ପିଟାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଏହି ଘଟଣାର ବିସ୍ତୃତ ତଦନ୍ତ ଆରମ୍ଭ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.