Troublesome Bear ଯନ୍ତାରେ ପଡ଼ିଲା ଆତଙ୍କ ସୃଷ୍ଟିକାରୀ ଭାଲୁ

2 weeks ago 10
ARTICLE AD BOX

ନବରଙ୍ଗପୁର(ସୁରେଶ ନାଇଡ଼ୁ):  ନବରଙ୍ଗପୁର ସଦର ରେଞ୍ଜ ଅନ୍ତର୍ଗତ ଜାମ୍ବଗୁଡ଼ା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଏକ ଭାଲୁକୁ ଶେଷରେ ଧରିବାରେ ସଫଳ ହୋଇଛି ବନ ବିଭାଗ।

Bear attack: ଭାଲୁ ଆକ୍ରମଣରେ ଚାଷୀ ଗୁରୁତର, ଜଙ୍ଗଲ କ୍ଷୟକୁ ନେଇ ବଢୁଛି ଚିନ୍ତା

ଗତ କିଛି ଦିନ ଧରି ସଞ୍ଜ ନଇଁଲେ ଖାଦ୍ୟ ଅନ୍ୱେଷଣରେ ଭାଲୁଟି ଜାମ୍ବଗୁଡ଼ା ଗ୍ରାମ ଭିତରକୁ ପଶିଆସୁଥିଲା। ଏପରିକି ଗ୍ରାମବାସୀଙ୍କ ଘର ଭିତରକୁ ପଶିବା ସହ ଦୋକାନ ଘରରେ ଥିବା ଖାଦ୍ୟ ସାମଗ୍ରୀ ଖାଇବା ସହ ଅନେକ ଜିନିଷ ଭଙ୍ଗାରୁଜା କରି ଚାଲିଯାଉଥିଲା। ଭାଲୁର ଏଭଳି ଉପଦ୍ରବ ନେଇ ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ। 

ngp-bhalu  (3)

ଖବର ପାଇ ବନ ବିଭାଗର ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଭାଲୁର ଗତିବିଧି ଉପରେ ନଜର ରଖିଥିଲେ। ପରେ ଗ୍ରାମ ନିକଟସ୍ଥ ଏକ ନାଳ ଭିତରେ ଭାଲୁଟି ରହିଥିବା ଜାଣିବାକୁ ପାଇ ବନ ବିଭାଗ ପକ୍ଷରୁ ଯନ୍ତା ପକାଯାଇଥିଲା। ଶେଷରେ ଭାଲୁଟି ଯନ୍ତାରେ ପଡ଼ିବା ପରେ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଭାଲୁଟିକୁ ସ୍ଥାନୀୟ ଡିୟର ପାର୍କରେ ରଖାଯାଇ ଚିକିତ୍ସା କରାଯିବ। ଚିକିତ୍ସା ପରେ ବନ ବିଭାଗ ପକ୍ଷରୁ ଭାଲୁଟିକୁ ଜଙ୍ଗଲ ମଧ୍ୟରେ ଛାଡ଼ି ଦିଆଯିବ ବୋଲି ରେଂଜର ଗୋପୀନାଥ ସାହୁ ସୂଚନା ଦେଇଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.