ARTICLE AD BOX
ନିଶିଓ: ଚଳିତ ଏସୀୟ କ୍ରୀଡ଼ାରେ ମୁଷ୍ଟିଯୁଦ୍ଧରୁ ଆଉ ଏକ ସ୍ବର୍ଣ୍ଣ ପଦକ ଆଶା ସଞ୍ଚାର ହୋଇଛି। ଗତକାଲି ଦୁଇ ଜଣ ଭାରତୀୟ ପ୍ରବୀଣ ହୁଡ଼ା, ଅଙ୍କୁଶ ପଙ୍ଘଲ ଫାଇନାଲ୍ରେ ପହଞ୍ଚି ସ୍ବର୍ଣ୍ଣ ଦୌଡ଼ରେ ସାମିଲ ହୋଇଥିଲା ବେଳେ ବୁଧବାର ଟୋକିଓ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ଲଭ୍ଲୀନା ଏଥିରେ ଯୋଡ଼ି ହୋଇଛନ୍ତି।
କାଂସ୍ୟ ପଦକରେ ସନ୍ତୁଷ୍ଟ
ବୁଧବାର ମହିଳା ୭୫ କିଲୋଗ୍ରାମ୍ ସେମିଫାଇନାଲ୍ରେ ହାଙ୍ଗ୍ଝୌ ଏସୀୟ କ୍ରୀଡ଼ା ରୌପ୍ୟ ବିଜୟିନୀ ଲଭ୍ଲୀନା ୩-୨ରେ କାଜାଖସ୍ତନାର ନାତାଲ୍ୟା ବୋଗ୍ଦାନୋଭାଙ୍କୁ ପରାସ୍ତ କରିଥିଲେ। ଏବେ ରାଜ୍ୟଗୋଷ୍ଠୀ ରୌପ୍ୟ ବିଜୟିନୀ ଏହି ଆସାମ ଯୁବତୀ ଗତ ସଂସ୍କରଣ ପଦକର ରଙ୍ଗ ବଦଳାଇବା ଲକ୍ଷ୍ୟରେ ରହିଛନ୍ତି। ତେବେ ଅନ୍ୟ ଦୁଇ ଭାରତୀୟ ପ୍ରିୟା ଘଙ୍ଘାସ୍ ଓ କପିଳ ପୋଖରିୟା ନିଜ ନିଜ ସେମିଫାଇନାଲ୍ ବାଉଟ୍ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି।
Asian Games 2026: କମ୍ପାଉଣ୍ଡ ତୀରନ୍ଦାଜିରୁ ହ୍ୟାଟ୍ରିକ୍ ସ୍ବର୍ଣ୍ଣ
ମହିଳା ୬୦ କିଲୋଗ୍ରାମ୍ରେ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ବିଜୟିନୀ ୨୦ ବର୍ଷୀୟା ପ୍ରିୟା ୧-୪ରେ ଚୀନ୍ର ୟାଙ୍ଗ ଚେଙ୍ଗ୍ୟୁଙ୍କଠୁ ହାରିଯାଇଥିଲେ। ପୁରୁଷ ୯୦ କିଲୋଗ୍ରାମ୍ରେ ୨୮ ବର୍ଷୀୟ କପିଳ ୧-୪ରେ ଉଜ୍ବେକିସ୍ତାନର ତୁରାବେକ ଖାବିବୁଲାଏଭ୍ଙ୍କଠୁ ପରାସ୍ତ ହୋଇଥିଲେ।

58 minutes ago
1


