Trinamool Congress: ୨ ତୃଣମୂଳ ଗୋଷ୍ଠୀର ନୂଆ ନାମ, ଚିହ୍ନ: ବିଦ୍ରୋହୀ ଗୋଷ୍ଠୀ ଏବେ ‘ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’, ଚିହ୍ନ ଲଫାପା

1 week ago 4
ARTICLE AD BOX

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସରେ ବିଭାଜନକୁ ସ୍ୱୀକାର କରିବା ପରେ ନିର୍ବାଚନ କମିସନ ଶୁକ୍ରବାର ମମତା ବାନାର୍ଜୀଙ୍କ ଗୋଷ୍ଠୀ ଓ ବିଦ୍ରୋହୀ ଗୋଷ୍ଠୀ ପାଇଁ ନୂଆ ନାମ ଏବଂ ନିର୍ବାଚନୀ ଚିହ୍ନ ଆବଣ୍ଟନ କରିଛନ୍ତି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଏବଂ ‘ଫୁଟ୍‌ବଲ ଖେଳାଳି’ ଚିହ୍ନ ମିଳିଛି। ଅନ୍ୟପକ୍ଷରେ ଅରୂପ ରାୟ ଓ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଗୋଷ୍ଠୀକୁ ‘ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’ ନାମ ଓ ‘ଲଫାପା’ ଚିହ୍ନ ଦିଆଯାଇଛି।

Job: ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ

ମମତାଙ୍କ ଗୋଷ୍ଠୀ ଏବେ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’, ଚିହ୍ନ ଫୁଟ୍‌ବଲ ଖେଳାଳି

ବିଦ୍ରୋହୀ ଗୋଷ୍ଠୀ ଏବେ ‘ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’, ଚିହ୍ନ ଲଫାପା

ଆସନ୍ତା ଅକ୍ଟୋବର ୬ରେ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ଉପନିର୍ବାଚନ ହେବ। ଏହା ପୂର୍ବରୁ ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀ ଦଳର ନାମ ଓ ‘ଫୁଲ-ଘାସ’ ଚିହ୍ନ ଉପରେ ନିଜ ଅଧିକାର ଦାବି କରିଥିଲେ। ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଉଭୟ ଗୋଷ୍ଠୀ ମୂଳ ଦଳର ନାମ ଓ ଚିହ୍ନ ବ୍ୟବହାର କରିପାରିବେ ନାହିଁ ବୋଲି କମିସନ ଗୁରୁବାର ଅନ୍ତରୀଣ ଆଦେଶ ଦେଇଥିଲେ। ଏହାପରେ ଉଭୟ ଗୋଷ୍ଠୀକୁ ତିନୋଟି ଲେଖାଏଁ ବିକଳ୍ପ ନାମ ଏବଂ ନିର୍ବାଚନ କମିସନଙ୍କ ତାଲିକାରେ ଥିବା ମୁକ୍ତ ଚିହ୍ନରୁ ତିନୋଟି ଲେଖାଏଁ ବିକଳ୍ପ ଦେବାକୁ କୁହାଯାଇଥିଲା। ମମତାଙ୍କ ଗୋଷ୍ଠୀ ଗୁରୁବାର ରାତି ୧୧ଟା ୩୬ରେ ନିଜର ବିକଳ୍ପ ପଠାଇଥିଲା। ଏଥିରେ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ସହ ଫୁଟ୍‌ବଲ ଓ କ୍ରିକେଟ୍ ବ୍ୟାଟ୍ ଭଳି ଚିହ୍ନକୁ ପସନ୍ଦ ଭାବେ ଦିଆଯାଇଥିଲା। ମମତାଙ୍କ ଗୋଷ୍ଠୀ କମିସନଙ୍କ ଆଦେଶ ବିରୋଧରେ ଦୃଢ଼ ପ୍ରତିବାଦ ମଧ୍ୟ ଜଣାଇଥିଲା।

Women Farmers: ପିଜୁଳି ବଗିଚାରୁ ଲାଭାଂଶ ପାଇଲେ ୨୫୩ ମହିଳା ଅଂଶୀଦାର

ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ‘ଜାତୀୟତାବାଦୀ ତୃଣମୂଳ କଂଗ୍ରେସ’ ଓ ‘ଗଣତାନ୍ତ୍ରିକ ତୃଣମୂଳ କଂଗ୍ରେସ’ ଭଳି ନାମ ପ୍ରସ୍ତାବ ଦିଆଯାଇଥିଲା। ଚିହ୍ନ ଭାବେ କଳାପଟା, ଲଫାପା ଓ ଟର୍ଚ୍ଚକୁ ବିକଳ୍ପ ଭାବେ ରଖାଯାଇଥିଲା। ପରେ କମିସନ ଉଭୟ ଗୋଷ୍ଠୀକୁ ନୂଆ ନାମ ଓ ଚିହ୍ନ ଆବଣ୍ଟନ କରିଛନ୍ତି। ଏହି ବ୍ୟବସ୍ଥା ବର୍ତ୍ତମାନ ପାଇଁ ଅନ୍ତରୀଣ ଏବଂ ଦଳର ନାମ ଓ ଚିହ୍ନକୁ ନେଇ ଚାଲିଥିବା ବିବାଦର ଚୂଡ଼ାନ୍ତ ନିଷ୍ପତ୍ତି ପର୍ଯ୍ୟନ୍ତ ଏହା ଲାଗୁ ରହିବ। ତୃଣମୂଳ କଂଗ୍ରେସରେ ବିଦ୍ରୋହ ପରେ ମମତା ବାନାର୍ଜୀଙ୍କ ଗୋଷ୍ଠୀ ଓ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଦଳୀୟ ନିୟନ୍ତ୍ରଣକୁ ନେଇ ବିବାଦ ତୀବ୍ର ହୋଇଥିଲା। ପରେ ଅରୂପ ରାୟଙ୍କୁ ବିଦ୍ରୋହୀ ଗୋଷ୍ଠୀର ଅଧ୍ୟକ୍ଷ କରାଯାଇଥିଲା। ଉଭୟ ପକ୍ଷ ନିଜକୁ ପ୍ରକୃତ ତୃଣମୂଳ କଂଗ୍ରେସ ବୋଲି ଦାବି କରୁଛନ୍ତି। ନିର୍ବାଚନ କମିସନ କହିଛନ୍ତି ଯେ କେଉଁ ଗୋଷ୍ଠୀ ଦଳର ନାମ ଓ ଚିହ୍ନ ପାଇବ, ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅଧିକ ସମୟ ଆବଶ୍ୟକ। ତେଣୁ ଉପନିର୍ବାଚନ ପାଇଁ ଏହି ଅନ୍ତରୀଣ ବ୍ୟବସ୍ଥା କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.