ARTICLE AD BOX
ଭୁବନେଶ୍ବର: ଟ୍ରାଇଡେଣ୍ଟ ଏକଡେମି ଅଫ୍ ଟେକ୍ନୋଲୋଜିର ଏମ୍ବିଏ ବିଭାଗ ପକ୍ଷରୁ ସାକ୍ରେଡ୍ ଫାଉଣ୍ଡେସନର ମିଳିତ ଉଦ୍ୟମରେ ‘ସରକାର ଓ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ ଜନିତ ପାଣ୍ଠି ଓ ବିନିଯୋଗ ହେଉଥିବା ଓଡ଼ିଶାରେ ସାମାଜିକ ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମର ପ୍ରଭାବ ମୂଲ୍ୟାଙ୍କନ’ ଉପରେ ଏକ ଦକ୍ଷତା ବିକାଶ ସେମିନାର ଅନୁଷ୍ଠିତ ହୋଇଯାଇଛି। ସେମିନାରରେ ପ୍ରମୁଖ ବକ୍ତା ଭାବେ ଆଇଆଇପିଏସ୍ ମୁମ୍ବାଇର ପ୍ରଫେସର ଉଦୟ ଏସ୍ ମିଶ୍ର, ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ପ୍ରସନ୍ନ କୁମାର ପାତ୍ର, ମିଜୋରାମ ବିଶ୍ବବିଦ୍ୟାଳୟର ଡକ୍ଟର ମୁକେଶ ରଞ୍ଜନ, ଓକ୍ସେନ ବିଶ୍ବବିଦ୍ୟାଳୟର ଡକ୍ଟର ଶକିଲ ଅହମ୍ମଦ, ଆରଡିଡବ୍ଲ୍ୟୁୟୁର ପ୍ରଫେସର ସୁଚେତା ପ୍ରିୟବାଦିନୀ, ଏନ୍ସିଡିଏସ୍ର ମାୟାଧର ସେଠୀ ଓ ଡକ୍ଟର ସନ୍ଧ୍ୟାରାଣୀ ମହାପାତ୍ର ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ସମାଜ ବିଜ୍ଞାନ ଗବେଷଣା କ୍ଷେତ୍ରରେ ସହଯୋଗ ପାଇଁ ଏନ୍ସିଡିଏସ୍ ସହିତ ଟ୍ରାଇଡେଣ୍ଟ ଏକାଡେମି ବୁଝାମଣା କରିଛି।
ଆହୁରି ପଢ଼ନ୍ତୁ: ପ୍ରଯୋଜକ ମନୋଜ ବାଗ୍ ଙ୍କ ନାଁରେ ଏତଲା ଦେଲେ ଦାନ ମାଝୀ

1 hour ago
1


