Tribal Pride Day: ମାଲକାନଗିରିରେ ବିକାଶ ପାଇଁ ୨୦୦ କୋଟିରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦ୍‌ଘାଟନ

11 minutes ago 1
ARTICLE AD BOX

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଆଦିବାସୀ ବୀରପୁରୁଷଙ୍କ ତ୍ୟାଗ, ବଳିଦାନ ଓ ଗୌରବମୟ ଇତିହାସକୁ ସ୍ମରଣ କରି ମାଲକାନଗିରିର ଡିଏନ୍‌କେ ପଡ଼ିଆଠାରେ ରବିବାର ମହାସମାରୋହରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ଜନଜାତି ଗୌରବ ଦିବସ। ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। 

ଧରତୀ ଆବା ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀକୁ ପାଳନ କରିବା ସହ ତାଂକର ବଳିଦାନ ସଂପର୍କରେ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆଲୋକପାତ କରିଥିଲେ। ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଭତ୍ତା ଓ ଆବାସ ଯୋଜନାକୁ ନେଇ ମଧ୍ୟ ନିଜ ଅଭିଭାଷଣରେ ମତ ରଖିଥିଲେ। ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ାଯାଇଥିବାବେଳେ ସାରା ରାଜ୍ୟରେ ଏବେ ୪୧ ଲକ୍ଷରୁ ଅଧିକ ଲୋକ ଭତ୍ତା ପାଉଥିବା ସୂଚନା ମିଳିଛି। ପୂର୍ବ ସରକାରଙ୍କ ଅମଳରେ ଭତ୍ତା ବଣ୍ଟନରେ ପାତରଅନ୍ତର ଓ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଅବ୍ୟବସ୍ଥା ହୋଇଥିବା ନେଇ ମଧ୍ୟ ସେ ଉଲ୍ଲେଖ କରିଥିଲେ। 

Mkg CM visit ,janajarti gourab divas (2)

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ,ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ  ଅଧୀନରେ ମୋଟ ୫୫ କୋଟି ଟଂକାର ୨୮ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ। ଏଥିସହ ଗ୍ରାମ୍ୟ ଉନ୍ନୟନ ବିଭାଗର ୩୩ଟି ପ୍ରକଳ୍ପ ପାଇଁ ମୋଟ ୮୫.୦୩ କୋଟି ଟଂକା ଏବଂ ପୂର୍ତ୍ତ ବିଭାଗ ଅଧୀନରେ ୨ଟି ପ୍ରକଳ୍ପ ପାଇଁ ୨୦.୯୦ କୋଟି ଟଂକା ବ୍ୟୟ ନେଇ ଶିଳାନ୍ୟାସ କରିଥିଲେ। ଜିଲ୍ଲାରେ ପ୍ରାଥମିକସ୍ତରରେ ୧୧ଟି ଗୋଦାବରୀଶ ମିଶ୍ର ମୋଡେଲ ସ୍କୁଲ ନିର୍ମାଣ ନେଇ ମଧ୍ୟ ସେ କହିଥିଲେ। ସୀମାଗୁଡିରେ ଇଣ୍ଡଷ୍ଟ୍ରିୟାଲ ପାର୍କ ନିର୍ମାଣ କରିବା ନେଇ ମଧ୍ୟ ସେ କହିଥିଲେ। ନିଜର ଦୀର୍ଘ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମାଲକାନଗିରିକୁ ଏକ ସଂଗ୍ରାମୀ ଜିଲ୍ଲା ଭାବେ ଅଭିହିତ କରିବା ସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀ ସଂସ୍କୃତିର ପ୍ରଶଂସା କରିଥିଲେ। ମାଲକାନଗିରି ଆଉ ପଛୁଆ ହୋଇ ରହିବ ନାହିଁ, ଏହାକୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ସରକାରଙ୍କ ପ୍ରାଥମିକତା ବୋଲି ସେ କହିଥିଲେ।

ଆଗାମୀ ଦିନରେ ଜିଲ୍ଲାରେ ରେଳ ଚଳାଚଳ, ବିମାନ ସେବା ଏବଂ ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ମାଲକାନଗିରିର ଚିତ୍ର ବଦଳିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲାର ଜନଜାତିଙ୍କ ବିକାଶ ନେଇ ଦୁଇଟି ପୁସ୍ତକ ‘ସମର୍ପଣ‘ ଓ ‘ଜନଜାତି ଗୌରବ‘ ଉନ୍ମୋଚିତ ହୋଇଥିଲା। ଭବିଷ୍ୟତରେ ପୁଣିଥରେ ମାଲକାନଗିରି ଗସ୍ତ କରି ଜିଲ୍ଲାର ବିକାଶ କାର୍ଯ୍ୟରେ ଯୋଗଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀ, ଜନପ୍ରତିନିଧି ଓ ପ୍ରଶାସନକୁ କୃତଜ୍ଞତା ଜଣାଇଥିଲେ। ରାଜ୍ୟସ୍ତରୀୟ ଜନଜାତି ଗୌରବ ଦିବସ ମାଲକାନଗିରିରେ ଆୟୋଜିତ ହେବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ, ଶିଳ୍ପାୟନ ଓ ଶିକ୍ଷାର ବିସ୍ତାର ନେଇ ଘୋଷଣା ଜିଲ୍ଲାବାସୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି।

Mkg CM visit ,janajarti gourab divas (7)

ଜନଜାତିଙ୍କ ଗୌରବ ଗାଥା ସହ ମାଲକାନଗିରିର ବିକାଶ ପାଇଁ ସରକାରଙ୍କ ବଡ଼ ବଡ଼ ଯୋଜନା ଓ ଘୋଷଣା ଏହି ସମାରୋହର ମୁଖ୍ୟ ଆକର୍ଷଣ ପାଲଟିଥିଲା। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆଦିବାସୀ କଲ୍ୟାଣ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ,ଏସ୍‌ଡିସି ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି, ଆଦିବାସୀ ଉନ୍ନୟନ ସଚିବ ଏବଂ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ପ୍ରମୁଖ ଯୋଗ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.