ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ନିର୍ବାଚନରେ ସଭାପତି ପିଟି ଉଷା ଓ ଭାରତୀୟ ଆଇସ୍ ହକି ସଂଘ (ଆଇଏଚ୍ଏଆଇ)ର ମହାସଚିବ ହରଜିନ୍ଦର ସିଂହଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ସେମାନଙ୍କ ନାମଙ୍କନକୁ ନେଇ ହୋଇଥିବା ଅଭିଯୋଗକୁ ନିର୍ବାଚନ ଅଧିକାରୀ ସଂଜୟ କୁମାର ଶ୍ରୀବାସ୍ତବ ଖାରଜ କରିଦେଇଛନ୍ତି। ତେଣୁ ଡିସେମ୍ବର ୫ରେ ହେବାକୁ ଥିବା ଆଇଓଏ ନିର୍ବାଚନରେ ଏହି ଦୁଇ ଜଣ ଲଢ଼ିବା ନିଶ୍ଚିତ ହୋଇଛି।
ଉଷାଙ୍କ ସଦସ୍ୟତା ନେଇ ପ୍ରଶ୍ନ
ଉଷା କୌଣସି ଜାତୀୟ କ୍ରୀଡ଼ା ସଂଘର ସଦସ୍ୟ ନଥିବାରୁ ଆଇଓଏ ସାଧାରଣ ପରିଷଦ ବୈଠକରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଶୁକ୍ରବାର ଆଇଏଚ୍ଏଆଇର ଏକ ଗୋଷ୍ଠୀ ଆପତ୍ତି ଉଠାଇଥିଲେ। ଉଷା ଓ ହରଜିନ୍ଦର ଆଇଓଏ ନିର୍ବାଚନରେ ଆଇଏଚ୍ଏଆଇର ପ୍ରତିନିଧିତ୍ବ କରୁଛନ୍ତି। ତେଣୁ ନିର୍ବାଚନ ଅଧିକାରୀ ଆଇଏଚ୍ଏଆଇଠୁ ଜବାବ ମାଗିଥିଲା।
Cycling: ଏଚ୍ସିଏଲ୍ ସାଇକ୍ଲୋଥନରେ ସ୍ବସ୍ତି ପ୍ରଥମ
ଉଭୟ ଆଇଏଚ୍ଏଆଇର ସଦସ୍ୟ ଥିବା ସଂଘ କହିବା ସହ ସମସ୍ତ କାଗଜ ପତ୍ର ଦାଖଲ କରିଥିଲା। କାଗଜପତ୍ର ଯାଞ୍ଚ ପରେ ଶ୍ରୀବାସ୍ତବ ଅଭିଯୋଗ ଖାରଜ କରିଥିଲେ। କ୍ରୀଡ଼ାବିତ୍ଙ୍କ ଭାବେ ଉଷା ଆଇଓଏକୁ ନିର୍ବାଚିତ ହୋଇ ପାରି ନଥିଲେ। ଏହାପରେ ଆଇଏଚ୍ଏଆଇ ତାଙ୍କୁ ମନୋନୀତ କରି ସାଧାରଣ ପରିଷଦ ବୈଠକକୁ ପଠାଇଛି। ପୂର୍ବତନ ଆଇଓଏ ସଭାପତି ନରିନ୍ଦର ବାତ୍ରା ମଧ୍ୟ ଉଷାଙ୍କ ସଦସ୍ୟତା ନେଇ ପ୍ରଶ୍ନ ଉଠାଇଥିଲେ।

13 minutes ago
1


