ARTICLE AD BOX
ରାୟଗଡ଼ା (ଶିବ ପ୍ରସାଦ ଦୋରା): ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା ଆଦିବାସୀ ସଂଗ୍ରାମୀମାନଙ୍କୁ କଂଗ୍ରେସ ଓ ବିଜେଡି ସରକାର ପରିଚୟ ଦେଇନାହାନ୍ତି। ସେମାନଙ୍କ ବଳିଦାନକୁ ବର୍ଷ ବର୍ଷ ଧରି ଲୁଚେଇବାର ହିନ ପ୍ରୟାସ କରାଯାଇଛି। ସେଥିପାଇଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀ ସଂଗ୍ରାମୀ ନେତାଙ୍କ ସମ୍ପର୍କରେ ଅନୁସୂଚିତ ଜିଲ୍ଲାର ଓ ଅନ୍ୟ ଅଞ୍ଚଳର ଛାତ୍ରଛାତ୍ରୀ ସେମାନଙ୍କ ତ୍ୟାଗ ବିଷୟରେ ଜାଣିପାରୁନାହାନ୍ତି। ଏହି ଅଞ୍ଚଳରେ ସ୍ବାଧୀନତା ସଂଗ୍ରାମରେ ବଳିଦାଳ ଦେଇଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଓ ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତ୍ରୀ କାର୍ଯ୍ୟକ୍ରମ ମହାସମାରୋହ ସହକାରେ ପାଳନ ହେବ ବୋଲି ସୂଚନା ଦେଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରିୟ ଏସ ଟି ମୋର୍ଚା ସାଧାରଣ ସମ୍ପାଦକ କାଳୀରାମ ମାଝି।
ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଏହି ସଂଗ୍ରାମୀମାନଙ୍କ ସମ୍ପର୍କରେ ବିଜେପିର କର୍ମକର୍ତ୍ତାମାନେ ୧୦ ମିନିଟ ଲେଖାଏଁ ସେମାନଙ୍କ ବଳିଦାନ ସମ୍ପର୍କରେ ସୂଚନା ଦେବେ ବୋଲି ଶ୍ରୀ ମାଝି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କଂଗ୍ରେସର ୬୦ ବର୍ଷ ଶାସନ କାଳରେ ଜନଜାତି ସ୍ବାଧୀନତା ସେନାନୀ ବିର୍ସା ମୁଣ୍ଡାଙ୍କୁ ଜୀବନିକୁ ଲୁଚେଇବାକୁ ଚେଷ୍ଟା କରିଛନ୍ତି ଏବଂ ମହାନ ଆଦିବାସୀ ସଂଗ୍ରାମୀଙ୍ଗ ଜୟନ୍ତ୍ରୀ ଯେଉଁ ଢ଼ଙ୍ଗରେ ପାଳନ ହେବା କଥା କରିନାହିଁ ବୋଲି ଶ୍ରୀ ମାଝି କହିଥିଲେ। ଏଣୁ ୧୧ ନଭେମ୍ବରରୁ ୨୨ ନଭେମ୍ବର ଯାଏଁ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ।
Congress: ପୁଡ଼ୁଚେରୀରେ ଜିତିଲେ ପୂର୍ଣ୍ଣ ରାଜ୍ୟ ମାନ୍ୟତାର ପ୍ରତିଶ୍ରୁତି ଦେଲା କଂଗ୍ରେସ
କେନ୍ଦ୍ର ସରକାର ସହିଦ ଲକ୍ଷ୍ମଣ ନାୟକଙ୍କ ଗ୍ରାମ ତେନ୍ତଳିଖୁଣ୍ଟିରେ ୧୮ କୋଟି ଟଙ୍କା ବ୍ୟୟରେ ଗୋଟିଏ ମ୍ୟୁଜିୟମ ଓ ରିସର୍ଚ କରିବା ପାଇ ଏକ ସଂଗ୍ରହାଳୟ ନିର୍ମାଣ ପାଇଁ ଅନୁଦାନ ଦେଇଛନ୍ତି। ସେହିଭଳି ବିର୍ସା ମୁଣ୍ଡାଙ୍କ ଜୀବନି ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ୨୫୦ କୋଟି ଟଙ୍କା ପ୍ରଦାନ କରିଥିବା ସୂଚନା ଦେଇଥିଲେ। ବିଜେପି ଜିଲ୍ଲା ସଭାପତି ଗୋପୀ ଆନନ୍ଦ ଅଭିଯୋଗ କରି କହିଛନ୍ତି କଂଗ୍ରେସ ଶାସନରେ ଗାନ୍ଧୀ ପରିବାର ନିଜ ପରିବାର ମୂର୍ତ୍ତି ଦେଶ ସାରା ସ୍ଥାପନା କରିଛନ୍ତି, ଏପରିକି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ମଧ୍ୟ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା କିମ୍ବା ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନକରି ନିଜ ବାପାଙ୍କ ମୂର୍ତି ସ୍ଥାପନା କରିଥିଲେ। କଂଗ୍ରେସ ଦଳ ଆଦିବାସୀ ସ୍ବାଧିନତା ସଂଗ୍ରାମି ଏଭଳି ସମ୍ମାନ ଦିଏ ବୋଲି ବିଜେପି ସଭାପତି ଶ୍ରୀ ଗୋପୀ ଆନନ୍ଦ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ବରିଷ୍ଠ ନେତା ଶିବ ଶଙ୍କର ଉଲାକା,ବସନ୍ତ ଉଲାକା, ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ଅଶ୍ବିନୀ କଞ୍ଚଡା, ଜିଲ୍ଲା ଏସ ଟି ମୋର୍ଚ୍ଚାର ଚିନ୍ନା କୋଣ୍ଡାଗିରି ଓ ଅନ୍ୟ ବିଜେପିର ବରିଷ୍ଠ କର୍ମକର୍ତା ମାନେ ଉପସ୍ଥିତ ରହିଥିଲେ।

4 hours ago
1


