ARTICLE AD BOX
ରାଇରଙ୍ଗପୁର/ବିଜାତଳା: ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୁସାଡିହି ପଞ୍ଚାୟତର ନୂଆସାହି (ସାନସାହି) ଗ୍ରାମରୁ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତ ୨୮ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗାଁରେ ସ୍ଥାପିତ ଟ୍ରାନ୍ସଫର୍ମର ଚୋରି କରି ନେଇଥିବା ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗତକାଲି (ସୋମବାର) ରାତି ପ୍ରାୟ ୧ଟାରୁ ଭୋର ୩ଟା ମଧ୍ୟରେ କେହି ଦୁର୍ବୃତ୍ତ ନୂଆସାହି (ସାନସାହି) ରେ ଲାଗିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଟିକୁ ଚୋରି କରି ନେଇଛନ୍ତି। ଘଟଣା ସମ୍ପର୍କରେ ଥାନାରେ ପୂର୍ବରୁ ସୂଚନା ଦିଆଯାଇଥିବା ଗ୍ରାମବାସୀ କହିଛନ୍ତି। ଟ୍ରାନ୍ସଫର୍ମର ଚୋରି ପରେ ସମଗ୍ର ଗ୍ରାମ ଅନ୍ଧାରରେ ରହିଛି।
ସମସ୍ୟାର ତୁରନ୍ତ ସମାଧାନ ଦାବି କରି ନୁସାଡିହି ଗ୍ରାମବାସୀ ବାମନଘାଟୀ ଉପଜିଲ୍ଲାପାଳ ଏବଂ ବିଦ୍ୟୁତ୍ ବିଭାଗର ଏସ୍ଡିଓଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ସମସ୍ୟା ସମାଧାନ ନହେଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
Transformer Theft Surges ରାଇରଙ୍ଗପୁରରୁ ଗାୟବ ହୋଇଯାଉଛି ଟ୍ରାନ୍ସଫର୍ମର! ୧୯ ମାସରେ ୪୦ ଟ୍ରାନ୍ସଫର୍ମର ଗାୟବ
ଦାବିପତ୍ର ପ୍ରଦାନ ସମୟରେ ଗାଁର ଚାନ୍ଦ୍ରାୟ ହେମ୍ବ୍ରମ ,ଦୁଖିଆ ମାରାଣ୍ଡି ,ସୁନାଇ ମାଝୀ, ସାମୁ ମାଝୀ, ସିଦା ସୋରେନ, ରାମଦେଇ ମାଝୀ, ମାନସିଂହ ମାଝୀ, ରୂପାଇ ମାଝୀ, ସୁନ୍ଦର ମୋହନ ମାଝୀ, ମାନସିଂହ ମାଝୀ, ଅର୍ଜୁନ ହେମବ୍ରମ, ବାର୍ସା ମାଝୀ, ମଙ୍ଗଳ ମାଝୀ, ମାନସିଂହ ମାରାଣ୍ଡି, ଜିତରାଇ ମୁର୍ମୁ, ତାନସେନ ହେମବ୍ରମ, ସୁନୀଲ ମାଝୀ, ଅର୍ଜୁନ ମାଝୀ, ବୈଦ୍ୟନାଥ ମହାନ୍ତ, ଚାନ୍ଦ୍ରାୟ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

55 minutes ago
1


