ARTICLE AD BOX
ଭୁବନେଶ୍ୱର: ରାୟଗଡ଼ା ମଣ୍ଡଳର କେଉଟଗୁଡ଼ା ଓ ସିକରପାଇ ମଧ୍ୟରେ ଥିବା ଟନେଲ (ସୁଡ଼ଙ୍ଗ) ନଂ. ୩୨ରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ, କେତେକ ନିର୍ଦ୍ଦିଷ୍ଟ ବୁଧବାର ଦିନ ଦୁଇଟି ପାସେଞ୍ଜର ଟ୍ରେନ୍ ବାତିଲ୍ ରହିବ।
Train Cancelled: ବାତ୍ୟା ‘ମୋନ୍ଥା’ ପାଇଁ ୪ ଦିନରେ ୬୧ଟି ଟ୍ରେନ୍ ବାତିଲ
ଆଜି ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁସାରେ, ନିମ୍ନଲିଖିତ ଟ୍ରେନଗୁଡ଼ିକ ୨୯ ଜୁଲାଇରୁ ୧୨ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ପ୍ରତି ବୁଧବାର ବାତିଲ୍ ରହିବ।
ବର୍ଷା: କେକେ ରେଳଲାଇନରେ ପଥର ଧସିଲା, ୨ଟି ଟ୍ରେନ୍ ବାତିଲ
କୋରାପୁଟ–ବିଶାଖାପାଟଣା ଚଳାଚଳ କରୁଥିବା ନଂ. ୫୮୫୩୭ ପାସେଞ୍ଜର ଟ୍ରେନ୍, ବିଶାଖାପାଟଣା–କୋରାପୁଟ ଚଳାଚଳ କରୁଥିବା ଟ୍ରେନ୍ ନଂ. ୫୮୫୩୮ ପାସେଞ୍ଜର ବାତିଲ ରହିଛି। ଏହି ସେକ୍ସନରେ ରେଳ ଭିତ୍ତିଭୂମିର ସୁରକ୍ଷା ଏବଂ ଦୀର୍ଘକାଳୀନ ନିର୍ଭରଯୋଗ୍ୟତା ବୃଦ୍ଧି କରିବା ଲକ୍ଷ୍ୟରେ କରାଯାଉଥିବା ଟନେଲ୍ (ସୁଡ଼ଙ୍ଗ) ସୁଦୃଢ଼ୀକରଣ କାର୍ଯ୍ୟକୁ ସୁରକ୍ଷିତ ଭାବେ ସମ୍ପାଦନ କରିବା ପାଇଁ ଏହି ଅସ୍ଥାୟୀ ବାତିଲ୍ ବ୍ୟବସ୍ଥା କରାଯାଇଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

56 minutes ago
2


