Train Accident: ଟ୍ରେନ ଆଗକୁ ଡେଇଁପଡ଼ିଲେ ଯୁବକ

59 minutes ago 1
ARTICLE AD BOX

ସୋର: ସୋର ରେଳଷ୍ଟେସନରୁ ଅନତି ଦୂର ଡାଉନ ଲାଇନରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ଯୁବକ ଜଣଙ୍କ ହେଲେ ଅନନ୍ତପୁର ଥାନା ଦୟାନିଧିପୁର ଗ୍ରାମର ରମେଶ ଚନ୍ଦ୍ର ନାୟକ (୩୯)। ମିଳିଥିବା ସୁଚନା ଅନୁସାରେ ରମେଶ ଗତକାଲି ମଧ୍ୟାହ୍ନରେ  ଡ଼ାକ୍ତରଖାନାକୁ ଆସୁଥିବା କହି ଘରୁ ଆସିଥିଲେ।

ମାତ୍ର ଅପରାହ୍ଣରେ ସୋର ରେଳ ଷ୍ଟେସନ ନିକଟରେ ବୁଲୁଥିବା ବେଳେ ହଠାତ  ଡାଉନ ଲାଇନରେ ବେଙ୍ଗଲୁରରୁ ହାୱଡା ଅଭିମୁଖେ ଯାଉଥିବା ଦୁରନ୍ତ ସୁପରଫାଷ୍ଟ ଟ୍ରେନ ଆଗକୁ  ଡେଇଁ ପଡ଼ିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ସୋର ଆରପିଏଫ ଓ ବାଲେଶ୍ୱର ଜିଆରପି ପୁଲିସ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

EV charging stations: ରାଜ୍ୟରେ ଇଭି ଚାର୍ଜିଂ ଷ୍ଟେସନ୍‌ ପାଇଁ ସାଢ଼େ ୪୦ କୋଟି ଟଙ୍କା ମଞ୍ଜୁର

Read Entire Article
LEFT SIDEBAR AD

Hidden in mobile, Best for skyscrapers.