ARTICLE AD BOX
ଶୁକୃଳି-୧:ମୟୂରଭଞ୍ଜଜିଲ୍ଲା କରଞ୍ଜିଆ ଉପଖଣ୍ଡ ଶୁକୃଳି ବ୍ଲକ୍ ଅନ୍ତର୍ଗତ ଧାନଘରବେଡା ଗ୍ରାମଛକ ନିକଟରେ ଅଜଣା ଟ୍ରଲର ଧକ୍କା ଦେଇ ଦୁଇଜଣ ସ୍କୁଟି ଅରୋହୀଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ଦୁଇ ସ୍କୁଟି ଅରୋହୀଙ୍କ ମୃତ୍ୟୁ ଘଟିଛି।
Keonjhar Road Accident ୨ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ମୃତ, ୩ ଗୁରୁତର
ସୂଚନା ଅନୁଯାଇ, ଆଜି (ଗୁରୁବାର) ସନ୍ଧ୍ୟା ୭ଟା୩୭ ମିନିଟ ସମୟରେ ହଳଦିଆ ଗ୍ରାମର ବିପିନ ନାଏକ(୩୫) ଓ ରୋହିତ ଗିଲୁଆ(୨୦) ସ୍କୁଟି (ଓଡି୦୯ଏବି ୩୪୭୨) ଯୋଗେ ଶୁକୃଳିରୁ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ପଛପଟୁ ୩ଟି ଟ୍ରଲର ଆସୁଥିଲା। ପ୍ରଥମ ଟ୍ରଲର ସ୍କୁଟିକୁ ଧକ୍କା ଦୁଇ ଜଣଙ୍କ ଉପରେ ମାଡ଼ି ଚାଲି ଯାଇଥିବା ସିସିଟିଭି ଫୁଟେଜରୁ ଅନୁମାନ କରାଯାଉଛି। ଟ୍ରଲର ଦୁର୍ଘଟଣା ଘଟାଇ ୪୯ନମ୍ବର ଜାତୀୟ ରାଜପଥ ସିଙ୍ଗିଡ଼ା ଦେଇ ପାର ହୋଇଥିବା ଜଣାଯାଇଛି।
Scooty Burnt, Young Woman Escaped: ଜଳିଗଲା ସ୍କୁଟି, ଅଳ୍ପକେ ବର୍ତ୍ତିଗଲେ ଯୁବତୀ
ବର୍ଷା ହେଉଥିବା କାରଣରୁ ନିକଟସ୍ଥ ସିଙ୍ଗିଡା ଫାଣ୍ଡି ନିକଟରେ ଖବର ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଫଳରେ ଦୁର୍ଘଟଣା ଘଟାଇଥିବା ଟ୍ରଲରଟି ଖସି ଯାଇଥିବା ଜଣାଯାଇଛି। ଶୁକୃଳି ସ୍ଥିତ ପାଣ୍ଡରଶୀଳ ମା’ ତାରିଣୀ ଷ୍ଟିଲ ପ୍ଲାଣ୍ଟରୁ ଅଜଣା ଟ୍ରଲରଟି ଫେରୁଥିବା ଅବସ୍ଥାରେ ଦୁର୍ଘଟଣା ଘଟାଇଥିବା ସ୍ଥାନୀୟବାସିନ୍ଦା ପ୍ରକାଶ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ସ୍କୁଟି ଆରୋହୀ ଦ୍ୱୟଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠା ଯାଇଥିଲା।

1 week ago
5

