ARTICLE AD BOX
ବାଲିଅନ୍ତା ବଜାର: ବୁଧବାର ରାତିରେ ହୋଇଥିବା ପ୍ରବଳ ବର୍ଷା ଯୋଗୁ ଆଜି ପାହାଳ ଅଞ୍ଚଳ ତଥା ବିଏମ୍ସିର ୪ ନମ୍ବର ୱାର୍ଡର ବିଭିନ୍ନ ଜାଗା ଜଳବନ୍ଦି ହୋଇଯାଇଛି। ନଖରା ଲକ୍ଷେଶ୍ୱର ମହାଦେବଙ୍କ ମନ୍ଦିରର ପ୍ରବେଶ ରାସ୍ତାରେ ବର୍ଷାପାଣି ଲହଡ଼ି ମାରୁଛି। ସେହିଭଳି ୧୬ନମ୍ବର ଜାତୀୟ ରାଜପଥର ସର୍ଭିସ୍ରୋଡ୍ରେ ଆଣ୍ଠୁଏ ଉଚ୍ଚର ବର୍ଷାପାଣି ଜମି ରହିଛି। ଫଳରେ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ ବାଧାପ୍ରାପ୍ତ ହୋଇଛି ଏବଂ ସର୍ଭିସ୍ରୋଡ୍ରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇପାରୁନାହିଁ। ଗତକାଲି ରାତିରୁ ପାହାଳ ଓ ଆଖପାଖ ଅଞ୍ଚଳର ତଳିଆ ସ୍ଥାନରେ ବର୍ଷାପାଣି ଜମିରହିଛି।
Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା
ଜାତୀୟ ରାଜପଥର ଅଣ୍ଡରପାସ୍ରେ ୨ ଫୁଟ୍ରୁ ଅଧିକ ଉଚ୍ଚରେ ପାଣି ଅଛି। ୧୬ ନମ୍ବର ଜାତୀୟ ରାଜପଥ ସର୍ଭିସ୍ରୋଡ୍ରେ ରୁଦ୍ରପୁର ନିକଟରେ ଯାତାୟାତ ହୋଇପାରୁନାହିଁ। ବିଶେଷକରି ମହିଳା ସ୍କୁଟି ଚାଳକମାନେ ସମସ୍ୟାରେ ପଡ଼ୁଛନ୍ତି। କିଛି ସ୍କୁଟି ପାଣି ଭିତରେ ଅଚଳ ହୋଇଯାଇଛି। ତେଣୁ ବହୁ ଆରୋହୀ ସ୍କୁଟିକୁ ପାଣି ଭିତରେ ଗଡ଼େଇ ଗଡ଼େଇ ନେବାକୁ ବାଧ୍ୟ ହେଉଛନ୍ତି। ପ୍ରସିଦ୍ଧ ଶୈବପୀଠ ବାବା ଲକ୍ଷେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା ଭଲରେ ହୋଇପାରୁନି। ବିଶେଷକରି ସନ୍ଧ୍ୟା ଆଳତିରେ ସମସ୍ୟା ହୋଇଥିଲା। ସନ୍ଧ୍ୟା ଆଳତି ଦେଖିବାକୁ ଆସିଥିବା ଭକ୍ତମାନେ ଦର୍ଶନ କରି ନପାରି ନିରାଶ ହୋଇ ଫେରିଯାଇଥିଲେ। ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାରରେ ବର୍ଷାପାଣି ଲହଡ଼ି ମାରୁଥିବା ଦେଖିକି ଭକ୍ତମାନେ ଭୟରେ ଫେରିଥିଲେ।
Tur dal: ହରଡ଼ ଡାଲିର ସମ୍ପୂର୍ଣ୍ଣ ଜିନୋମ୍ ଉନ୍ମୋଚନ କଲେ ଭାରତୀୟ ବିଜ୍ଞାନୀ

1 week ago
5

