Traffic Challan Rules: ଗୋଟିଏ ଦିନରେ କେତେଥର କଟିପାରେ ଟ୍ରାଫିକ୍ ଚାଲାଣ?

47 minutes ago 1
ARTICLE AD BOX

ନୂଆଦିଲ୍ଲୀ:ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଚାଲାଣ କଟିବା ସାଧାରଣ କଥା। ତେବେ ଥରେ ଚାଲାଣ କଟିବା ପରେ ସେହି ଦିନ ଆଉ ଥରେ ଚାଲାଣ କଟିପାରିବ କି ନାହିଁ, ଏନେଇ ଅନେକ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ବିଶେଷକରି, ସକାଳେ ଗୋଟିଏ ନିୟମ ଭାଙ୍ଗି ଚାଲାଣ ଦେବା ପରେ ଦିନର ବାକି ସମୟ ପାଇଁ ସମାନ ନିୟମ ଉଲ୍ଲଂଘନରେ ଆଉ ଚାଲାଣ କଟିବ ନାହିଁ ବୋଲି ଏକ ଧାରଣା ରହିଛି। କିନ୍ତୁ ଏହା ସବୁ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ।

ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ

ମୋଟର ଯାନ ଆଇନ, ୧୯୮୮ରେ ଏପରି କୌଣସି ସାଧାରଣ ବ୍ୟବସ୍ଥା ନାହିଁ ଯେ ଗୋଟିଏ ଗାଡ଼ିକୁ ଗୋଟିଏ ଦିନରେ କେବଳ ଥରେ ହିଁ ଚାଲାଣ କରାଯାଇପାରିବ। ଚାଲାଣର ସଂଖ୍ୟା ଉଲ୍ଲଂଘନର ପ୍ରକାର, ଘଟଣାର ପରିସ୍ଥିତି ଏବଂ ସମ୍ପୃକ୍ତ ଆଇନ ଉପରେ ନିର୍ଭର କରେ। ଯଦି ଜଣେ ଡ୍ରାଇଭର ସକାଳେ ଗୋଟିଏ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଚାଲାଣ ପାଇଥାନ୍ତି ଏବଂ ପରେ ପୁଣି ଅନ୍ୟ ଏକ ନିୟମ ଭାଙ୍ଗନ୍ତି, ତେବେ ଦ୍ୱିତୀୟ ଘଟଣା ପାଇଁ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ।


ଉଦାହରଣ ସ୍ୱରୂପ, ସକାଳେ ହେଲମେଟ୍‌ ନ ପିନ୍ଧିବା ପାଇଁ ଚାଲାଣ କଟିଥିଲା ଏବଂ ପରେ ଟ୍ରାଫିକ ନିୟମ ଅମାନ୍ୟ କଲେ, ତେବେ ଦ୍ୱିତୀୟ ଉଲ୍ଲଂଘନ ପାଇଁ ମଧ୍ୟ ଚାଲାଣ ହୋଇପାରେ। ସେହିପରି ଅଧିକ ବେଗରେ ଗାଡ଼ି ଚଲାଇବା କିମ୍ବା ଭୁଲ ଦିଗରେ ଗାଡ଼ି ଚଲାଇବା ଭଳି ଉଲ୍ଲଂଘନ ପାଇଁ ମଧ୍ୟ ପୃଥକ କାର୍ଯ୍ୟାନୁଷ୍ଠାନ ରହିଛି। ମୋଟର ଯାନ ଆଇନର ଧାରା ୧୮୩ ଅଧିକ ବେଗରେ ଗାଡ଼ି ଚଲାଇବା ସହ ସମ୍ପର୍କିତ। ଅନ୍ୟପଟେ, ଧାରା ୧୮୪ ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଲାଇବା ସମ୍ପର୍କିତ ଅପରାଧକୁ ନେଇ ବ୍ୟବସ୍ଥା କରେ।

Crystal: କ୍ରିଷ୍ଟାଲ୍‌ ଖଚିତ ସ୍ମାର୍ଟଫୋନ୍‌

ତେଣୁ, ଥରେ ଚାଲାଣ କଟିବା ପରେ ଦିନର ବାକି ସମୟରେ ପୁଣି ନିୟମ ଭାଙ୍ଗିଲେ ଚାଲାଣ ହେବ ନାହିଁ ବୋଲି ଭାବିବା ଠିକ୍ ନୁହେଁ। ଧାରା ୧୮୪ରେ ପ୍ରଥମ ଅପରାଧ ଏବଂ ତିନି ବର୍ଷ ମଧ୍ୟରେ ଦ୍ୱିତୀୟ କିମ୍ବା ପରବର୍ତ୍ତୀ ଅପରାଧ ପାଇଁ ଭିନ୍ନ ଦଣ୍ଡର ବ୍ୟବସ୍ଥା ରହିଛି। ଏଥିରୁ ସ୍ପଷ୍ଟ ଯେ, ପ୍ରଥମ ଚାଲାଣ ମିଳିଯିବା ପରେ ପରବର୍ତ୍ତୀ ଉଲ୍ଲଂଘନ ପାଇଁ ଆଇନଗତ ଦାୟିତ୍ୱ ଶେଷ ହୋଇଯାଏ ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.