Arrested: ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ, କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେ ଚିରାଗ

1 hour ago 1
ARTICLE AD BOX

ନୂଆଦିଲ୍ଲୀ:ଦିଲ୍ଲୀର ଜନ୍ତର ମନ୍ତରଠାରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ଦ୍ୱାରା ଆୟୋଜିତ ଏକ ପ୍ରତିବାଦ ସଭା ସମୟରେ ଜଣେ ୧୪ ବର୍ଷୀୟା ଦଳିତ ନାବାଳିକା ଆନ୍ଦୋଳନକାରୀଙ୍କ ବାପାଙ୍କୁ ନିର୍ମମ ଭାବେ ଆକ୍ରମଣ କରି ମୁଣ୍ଡ ଫାଟାଇ ଦେଇଥିବା ନେଇ ବାହାସ୍ଫୋଟ ମାରୁଥିବା ହିନ୍ଦୁତ୍ୱ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଉତ୍ତରପ୍ରଦେଶର ବୁଲନ୍ଦସହର ଅଞ୍ଚଳରୁ ତାଙ୍କୁ ଗିରଫ କରାଯିବା ପରେ ପାଟିଆଲା ହାଉସ୍ କୋର୍ଟ ତାଙ୍କୁ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇଛନ୍ତି। ଗତ ଜୁନ୍ ୨୩ ତାରିଖରେ ନୀଟ୍ ପ୍ରଶ୍ନପତ୍ର ପ୍ରକାଶ ଦୁର୍ନୀତି ବିରୋଧରେ ହେଉଥିବା ଆନ୍ଦୋଳନ ବେଳେ ମୋବାଇଲରେ ଭିଡିଓ ସୁଟିଂକୁ ନେଇ ଭରଦ୍ୱାଜ ଓ ପୀଡ଼ିତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ଯେଉଁଥିରେ ପୀଡ଼ିତ ଗୁରୁତର ଆହତ ହୋଇଥିଲେ।

ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ

ନିକଟରେ ଏକ ପୋଡକାଷ୍ଟ ସାକ୍ଷାତକାରରେ ଭରଦ୍ୱାଜ ବାହାସ୍ଫୋଟ ମାରି ଦାବି କରିଥିଲେ ଯେ, ସେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅପରାଧ କରିଥିଲେ ବି ରାଜନୈତିକ ସମ୍ପର୍କ ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ, କପିଲ ମିଶ୍ରଙ୍କ ଭଳି ନେତାଙ୍କ ଛାତ୍ରଛାୟା ଯୋଗୁଁ ପୁଲିସ ତାଙ୍କୁ ଜେଲ୍ ପଠାଇ ନଥିଲା। ଏହି ବକ୍ତବ୍ୟ ସାମ୍ନାକୁ ଆସିବା ପରେ ସିଜେପି ନେତା, ସାଂସଦ ଚନ୍ଦ୍ରଶେଖର ଆଜାଦ, ପପୁ ଯାଦବ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କଠୋର ଆପତ୍ତି ଜଣାଇ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନା ଆଗରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ ପୂର୍ବରୁ ସାଧାରଣ ଧାରା ଲଗାଇଥିବା ବେଳେ ପ୍ରତିବାଦ ପରେ ମାମଲାରେ ଏସ୍ସି/ଏସ୍ଟି ଆକ୍ଟ ଯୋଡ଼ିଛି। ଅନ୍ୟପଟେ ନାବାଳିକା ଝିଅଟିକୁ ସୋସିଆଲ ମିଡିଆରେ ଯୌନ ନିର୍ଯାତନା ଓ ହତ୍ୟା ଧମକ ମିଳୁଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ''ପୋକ୍ସୋ'' ଆକ୍ଟ ଅଧୀନରେ ଅନ୍ୟ ଏକ ପୃଥକ୍ ମାମଲା ରୁଜୁ କରିଛି।

Rahul Gandhi: ଶିକ୍ଷକ ଦିବସରେ ସମାନ ସୁଯୋଗ ସହିତ ଶିକ୍ଷା ବ୍ୟବସ୍ଥା ଗଢ଼ିବାକୁ ରାହୁଲ ଗାନ୍ଧୀଙ୍କ ଆହ୍ବାନ

ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି ମଧ୍ୟ ନିଜ ନାମର ଅପବ୍ୟବହାର କରାଯାଇଥିବା ନେଇ ଭରଦ୍ୱାଜଙ୍କ ବିରୋଧରେ ପୁଲିସରେ ବିଧିବଦ୍ଧ ଅଭିଯୋଗ ଦାୟର କରିଛି। ଚିରାଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସାର୍ବଜନୀନ ଜୀବନରେ ବହୁ ଲୋକ ଆସି ନେତାମାନଙ୍କ ସହ ଫଟୋ ଉଠାନ୍ତି, ମାତ୍ର ତାହାକୁ ଆଧାର କରି ନିଜକୁ ବ୍ୟକ୍ତିଗତ ପରିଚିତ ବୋଲି ଦାବି କରିବା ସମ୍ପୂର୍ଣ୍ଣ ଆଇନବିରୋଧୀ। ଅଭିଯୁକ୍ତ ଜଣକ ଅପରାଧ କରି ଆଇନକୁ ଆକ୍ଷେପ କରୁଛନ୍ତି ଏବଂ ରାଜନୈତିକ ଆଶ୍ରୟ ଯୋଗୁଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଭୁଲ୍ ସନ୍ଦେଶ ଦେବାକୁ ଚେଷ୍ଟା କରୁଛନ୍ତି। ଯଦି ଏପରି ଗମ୍ଭୀର ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ, ତେବେ ତାହା ଦେଶ ପାଇଁ ଏକ ଖରାପ ଉଦାହରଣ ସୃଷ୍ଟି କରିବ। ଯଦିଓ ଭରଦ୍ୱାଜ ଏହାକୁ ଆତ୍ମରକ୍ଷା ପାଇଁ କରାଯାଇଥିବା ପଦକ୍ଷେପ ବୋଲି ସଫେଇ ଦେଇଛନ୍ତି, ତଥାପି ଦିଲ୍ଲୀ ପୁଲିସ ତାଙ୍କୁ ହେପାଜତକୁ ନେଇ ମାମଲାର ଅଧିକ ତଦନ୍ତ ଜାରି ରଖିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.