ARTICLE AD BOX
ଭୁବନେଶ୍ବର: ରାଜ୍ୟର ବିଭିନ୍ନ କାରଗାରରେ ଥିବା ଆଦିବାସୀ ବନ୍ଦୀ ଅନ୍ୟ ବନ୍ଦୀଙ୍କ ଭଳି ଜେଲ୍ ଖାଦ୍ୟ ଖାଇପାରୁନାହାନ୍ତି। ସେମାନେ ପାରମ୍ପରିକ ଖାଦ୍ୟ ମାଣ୍ଡିଆ ଆଦି ଶସ୍ୟ, ଡାଲି, କନ୍ଦମୂଳ ଓ ଶାଗ ଖାଇବା ଅଭ୍ୟସ୍ତ ଥିବାରୁ ସେମାନଙ୍କୁ ଏହା ଯୋଗାଇଦେବା ନିମନ୍ତେ ଦାଏର ଏକ ଆବେଦନକୁ ଗ୍ରହଣ କରି ରାଜ୍ୟ ମାନବାଧିକାର ଆୟୋଗ ରାଜ୍ୟ ଗୃହ ବିଭାଗ ଓ ଜେଲ୍ ଡିଜିଙ୍କୁ ନୋଟିସ୍ ଜାରି କରିଛନ୍ତି।
OHRC ନୋଟିସ୍ ପରେ ଚେତିଲା ପ୍ରଶାସନ; ଭିନ୍ନକ୍ଷମ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର ପ୍ରତି ଦୃଷ୍ଟି କେବେ?
ଆବେଦନକାରୀ ଆଡଭୋକେଟ ବିଶ୍ୱପ୍ରିୟ କାନୁନଗୋଙ୍କ ଆବେଦନକୁ ମାବାଧିକାର ଆୟୋଗ ବିଚାର ନିମନ୍ତେ (ମାମଲା ନଂ. ୪୨୯୨/୨୦୨୬) ଗ୍ରହଣ କରିଛନ୍ତି।
ଆବେଦନକାରୀ କହିଛନ୍ତି, ଜେଲର ନିର୍ଦ୍ଧାରିତ ସକାଳ ଖାଦ୍ୟ ଅନେକେ ଆଦିବାସୀ ବନ୍ଦୀ ପସନ୍ଦ କରନ୍ତି ନାହିଁ ଓ ଖାଉନାହାନ୍ତି। ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଜେଲରେ ବନ୍ଦୀଙ୍କ ଖାଦ୍ୟ ଓ ସ୍ୱାସ୍ଥ୍ୟ ମାନବ ଅଧିକାରର ପ୍ରଶ୍ନ। ବନ୍ଦୀମାନେ ମଧ୍ୟ ସମ୍ବିଧାନର ଧାରା ୨୧ ଅନୁସାରେ ସମ୍ମାନଜନକ ଜୀବନ ଓ ପର୍ଯ୍ୟାପ୍ତ, ପୁଷ୍ଟିକର ଖାଦ୍ୟର ଅଧିକାରୀ ଅଟନ୍ତି। ଏଣୁ ପୁଷ୍ଟିକରମାନ ଭିତରେ ରହି ସ୍ଥାନୀୟ ଖାଦ୍ୟ ଓ ଲୋକାଚାରକୁ ବିଚାରକୁ ନିଆଯାଉ।
OHRC: ବିସ୍ଥାପିତଙ୍କ ଅଧିକାର ନେଇ ଓଏଚ୍ଆର୍ସିରେ ଅଭିଯୋଗ
ତେବେ କମିସନ ଅଭିଯୋଗ ଉପରେ କୌଣସି ଟିପପ୍ଣୀ ଦେଇନାହାନ୍ତି। ଗୃହ ଓ ଜେଲ୍ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି। ରିପୋର୍ଟ ଡିସେମ୍ବର ୪ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଆସିଲା ପରେ ବିଚାର ହେବ।
OHRC Camp Court ସୁନ୍ଦରଗଡ଼ରେ ମାନବ ଅଧିକାର ଆୟୋଗଙ୍କ କ୍ୟାମ୍ପ କୋର୍ଟ
କମିସନ ରିପୋର୍ଟରେ, ଜେଲରେ ବର୍ତ୍ତମାନର ଖାଦ୍ୟ ତାଲିକା, ପୁଷ୍ଟିମାନ ଓ ପ୍ରତି ବନ୍ଦୀ ଦୈନିକ ଖର୍ଚ୍ଚ। ଅନୁସୂଚିତ ଅଞ୍ଚଳର ଜେଲ ଓ ସେଠାରେ ଥିବା ଆଦିବାସୀ ବନ୍ଦୀଙ୍କ ସଂଖ୍ୟା, ରାଗି, କୁହୁଡ଼ି/ଚୁନା ଶସ୍ୟ, କନ୍ଦମୂଳ, ଶାଗ ଆଦି ବର୍ତ୍ତମାନ ଖାଦ୍ୟରେ କେତେ ଅଛି । ପାରମ୍ପରିକ ଖାଦ୍ୟ ଅଭ୍ୟାସ ଯୋଗୁଁ କେଉଁ ବନ୍ଦୀ ସକାଳ ଖାଦ୍ୟ ଛାଡ଼ିଛନ୍ତି ଓ ଜେଲ ଡାକ୍ତରଙ୍କ ମତ, ସ୍ଥାନୀୟ ଖାଦ୍ୟକୁ ଖାଦ୍ୟ ତାଲିକାରେ ସାମିଲ କରିବାକୁ ସରକାର ବିଚାର କରିଛନ୍ତି କି ନାହିଁ ଆଦି ତଥ୍ୟ ମାଗିଛନ୍ତି।

1 day ago
2


