ARTICLE AD BOX
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ରାମେଶ୍ବରରୁ ପାରାଦୀପ ପର୍ଯ୍ୟନ୍ତ ଉପକୂଳ ରାଜପଥ କରିଡର୍ ନିର୍ମାଣ କରାଯିବ। ଏହି ପ୍ରକଳ୍ପରେ ୮୩୦୦.୭୯ କୋଟି ଟଙ୍କା ନିବେଶ ହେବ। ଉକ୍ତ ପ୍ରକଳ୍ପ ଦ୍ବାରା ଓଡ଼ିଶାର ଉପକୂଳ ପର୍ଯ୍ୟଟନ ଓ ବାଣିଜ୍ୟରେ ବ୍ୟାପକ ଉନ୍ନତି ହେବ ବୋଲି କେନ୍ଦ୍ର ସରକାର ଜଣାଇଛନ୍ତି।
ପ୍ରକଳ୍ପ ସମ୍ପର୍କରେ ଅଧିକ ସୂଚନା ଦେଇ ସରକାର ଜଣାଇଛନ୍ତି ଯେ ଏଥିରେ ରାମେଶ୍ବରରୁ କୋଣାର୍କ ପର୍ଯ୍ୟନ୍ତ ଚାରି ଥାକିଆ ରାସ୍ତା ଓ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତାରହିବ। ଘଣ୍ଟା ପ୍ରତିି ୧୦୦ କିମି ପର୍ଯ୍ୟନ୍ତ ବେଗରେ ଏହି ରାଜପଥରେ ଯାତ୍ରା କରିହେବ, ଫଳରେ ଏହି ୧୬୦.୧୮ କିମି ବିଶିଷ୍ଟ ରାସ୍ତାରେ ଯାତ୍ରା ସମୟ ଅଢ଼େଇ ଘଣ୍ଟା ହ୍ରାସ ପାଇବ। ଉଭୟ ଯାତ୍ରୀବାହୀ ଓ ମାଲବାହୀ ଯାନଗୁଡ଼ିକ ଦ୍ରୁତ ଗତିରେ ଯାତ୍ରା କରିପାରିବ।
Akhilesh Yadav: ୟୁପି ରାସ୍ତା ସମ୍ପ୍ରସାରଣ କରିଡର ପ୍ରକଳ୍ପ ଦୁର୍ନୀତିର ନ୍ୟାୟିକ ତଦନ୍ତ ଦାବି କଲେ ଅଖିଳେଶ ଯାଦବ
ପ୍ରସ୍ତାବିତ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଦେଇ ଗତି କରିବ। ତାହା ଏହି ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ ଓ ଅର୍ଥନୈତିକ ପ୍ରଗତିରେ ସହାୟକ ହେବ। ପୁରୀର ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର, କୋଣାର୍କ ମନ୍ଦିର ଓ ରାମଚଣ୍ଡି ମନ୍ଦିର ମଧ୍ୟରେ ଯୋଗାଯୋଗ ସୁଦୃଢ଼ ହେବ। ସଡ଼କ ପରିବହନ ମନ୍ତ୍ରଣାଳୟ କହିଛି ଯେ ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ସହ ଏହି ପ୍ରକଳ୍ପ ଦେଶର ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜଭୁତ କରିବ।
ପୁରୀ-କୋଣାର୍କ-ପାରାଦୀପ ଏକ ପ୍ରମୁଖ ପର୍ଯ୍ୟଟନ ହବ୍ ଭାବେ ଉଭା ହେବ। ଏହି ଅଞ୍ଚଳରେ ବେଳାଭୂମି ପର୍ଯ୍ୟଟନ, ଇକୋ ଟୁରିଜିମ ଓ ପ୍ରକୃତି ଆଧାରିତ ଭ୍ରମଣ ବଢ଼ିବ। ଗହୀରମଥା କଇଁଛ ପ୍ରଜନନ କ୍ଷେତ୍ରକୁ ଲୋକମାନେ ଦେଖିପାରିବେ। ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବଢ଼ିବ। ହୋଟେଲ, ହୋମଷ୍ଟେ, ରେସ୍ତୋରାଁ, ହସ୍ତକଳା ଓ ପର୍ଯ୍ୟଟନ ସମ୍ପର୍କିତ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟାପକ ବ୍ୟବସାୟ ସୁଯୋ ସୃଷ୍ଟି ହେବ।
ନାମ ରାମେଶ୍ବର-ପାରାଦୀପ କରିଡର
- ଦୈର୍ଘ୍ୟ ୧୬୦.୧୮ କିମି
- ନିବେଶ ୮୩୦୦.୭୯ କୋଟି
- ରାମେଶ୍ବରରୁ କୋଣାର୍କ ୪ଥାକିଆ
- କୋଣାର୍କରୁ ପାରାଦୀପ ୨ଥାକିଆ

1 day ago
1


